Browsing Tag

jharakhand

ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ମାଲଗାଡ଼ି ମୁହାଁମୁହିଁ ଧକ୍କା, ୨ ଲୋକ ପାଇଲଟ ମୃତ

ଓଡିଶା ପରେ ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବରହେଟରେ NTPC ଫାଟକ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏହି ଘଟଣାରେ ଦୁଇ ଲୋକ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ଜଣେ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଏକ ଖାଲି ମାଲଗାଡ଼ି…

ଇଣ୍ଡିଆନ ଅଏଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ବିସ୍ଫୋରଣ ଭୟରେ ଆଖପାଖ ଗାଁ ଖାଲିକରୁଛି ପୋଲିସ

ଝାଡ଼ଖଣ୍ଡ ଦେଓଘରର ଜସିଡିହ ସ୍ଥିତ ଇଣ୍ଡିଆନ୍ ଅଏଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ସମଗ୍ର ଅଏଲ ପ୍ଲାଣ୍ଟରେ ଲାଗିଛି । ନିଆଁର ବିକଟାଳ ରୂପ ଦେଖି ପୋଲିସ ଆଖିପାଖରେ ଥିବା ଗାଁକୁ ଖାଲିଦେଇଛି । ଲୋକଙ୍କୁ ସୁରକ୍ଷିତ ଭାବେ ଗାଁରୁ ବାହାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।…

ଦିନ ଦ୍ୱିପ୍ରହରରେ ଏନଟିପିସି ଡିଜିଏମଙ୍କୁ ଗୁଳିମାରି ହତ୍ୟା, ଅଫିସ ଯାଉଥିବା ସମୟରେ ଟାର୍ଗେଟ କଲେ ଦୁର୍ବୃତ୍ତ

ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲାରେ ଏନଟିପିସି ଡିଜିଏମଙ୍କୁ ଗୁଳିମାରି ହତ୍ୟା । ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଗୁଳିକାଣ୍ଡ ଭିଆଇଲେ ଦୁର୍ବୃତ୍ତ । ଯାହାକୁ ଟାର୍ଗେଟ କରି ଗୁଳି ଚଳାଇଲେ, ତାଙ୍କ ଦେହରେ ବାଜିଲା ଗୁଳି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ହଜାରିବାଗରେ…

ମହାକୁମ୍ଭରୁ ଫେରୁଥିବା ବେଳେ ସାଂସଦ ମହୁଆ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ହସପିଟାଲରେ ଭର୍ତ୍ତି

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସାଂସଦ ମହୁଆ ମାଝୀଙ୍କ ଗାଡି ଦୁର୍ଘଟଣା । ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ । ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ…

ଧାନବାଦ ସ୍କୁଲରେ ଲଜ୍ଜାଜନକ ଘଟଣା, ବିନା ସାର୍ଟରେ କେବଳ ବ୍ଲେଜରରେ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ୍

ଝାଡ଼ଖଣ୍ଡ ଧାନବାଦର ଏକ ଘରୋଇ ସ୍କୁଲରେ ଲଜ୍ଜାଜନକ ଘଟଣା ଘଟିଛି । ସ୍କୁଲରେ ୮୦ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇ ଅଡୁଆରେ ଫସିଛନ୍ତି ସ୍କୁଲର ପ୍ରିନ୍ସିପାଲ୍ । ଏଥିପାଇଁ ଅନେକ ଅଭିଭାବକ ପୋଲିସରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ…

ଝାଡ଼ଖଣ୍ଡରେ ଦିଲ୍ଲୀ ଭଳି କାଣ୍ଡ, ଲିଭ ଇନ ପ୍ରେମିକାକୁ ୪୦ ଖଣ୍ଡ କରି ଜଙ୍ଗଲରେ ପକାଇଲା ପ୍ରେମିକ

ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଏଠାରେ କଂସେଇ କାମ କରୁଥିବା ଜଣେ ଯୁବକ ନିଜ ଲିଭ୍ ଇନ୍ ପାର୍ଟନରକୁ ହତ୍ୟା କରିବା ପରେ ମୃତଦେହକୁ ୪୦ରୁ ୫୦ ଖଣ୍ଡ କରି ଫୋପାଡି ଦେଇଛି । ପୋଲିସ ବୁଧବାର ଦିନ ଏହି ହତ୍ୟାକାଣ୍ଡ ବିଷୟରେ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି…

