Below header

ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୫ ବିମାନ ଆଜି ବାତିଲ, ସହିବାକୁ ପଡିଲା କୋଟି କୋଟି ଟଙ୍କାର କ୍ଷତି

ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ୟାବିନ କ୍ରୁ ସମୂହ ଛୁଟିରେ ଯିବା ପରେ ଏୟାରଲାଇନ୍ସକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଆଜି ପୁଣି ଏୟାରଲାଇନ୍ସର ୭୫ ବିମାନ ବାତିଲ ହୋଇଛି । ଫଳରେ ଏୟାରଲାଇନ୍ସଙ୍କୁ ୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।

ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ୟାବିନ କ୍ରୁ ସମୂହ ଛୁଟିରେ ଯିବା ପରେ ଏୟାରଲାଇନ୍ସକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଆଜି ପୁଣି ଏୟାରଲାଇନ୍ସର ୭୫ ବିମାନ ବାତିଲ ହୋଇଛି । ଫଳରେ ଏୟାରଲାଇନ୍ସଙ୍କୁ ୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ତେବେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ପରିଚାଳନା ରବିବାରକୁ ସାମାନ୍ୟ ହୋଇପାରେ ବୋଲି ଆଶା କରାଯାଉଛି ।

ସୂଚନା ମୁତାବକ, ଏୟାର ଇଣ୍ଡିଆ ଏକ୍ସପ୍ରେସର କର୍ମଚାରୀମାନେ ସାମୂହିକ ଛୁଟି ଏବଂ କର୍ମଚାରୀମାନଙ୍କ ଛଟେଇ କାରଣରୁ ଯୋଗୁଁ କମ୍ପାନୀ ବିମାନ ରଦ୍ଦ କରିଛି । କମ୍ପାନୀ ଏନେଇ ଯାତ୍ରୀଙ୍କୁ ପୂର୍ବରୁ ସୂଚନା ଦେଇସାରିଛି । ମଙ୍ଗଳବାର ରାତିରେ ପାଖାପାଖି ୧୦୦ଟି ଫ୍ଲାଇଟ୍ ବାତିଲ କରାଯାଇଥିଲା । ଏହାଛଡା ପ୍ରତ୍ୟେକ ଦିନ ୪୦ ବିମାନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏୟାର ଲାଇନ୍ସ । ଏଭଳି ୧୩ ମଇ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ବୁଧବାର ଦିନ ୩୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟିରେ ଯିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଏଭଳି ସମସ୍ୟା ଦେଖାଦେଇଥିଲା । ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କ୍ୟାବିନ କ୍ରୁ୍ୟ ମେମ୍ବରଙ୍କ ଏକ ଟିମ୍ ଅଭିଯୋଗ କରିଥିଲେ କି, ମ୍ୟାନେଜମେଣ୍ଟ ଠିକ୍ ଭାବେ କାମ କରୁନି । କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି । ପରିଚାଳନାଗତ ତ୍ରୁଟି ହେତୁ କ୍ରୁ ସଦସ୍ୟା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । କମ୍ପାନୀ ଏଥିପାଇଁ ୨୫ ରୁ ୩୦ ସଦସ୍ୟଙ୍କୁ ବହିଷ୍କୃତ କରିଛି ।

କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କୁ ରିଫଣ୍ଡ ବା ବିମାନ ସେବା ଅପସନ ଦିଆଯାଇଛି । ଏହା ବ୍ୟତୀତ ଏୟାରଲାଇନ ପକ୍ଷରୁ ରିଭାଇଜଡ୍ ଫ୍ଲାଇଟ ସେଡ୍ୟୁଲ ମଧ୍ୟ ଜାରି କରାଯାଇଛି । କମ୍ପାନୀ ଲଗାତାର ଲୋକଙ୍କୁ ଅପିଲ କରିଆସୁଛି  ଏୟାରପୋର୍ଟ ଯିବା ପୂର୍ବରୁ ଚେକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.