Below header

ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ହାଇୱା ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ହାଇୱା ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।

ମୃତ ଯୁବକ ହେଲେ ଆଳି ଥାନା ଗୋପାଳପୁର ଗାଁର ଅଭିରାମ ମଲିକଙ୍କ ପୁଅ ବଣ୍ଟି ମଲିକ । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଆଳିପଟୁ ପତ୍ରପୁର ସେତୁ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣାରେ ମୃତ ଯୁବକ ପରିବାରକୁ କ୍ଷତିପୂରଣ ନମିଳିବା ଯାଏ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି କହିଛନ୍ତି । ରାସ୍ତାରୋକ ଯୋଗୁଁ ଶହଶହ ଯାନବାହନ ଉଭୟ ପଟ୍ଟାମୁଣ୍ଡାଇ ଓ ଆଳି ପଟୁ ରାସ୍ତାରେ ଅଟକି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.