Below header

ପୂର୍ବତନ ସିଏମ୍‌ ହେମନ୍ତ ସୋରେନ୍‌ଙ୍କୁ ହାଇକୋର୍ଟରୁ ବଡ଼ ଝଟ୍‌କା, ଗିରଫଦାରୀ ବିରୋଧରେ ଦାୟର ଆବେଦନ ଖାରଜ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଏଥିରେ ସେ କହିଥିଲେ ଯେ ମନି ଲଣ୍ଡରିଂର କୌଣସି ମାମଲା ନାହିଁ ଏବଂ ସେ ନିର୍ଦ୍ଦୋଷ ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଏଥିରେ ସେ କହିଥିଲେ ଯେ ମନି ଲଣ୍ଡରିଂର କୌଣସି ମାମଲା ନାହିଁ ଏବଂ ସେ ନିର୍ଦ୍ଦୋଷ ।

ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ସମସ୍ତ ଯୁକ୍ତି ଖାରଜ କରିଛନ୍ତି । ବିର୍ସା ମୁଣ୍ଡା ଜେଲରେ ଥିବା ପୂର୍ବତନ ସିଏମ୍‌ଙ୍କୁ କୋର୍ଟଙ୍କଠାରୁ ଦ୍ୱିତୀୟ ଥର ପାଇଁ ଝଟ୍‌କା ମିଳିଛି । ତାଙ୍କ ଗିରଫଦାରୀ, ସମନ ଏବଂ ରିମାଣ୍ଡକୁ ଚ୍ୟାଲେଞ୍ଜ ଦେଇଥିବା ଅପରାଧିକ ଆବେଦନ ଖାରଜ ହେବା ପରେ ସୋରେନ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ତିନି ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ।

ଜଷ୍ଟିସ୍‌ ମୁଖୋପାଧ୍ୟାୟଙ୍କ କୋର୍ଟ ତାଙ୍କୁ କେବଳ ଅନ୍ତିମ ସଂସ୍କାର ମେ’ ୬ରେ ଯୋଗଦେବାକୁ ଅନୁମତି ଦେଇଛନ୍ତି । ଏହାସହ ତିନି ଦିନ ପାଇଁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ହେମନ୍ତ ସୋରେନ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ଲାଗି ଶନିବାର, ରବିବାର ଏବଂ ସୋମବାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ।

ଏପ୍ରିଲ ୩୦ରେ ରାଜା ରାମ ସୋରେନଙ୍କ ଦେହାନ୍ତ ହୋଇଥିଲା । ଯଦିଓ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସୋରେନଙ୍କ ଆବେଦନକୁ କୋର୍ଟ ବିଚାର କରିଥିଲେ । କୋର୍ଟ ତାଙ୍କୁ ଗଣମାଧ୍ୟମ ସହ କଥାବାର୍ତ୍ତା ନ କରିବା ସର୍ତ୍ତରେ ଆଇନଗତ ହେପାଜତରେ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଦେଶ ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମେ’ ୬ରେ ନିଜ ଦାଦାଙ୍କ ଶ୍ରାଦ୍ଧ କର୍ମରେ ପୋଲିସ ହେପାଜତରେ ହିଁ ସାମିଲ ହେବେ । ଶ୍ରାଦ୍ଧ କର୍ମ ପରେ ସେ ପୁଣି ପୋଲିସ ହେପାଜତରେ ଜେଲ୍‌ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ହେମନ୍ତ ସୋରେନ୍‌ଙ୍କୁ ଗଣମାଧ୍ୟମ ସହ କୌଣସି ପ୍ରକାର କଥାବାର୍ତ୍ତା ନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.