Browsing Tag

hemant soren

ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ସ୍ୱତନ୍ତ୍ର ବିମାନ ଯୋଗେ ନିଆଗଲା ଦିଲ୍ଲୀ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଶିବୁ ସୋରେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି । ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ…

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ହେମନ୍ତ ସୋରେନ, ସାମିଲ ହେବେ ୩୫ ହଜାର ସମର୍ଥକ

ଆଜି ଝାଡଖଣ୍ଡରେ ନୂଆ ସରକାର । ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ । ଚତୁର୍ଥ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ ନେତା ହେମନ୍ତ ସୋରେନ । ରାଞ୍ଚିର ମୋରାବାଦି ଗ୍ରାଉଣ୍ଡରେ ଅପରାହ୍ନ ୪ଟା ବେଳେ ହେମନ୍ତ ସୋରେନ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏଥିପାଇଁ…

ସରକାର ଗଠନର ଦାବି ରଖିଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ

ଜେଏମଏମ୍ ନେତା ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗାଙ୍ଗୱାରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିଛନ୍ତି । ସେ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏହାପୂର୍ବରୁ ରାଜ୍ୟରେ ଇଣ୍ଡିଆ ମେଣ୍ଟର ନେତାମାନେ ସର୍ବସମ୍ମତି କ୍ରମେ ହେମନ୍ତ ସୋରେନଙ୍କୁ…

‘ମୁଁ ଏତେ କଠିନ ନିର୍ବାଚନ କେବେ ଦେଖିନାହିଁ…’, ପତ୍ନୀଙ୍କୁ ‘ୱାନ୍ ମ୍ୟାନ୍ ଆର୍ମି’ କହିଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦ୍ୱିତୀୟ ଥର ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱାଧୀନ ମେଣ୍ଟ ବିଧାନସଭାର ୮୧ଟି ଆସନ ମଧ୍ୟରୁ ୫୭ଟିରେ ଆଗୁଆ ରହିଛି । ଶନିବାର ଅପରାହ୍ନରେ ବିଜୟ ନିଶ୍ଚିତ ହେବା ପରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ…

ହେମନ୍ତ ସୋରେନ୍‌ଙ୍କ ପିଏ ଘର ପଶିଲା ଆୟକର ବିଭାଗ, ବିଭିନ୍ନ ଠିକଣାରେ ଚାଲିଛି ରେଡ୍

ଅଡୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବ୍ୟକ୍ତିଗତ ପରାମର୍ଶଦାତା । ପିଏ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ପଶିଲା ଆୟକର ବିଭାଗ । ଆୟକର ବିଭାଗ ସୁନୀଲ ଶ୍ରୀବାସ୍ତବ, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସହ ଜଡିତ ମୋଟ ୧୬-୧୭ ସ୍ଥାନ ଉପରେ ଚଢାଉ କରିଛି । ଝାଡ଼ଖଣ୍ଡ ବିଧାନସଭା…

ଝାଡ଼ଖଣ୍ଡ ସିଏମ୍‌ଙ୍କ ବାସଭବନରେ ଦୁଇ ଦୁଇଜଣ ହେମନ୍ତ ସୋରେନ ! ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଝାଡ଼ଖଣ୍ଡର ସିଏମ୍‌ ବାସଭବନରେ ଦୁଇ ଦୁଇଜଣ ହେମନ୍ତ ସୋରେନଙ୍କୁ ଦେଖି ଲୋକେ ଚମକି ପଡ଼ିଥିଲେ । ପ୍ରକୃତରେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଭେଟିବା ପାଇଁ ତାଙ୍କ ହମ୍‌ସକଲ ଆସିଥିଲେ । ଆଉ ନିଜ ହମ୍‌ସକଲଙ୍କୁ ଦେଖି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଚମକି ପଡ଼ିଥିଲେ । ସିଏମ୍‌ ବାସଭବନସ୍ଥିତ…

ନୂଆ ଦଳ ଗଠନ କରିବାକୁ ଘୋଷଣା କଲେ ଚମ୍ପାଇ ସୋରେନ; କହିଲେ, ‘ରାଜନୀତିରୁ ନେବି ନାହିଁ ଅବସର’

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତା ଚମ୍ପାଇ ସୋରେନ ଏକ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମୁଁ ରାଜନୀତିରୁ ଅବସର ନେବି ନାହିଁ ଏବଂ ଏକ ନୂତନ ଦଳ ଗଠନ କରିବି । ମିଳିତ ମଞ୍ଚ ପାଇଁ…

ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ ଝଟକା, ବିଜେପିରେ ସାମିଲ ହୋଇପାରନ୍ତି ଚମ୍ପାଇ ସୋରେନ

ଝାଡ଼ଖଣ୍ଡ ରାଜନୀତିରେ ପୁଣି ହଲଚଲ । ହେମନ୍ତ ସୋରେନଙ୍କୁ ବଡ଼ ଝଟକା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ ବିଜେପିରେ ସାମିଲ ହୋଇପାରନ୍ତି । ଚମ୍ପାଇ ସୋରେନ ୩ ଜଣ ବିଧାୟକଙ୍କୁ ସାଥିରେ ଧରି ଦିଲ୍ଲୀ ଯାଇଛନ୍ତି । ସେ ଏଠାରେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବେ…

ବଳବତ୍ତର ରହିବ ହେମନ୍ତ ସୋରେନଙ୍କ ଜାମିନ, ଇଡିର ପିଟିସନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି । ସୋରେନଙ୍କ ଜାମିନ ବଳବତ୍ତର ରହିବ । ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ମିଳିିଥିବା ଜାମିନ ବିରୋଧରେ…

ଝାଡ଼ଖଣ୍ଡରେ କ୍ୟାବିନେଟ୍‌ ବିସ୍ତାର, ହେମନ୍ତ ସରକାରରେ ମନ୍ତ୍ରୀ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସ୍ଥା ଭୋଟ୍‌ ଜିତିବା ପରେ ନିଜ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ରାଜ ଭବନରେ ବିଧାୟକମାନଙ୍କୁ ମନ୍ତ୍ରୀ ପଦର ଶପଥ ପ୍ରଦାନ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ମଧ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ…

ବିଶ୍ୱାସ ପ୍ରସ୍ତାବ ଜିତିଲେ ହେମନ୍ତ ସୋରେନ, ହାସଲ କଲେ ବହୁମତ

ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଝାଡ଼ଖଣ୍ଡ ରାଜନୀତିରେ ପୁଣି ହଲଚଲ ଦେଖାଦେଇଛି । ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ହେମନ୍ତ ସୋରେନ ବିଜୟୀ ହୋଇଛନ୍ତି । ୮୧ ବିଧାନସଭା ଆସନରେ ସୋରେନ ବହୁମତ ସହ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ପୁଣିଥରେ ହେମନ୍ତ ସୋରେନ…

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ରାଜ୍ୟପାଳ କରାଇଲେ ଶପଥ ପାଠ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ ରାଜଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହେମନ୍ତ ସୋରେନ…