Below header

ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା, ସିବିଆଇ ମାମଲାରେ ମେ’ ୧୫ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍‌ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ପୁଣିଥରେ କୋର୍ଟରୁ ଝଟ୍‌କା ମିଳିଛି । ଏହି ମାମଲା ସହ ଜଡିତ ସିବିଆଇ କେସ୍‌ରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଦିଲ୍ଲୀସ୍ଥିତ ରାଉସ୍ ଆଭେନ୍ୟୁ କୋର୍ଟ ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ । ଏହା ବ୍ୟତୀତ ସିସୋଦିଆ ମଦ ନୀତି ସହ ଜଡିତ ଅର୍ଥ ହେରଫେର୍‌ର ଇଡି ମାମଲାରେ ମେ’ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି । ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୮ ପର୍ଯ୍ୟନ୍ତ ବଢ଼ାଇଥିଲେ ।

ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲା । ଏହା ଉପରେ କୋର୍ଟ ଇଡିକୁ ମେ’ ୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଦସ୍ତାବିଜ୍‌ ନିରୀକ୍ଷଣକୁ ନେଇ ଇଡି ମେ’ ୮ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ନିଜର ଜବାବ ଦାଖଲ କରିପାରିବ ।

ମନୀଷ ସିସୋଦିଆଙ୍କୁ ଗତ ବର୍ଷ ଫେବୃୟାରୀ ୨୬ରେ ଗିରଫ କରାଯାଇଥିଲା । ଏହା ପରଠାରୁ ସେ ଦିଲ୍ଲୀର ତିହାର ଜେଲରେ ଅଛନ୍ତି । ତାଙ୍କ ଗିରଫଦାରୀକୁ ଆମ୍ ଆଦମୀ ପାର୍ଟି ଦୃଢ଼ ବିରୋଧ କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।

କହି ରଖୁଛୁ ଯେ ୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂତନ ମଦ ନୀତି ଘୋଷଣା କରିଥିଲେ । ୨୦୨୧ ନଭେମ୍ବର ୧୭ରେ ନୂତନ ମଦ ନୀତି ଅର୍ଥାତ୍‌ ଏକ୍ସାଇଜ୍ ପଲିସି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂତନ ନୀତି ଆସିବା ପରେ ସରକାର ମଦ ବ୍ୟବସାୟରୁ ବାହାରି ଆସିଥିଲେ ଏବଂ ପୂରା ମଦ ଦୋକାନ ଘରୋଇ ହାତକୁ ଚାଲିଯାଇଥିଲା । ଏହି ମାମଲାରେ କେଜ୍ରିଓ୍ଵାଲଙ୍କୁ ଇଡି ୨୧ ମାର୍ଚ୍ଚରେ ଗିରଫ କରିଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.