Below header

ଭଉଣୀର ହଳଦୀ କାର୍ଯ୍ୟକ୍ରମରେ ନାଚୁଥିବାବେଳେ ସାନ ଭଉଣୀକୁ ଆସିଲା ହାର୍ଟଆଟାକ୍‌, ବନ୍ଦ ହେଲା ବାହାଘର

ନିଜ ଭଉଣୀ ବାହାଘରରେ ନାଚୁଥିବା ବେଳେ ଚାଲିଗଲା ସାନ ଭଉଣୀ ଜୀବନ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ସମସ୍ତେ ନାଚୁଥିବା ବେଳେ ୧୯ ବର୍ଷୀୟ ଯୁବତୀଙ୍କୁ ହାର୍ଟଆଟାକ ଆସିଥିଲା । ଉତ୍ତରପ୍ରଦେଶ ମେରଠରେ ଘଟିଛି ହୃଦୟ ବିଦାରକ ଘଟଣା ।

ଉତ୍ତରପ୍ରଦେଶ ମେରଠରେ ଘଟିଛି ହୃଦୟ ବିଦାରକ ଘଟଣା । ନିଜ ଭଉଣୀ ବାହାଘରରେ ନାଚୁଥିବା ବେଳେ ଚାଲିଗଲା ସାନ ଭଉଣୀ ଜୀବନ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ସମସ୍ତେ ନାଚୁଥିବା ବେଳେ ୧୯ ବର୍ଷୀୟ ଯୁବତୀଙ୍କୁ ହାର୍ଟଆଟାକ ଆସିଥିଲା । ଆଉ ଘଟଣା ସ୍ଥଳରେ ସେ ତଳେ ପଡିଯାଇଥିଲେ ।

ମେରଠ ଥାନା ଲିସାଡିଗେଟ ସ୍ଥିତ ଅହମଦ ନଗରରେ ଥିବା ଆଫତାବ ନାମକ ବ୍ୟକ୍ତିଙ୍କ ଘରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା । ଝିଅ ବାହାଘର ପାଇଁ ବରଯାତ୍ରୀ ଆସିଥାନ୍ତେ, ଏହା ପୂର୍ବରୁ ହଳଦୀ ସେରିମନୀ ହେଉଥିଲା । ଏହି ସମୟରେ ପିଲାମାନେ ଡ୍ୟାନ୍ସ କରୁଥିଲେ । କନ୍ୟାଙ୍କ ଦାଦା ଝିଅ ରିମସା ଡ୍ୟାନ୍ସ କରୁଥିଲେ ଆଉ ହଠାତ୍‌ ବିଚଳିତ ଅନୁଭବ କରିଥିଲେ । ଛାତିରେ ହାତ ରଖିବା କ୍ଷଣି ତୁରନ୍ତ ଆଉ ଜଣେ ପିଲା ଆସି ତାଙ୍କୁ ଧରିପକାଇଥିଲା ଆଉ ସେ ତଳେ ପଡିଯାଇଥିଲେ ।

ରିମସାର ଭଉଣୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଉଠିନଥିଲେ । ହାର୍ଟଆଟାକ ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇସାରିଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାରରେ ଶୋକ ଖେଳିଯାଇଥିଲା । ଏହି ଘଟଣା ପରେ ବିବାହକୁ ସ୍ଥଗିତ କରାଯାଇଛି ।

ତେବେ ମୃତ ଯୁବତୀଙ୍କ ବାପା ଶ୍ରମିକ ଭାବେ କାମ କରନ୍ତି । ତାଙ୍କୁ ୩ ଝିଅ ରହିଛନ୍ତି । ରିମସା ତାଙ୍କ ବଡ ଝିଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.