ଧୋନିଙ୍କୁ ନୋଟିସ ଜାରି କଲେ ଝାଡ଼ଖଣ୍ଡ ହାଇକୋର୍ଟ, ହାଜର ଦେବାକୁ ନିର୍ଦ୍ଦେଶ

ବଢ଼ିଲା ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଡୁଆ । ଝାଡ଼ଖଣ୍ଡ ହାଇକୋର୍ଟ ଧୋନିଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଅଦାଲତରେ ହାଜର ହେବାକୁ ଧୋନିଙ୍କୁ କୋର୍ଟ ନୋଟିସ ପଠାଇଛନ୍ତି । ତାଙ୍କ ପୂର୍ବତନ ସହଯୋଗୀ ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ…

ହେମନ୍ତ ସୋରେନ୍‌ଙ୍କ ପିଏ ଘର ପଶିଲା ଆୟକର ବିଭାଗ, ବିଭିନ୍ନ ଠିକଣାରେ ଚାଲିଛି ରେଡ୍

ଅଡୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବ୍ୟକ୍ତିଗତ ପରାମର୍ଶଦାତା । ପିଏ ସୁନୀଲ ଶ୍ରୀବାସ୍ତବଙ୍କ ଘରେ ପଶିଲା ଆୟକର ବିଭାଗ । ଆୟକର ବିଭାଗ ସୁନୀଲ ଶ୍ରୀବାସ୍ତବ, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସହ ଜଡିତ ମୋଟ ୧୬-୧୭ ସ୍ଥାନ ଉପରେ ଚଢାଉ କରିଛି । ଝାଡ଼ଖଣ୍ଡ ବିଧାନସଭା…

ଭୂକମ୍ପ ଝଟକାରେ ଥରିଲା ରାଞ୍ଚି ଓ ଜାମଶେଦପୁର, ଭୟଭୀତ ହୋଇ ଘରୁ ଦୌଡିଲେ ଲୋକ

ଭୂକମ୍ପ ଝଟକାରେ ଥରିଲା ଝାଡଖଣ୍ଡ । ଭୂକମ୍ପର ତୀବ୍ରତା ୪.୩ ବୋଲି ଜଣାପଡିଛି । ଭୂକମ୍ପ ଝଟକା ରାଞ୍ଚି ଏବଂ ଜାମଶେଦପୁରରେ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭୂତ କରିବା ପରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ ।…

ଫରେଷ୍ଟ ରେଞ୍ଜ ଅଫିସର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଶେଷ ତାରିଖ ଅଗଷ୍ଟ ୧୦

ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନରେ ଫରେଷ୍ଟ ରେଞ୍ଜ ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ ଆରମ୍ଭ ହୋଇସାରିଛି । ଆବେଦନ କରିବାର ଶେଷ ତାରିଖ ୧୦ ଅଗଷ୍ଟ ୨୦୨୪ ରହିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ୧୦ ଅଗଷ୍ଟ…

ଦେଓଘରରେ ଭୁଶୁଡିଲା ୩ ମହଲା ବିଲିଡିଂ: ୨ ମୃତ, ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି

ଗୁଜରାଟ ସୁରଟ ପରେ ଏବେ ଝାଡଖଣ୍ଡର ଦେଓଘରରେ ୩ ମହଲା ବିଲିଡିଂ ଭୁଶୁଡି ପଡିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଖବର ମିଳିଛି । ଘଟଣା ପରେ ଏନଡିଆରଏଫ ଟିମ୍‌ ପହଞ୍ଚି ଭଗ୍ନାବଶେଷ ତଳୁ ୩ ଜଣଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି…

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ରାଜ୍ୟପାଳ କରାଇଲେ ଶପଥ ପାଠ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ ରାଜଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହେମନ୍ତ ସୋରେନ…