Below header

ରାଞ୍ଚିରେ ଇଡି ରେଡ : ମନ୍ତ୍ରୀଙ୍କ ପିଏସ୍‌ ଏବଂ ଘରୋଇ ସହାୟକ ଗିରଫ, କମିଶନ ଏବଂ ଲାଞ୍ଚ ଟଙ୍କାକୁ ଲୁଚାଇ ରଖୁଥିଲେ ଉଭୟେ

ଝାଡ଼ଖଣ୍ଡ ସରକାରରେ ଥବା ମନ୍ତ୍ରୀ ଆଲାମଗିରି ଆଲାମର ପିଏସ ସଂଜୀବ କୁମାର ଲାଲ ଏବଂ ଘରୋଇ ସହାୟକ ଜାହାଙ୍ଗିର ଆଲମଙ୍କୁ ଇଡି ଗିରଫ କରିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଚଢାଉରେ ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା ଜବତ ହୋଇଛି । ସେ କମିଶନ ଏବଂ ଲାଞ୍ଚ ଟଙ୍କାର କେୟାରଟେକର ଥିଲା । ଯେଉଁଥିପାଇଁ ତାଙ୍କୁ ମାସକୁ ୧୫ ହଜାର ଟଙ୍କା ମିଳୁଥିଲା ।

ଝାଡ଼ଖଣ୍ଡ ସରକାରରେ ଥବା ମନ୍ତ୍ରୀ ଆଲାମଗିରି ଆଲାମର ପିଏସ ସଂଜୀବ କୁମାର ଲାଲ ଏବଂ ଘରୋଇ ସହାୟକ ଜାହାଙ୍ଗିର ଆଲମଙ୍କୁ ଇଡି ଗିରଫ କରିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଚଢାଉରେ ମୋଟ ୩୫ କୋଟି ୨୩ ଲକ୍ଷ ଟଙ୍କା ଜବତ ହୋଇଛି । ଖବର ମୁତାବକ, ଇଡି ସଂପୂର୍ଣ୍ଣ ମାମଲାରେ ଝାଡ଼ଖଣ୍ଡ ସରକାର ମନ୍ତ୍ରୀ ଆଲମଗିର ଆଲମକୁ ଏହି ଜବତ ଟଙ୍କା ବିଷୟରେ ପଚାରିବା ପାଇଁ ଇଡି ପ୍ରସ୍ତୁତି ଚଳାଇଛି । ଖୁବଶୀଘ୍ର ସେମାନଙ୍କୁ ସମନ ଜାରି କରାଯିବ ।

ଘରୋଇ ସହାୟକ ଜାହାଙ୍ଗିର ଆଲମଙ୍କୁ ପ୍ରାରମ୍ଭିକ ପଚରାଉଚରାରେ ସ୍ୱୀକାର କରିଛି କି, ସେ କମିଶନ ଏବଂ ଲାଞ୍ଚ ଟଙ୍କାର କେୟାରଟେକର ଥିଲା । ଯେଉଁଥିପାଇଁ ତାଙ୍କୁ ମାସକୁ ୧୫ ହଜାର ଟଙ୍କା ମିଳୁଥିଲା । ତେବେ ଜାହାଙ୍ଗିରକୁ ମନ୍ତ୍ରୀ ଆଲାମଗିରି ହିଁ ପିଏସ ସଂଜୀବ କୁମାରଙ୍କ ପାଖରେ ଚାକିରି ଦେଇଥିଲେ । ଏଥିପାଇଁ ଘରୋଇ ସହାୟକୁ ପିଏସ ନିଜ ଆପାର୍ଟମେଣ୍ଟରେ ଫ୍ଲାଟ ଦେଇଥଇଲେ ।

ତେବେ ସଂଜୀବ ଲାଲ ଦିନେ ଦୁଇ ଦିନରେ ବ୍ୟାଗ ଭର୍ତ୍ତି ଟଙ୍କା ଦେଉଥିଲେ । ଯାହାକୁ ନେଇ ସେ ଫ୍ଲାଟର ଆଲମାରୀରେ ରଖୁଥିଲେ । ଇଡି ଅଧିକାରୀ ୧୦ ଲକ୍ଷ ଏବଂ ଅନ୍ୟ ସହଯୋଗୀ ସ୍ଥାନରେ ୨ କୋଟି ୯୩ ଲକ୍ଷ ଟଙ୍କା ଜବତ କରିଥିଲା । ମନ୍ତ୍ରୀଙ୍କ ପିଏସ ସଂଜୀବ କୁମାର ଲାଲ ଏହି ଘଟଣାକୁ ଅସ୍ୱୀକାର କରିଥିଲେ । ତେବେ ଏହି ମାମଲାରେ ଇଡି ତାଙ୍କୁ ପଚାରିବା ବେଳେ ବାରମ୍ବାର ବେହୋସ ହୋଇପଡିଥିଲେ ପିଏସ୍‌ ।

ସୂଚନାଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ସହ ଲିଙ୍କ ମାମଲାରେ ରାଞ୍ଚିର ଏକାଧିକ ସ୍ଥାନରେ ଇଡିର ରେଡ୍ ବେଳେ ଏହି ଟଙ୍କା ଜବତ ହୋଇଛି । ରାଞ୍ଚିର ୬ଟି ସ୍ଥାନରେ ଚଢାଉ ଚାଲିଛି । ୬ଟି ମେସିନ ସହାୟତାରେ ଗତ ୧୨ ଘଣ୍ଟା ଧରି ଚାଲିଛି ଗଣତି । ମନ୍ତ୍ରୀ ଆଲାମଗିରିଙ୍କ ପିଏସ ସଞ୍ଜୀବଙ୍କ ଜଣେ ଘରୋଇ ସହାୟକଙ୍କ ଘରେ ଏତେ ଟଙ୍କା ଦେଖି ତାଜୁବ ହୋଇ ଯାଇଛନ୍ତି ଇଡି ଅଧିକାରୀ ।

୨୦୨୩ରେ ଝାଡ଼ଖଣ୍ଡ ଗ୍ରାମାଞ୍ଚଳ ବିକାଶ ବିଭାଗର ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର କେ ରାମଙ୍କୁ ଗିରଫ କରିଥିଲା ଇଡି । କେତେକ ଯୋଜନା ଲାଗୁ ହେବାରେ ଅନିୟମିତତା ଅଭିଯୋଗକୁ ନେଇ ସେତେବେଳେ ବୀରେନ୍ଦ୍ର କେ ରାମଙ୍କୁ ଗିରଫ କରିଥିଲା ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରାଞ୍ଚି ସମେତ ୯ଟି ସ୍ଥାନରେ ରେଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.