Below header

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ଼

ରଣଭୂମୀ ପାଲଟିଲା ଡାକ୍ତରଖାନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ମାଡ଼ ।

ଜଳେଶ୍ଵର : ରଣଭୂମୀ ପାଲଟିଲା ଡାକ୍ତରଖାନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ମାଡ଼ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ଇନଚାର୍ଜ ଡାକ୍ତର ଦିଲ୍ଲିପ ପାତ୍ରଙ୍କୁ ମାଡ ମାରିଲେ ମୃତକଙ୍କ ସଂପର୍କୀୟ ।

ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ପହଞ୍ଚିଲା ଜଳେଶ୍ବର ପୋଲିସ । ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ଜଳେଶ୍ଵର ଥାନାର ଚକହରି ଗାଁର ଉମେଶ ଓଝାଙ୍କୁ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଦିଲ୍ଲିପ ପାତ୍ର ରୋଗୀ ଦେଖିବାରେ ଅବହେଳା କରିବାରୁ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  ।

ଏନେଇ ହସପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ମୃତକଙ୍କ ସମ୍ପର୍କୀୟ ମାନେ ଡାକ୍ତରଙ୍କୁ ମାଡ ମାରିଥିଲେ । ଖବର ପାଇ ଜଳେଶ୍ବର ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ଏନେଇ ଡାକ୍ତର ଦିଲ୍ଲୀପ ପାତ୍ରଙ୍କ ପ୍ରତିକ୍ରିୟା ମିଳି ପାରିନି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.