ଆସ୍ଥା ଭୋଟ ଜିତିଲେ ଚମ୍ପଇ ସୋରେନ, ହେଲେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଆସ୍ଥା ଭୋଟରେ ଜିତିଲେ ଚମ୍ପଇ ସୋରେନ । ସରକାର ସମର୍ଥନରେ ୪୭ ଭୋଟ ମିଳିଥିବା ବେଳେ ବିରୋଧୀ ଦଳଙ୍କ ପାଖରେ ୨୯ ବିଧାୟକ ରହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ ଯିବାର ୩ଦିନ ପରେ ଜେଏମଏମ ମେଣ୍ଟ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲା ।

ଆସ୍ଥା ଭୋଟରେ ଜିତିଲେ ଚମ୍ପଇ ସୋରେନ । ସରକାର ସମର୍ଥନରେ ୪୭ ଭୋଟ ମିଳିଥିବା ବେଳେ ବିରୋଧୀ ଦଳଙ୍କ ପାଖରେ ୨୯ ବିଧାୟକ ରହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ ଯିବାର ୩ଦିନ ପରେ ଜେଏମଏମ ମେଣ୍ଟ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲା । ଆସ୍ଥା ପ୍ରସ୍ତାବ ପୂର୍ବରୁ ଡିବେଟ୍ ବେଳେ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଟାର୍ଗେଟ୍ କରିଥିଲେ ହେମନ୍ତ ସୋରେନ ।

ତାଙ୍କ ଗିରଫଦାରୀରେ ରାଜଭବନର ଭୂମିକା ଥିବା ସେ ଅଭିଯୋଗ ଆଣିଛନ୍ତି । ଭାରତୀୟ ଗଣତନ୍ତ୍ରରେ ଏହା ଏକ କଳା ଫର୍ଦ୍ଦ ବୋଲି କହିଛନ୍ତି ହେମନ୍ତ । ବିଧାନସଭା ଭାଷଣରେ ଇଡିକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ଆଜି ଫ୍ଲୋର ଟେଷ୍ଟ ବିତର୍କରେ ଆରମ୍ଭରେ ଚମ୍ପାଇ ସୋରେନ କହିଥିଲେ ଝାଡ଼ଖଣ୍ଡରେ ଯାହା ଚାଲିଛି ପୂରା ଦେଶ ଦେଖୁଛି ।


ଚମ୍ପଇ ସୋରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି । ମଙ୍ଗଳବାର ଦିନ ପୁଣି କାର୍ଯ୍ୟ ଆରମ୍ଭ ହେବ । ଅର୍ଥ ହେରଫେର ମାମଲା ସହ ଜଡ଼ିତ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ସେ ଚମ୍ପଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ତଙ୍କ ଦଳକୁ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.