Below header

ଘର କାନ୍ଥ ପଡି ବୃଦ୍ଧା ମୃତ, କାଳବୈଶାଖୀ ବର୍ଷା ଯୋଗୁ ଖସିପଡ଼ିଲା କାନ୍ଥ

ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ । ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଉଡ଼ିଗଲା ବୃଦ୍ଧାଙ୍କ ପ୍ରାଣବାୟୁ।

ଆନନ୍ଦପୁର : ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ । ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଉଡ଼ିଗଲା ବୃଦ୍ଧାଙ୍କ ପ୍ରାଣବାୟୁ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରାଇଘାଟି ଗାଁର କାଟେ ଖୁଣ୍ଟିଆଙ୍କ ସ୍ତ୍ରୀ ରାଇମଣୀ ଆଜି ଘର ଓଳାଉଥିବା ସମୟରେ ଅଚାନକ ଘରର କାନ୍ଥ ତାଙ୍କ ଉପରେ ପଡି ଯାଇଥିଲା ।

କାଳବୈଶାଖୀ ପ୍ରଭାବରୁ ଗତକାଲି ପ୍ରବଳ ବର୍ଷା ହୋଇଥିବାରୁ ମାଟି କାନ୍ଥ ଖସି ପଡ଼ିଥିବା ଅନୁମାନ କରାଯାଉଛି । ପରିବାର ଲୋକେ ତୁରନ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.