Below header

ଜରାଶ୍ରମରେ ପାଳିଲେ ବିବାହ ବାର୍ଷିକୀ, ଆଉ ଦିନକୁ ସ୍ମରଣୀୟ କରିବା ପାଇଁ ଅଙ୍ଗଦାନ କରିବାକୁ କଲେ ପଞ୍ଜୀକରଣ

ନିଜର ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବା ସହିତ ଅନ୍ୟ ଶରୀରରେ ସବୁଦିନ ପାଇଁ ବଞ୍ଚି ରହିବା ପାଇଁ ବିବାହ ବାର୍ଷିକୀ ଅବସରରେ ଅଙ୍ଗଦାନ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କୁଜଙ୍ଗ ବ୍ଲକ ବଡଙ୍ଗ ଗ୍ରାମର ଯୁବସମାଜସେବୀ ପ୍ରବୀର ପ୍ରଧାନ ।

ପାରାଦୀପ (କେନ୍ୟୁଜ) : ଆଜି ବାହାଘରକୁ ହେଲା ୧୫ ବର୍ଷ । ଜୀବନର ପ୍ରତି ଛୋଟ ବଡ ଘାତ ପ୍ରତିଘାତକୁ ଅତିକ୍ରମ କରି ୧୫ ବର୍ଷ ପୂରିଗଲା ଏହି ଦମ୍ପତିଙ୍କ ବାହାଘରକୁ । ତେବେ ବିବାହ ବାର୍ଷିକୀରେ କିଛି ଏମିତି ମହତ କାମ କରିଛନ୍ତି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ହଁ ଆଜ୍ଞା ବିବାହ ବାର୍ଷିକୀରେ ଯୁବ ସମାଜ ସେବୀ ନେଇଛନ୍ତି ଏକ ନିଆରା ନିଷ୍ପତି । ନିଜର ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବା ସହିତ ଅନ୍ୟ ଶରୀରରେ ସବୁଦିନ ପାଇଁ ବଞ୍ଚି ରହିବା ପାଇଁ ବିବାହ ବାର୍ଷିକୀ ଅବସରରେ ଅଙ୍ଗଦାନ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କୁଜଙ୍ଗ ବ୍ଲକ ବଡଙ୍ଗ ଗ୍ରାମର ଯୁବସମାଜସେବୀ ପ୍ରବୀର ପ୍ରଧାନ ।

ପାରାଦୀପ ଦୋଛକି ନିକଟରେ ଥିବା ସାଇରାମ ଜରାଶ୍ରମ ଅନ୍ତେବାସୀ ମାନଙ୍କ ଗହଣରେ ନିଆରା ଢଙ୍ଗରେ ନିଜର ୧୫ତମ ବିବାହ ବାର୍ଷିକ ପାଳନ କରିଛନ୍ତି ପ୍ରବୀର । ଜରାଶ୍ରମ ଅନ୍ତେବାସୀ ମାନଙ୍କ ଗହଣରେ କେକ କାଟି ବୟସର ଅପରାହ୍ନରେ ଜରାଶ୍ରମରେ ଦିନ କାଟୁଥିବା ବୃଦ୍ଧ, ବୃଦ୍ଧା ମାନଙ୍କୁ କେକ ଖୁଆଇବା ସହିତ ଖାଦ୍ୟ ବସ୍ତ୍ର ପ୍ରଦାନ କରି ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ଏହି ଦମ୍ପତି । ଦେଖନ୍ତୁ କେମିତି ଜରାଶ୍ରମର ବୃଦ୍ଧ ବୃଦ୍ଧାମାନେ ମଧ୍ୟ କେତେ ଖୁସି ହେଉଛନ୍ତି । ଆପଣ ଜାଣିଛନ୍ତି ସମାଜରେ ଜନ୍ମ, ମୃତ୍ୟୁ ହେଉଛି ଧ୍ରୁବସତ୍ୟ, ତେଣୁ ଜୀବନ ଚାଲିଗଲା ପରେ ପରିବାର ଲୋକେ ମୃତ ଶରୀରଟିକୁ ସଂସ୍କାର କରିଥାନ୍ତି ।

ମୃତ୍ୟୁପରେ ନିଜର ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ଯଦି ଅକାଳରେ ଜୀବନ ହରାଉଥିବା ଜଣେ ବ୍ୟକ୍ତି ଦେହରେ ପ୍ରତିରୋପଣ କରାଯାଇ ଜଣେ ଲୋକ ପୁର୍ନଜୀବନ ଲାଭ କରୁଛି ଏହାଠାରୁ ବଡ କଥା ଆଉ କିଛିନାହିଁ । ସେଥିପାଇଁ ମୃତ୍ୟୁ ପରେ ସରକାରଙ୍କୁ ନିଜ ଅଙ୍ଗଦାନ କରିବା ପାଇଁ ପଞ୍ଜିକରଣ କରିବା ସହିତ ଅନ୍ୟର ଦେହରେ ସେ ଜୀବିତ ରହିବେ ବୋଲି ପ୍ରକାଶ କରିଛନ୍ତି ପ୍ରବୀର । ନିଜର ସ୍ତ୍ରୀ ଓ ଝିଅକୁ ସାଥିରେ ଧରି ଜରାଶ୍ରମ ଅନ୍ତେବାସୀ ମାନଙ୍କ ସହିତ ବିବାହ ବାର୍ଷିକୀ ପାଳନ କରି ବେଶ ଖୁସି ହୋଇଥିଲେ ପ୍ରବୀର ।ସତରେ ନିଜର ଏକ ବହୁତ ଖାସ୍‌ ଦିନରେ ଏମିତି ଏକ ମହତ କାମରେ ନିଜକୁ ଦାନ କରିଦେବା ଏହା ନିଶ୍ଚିତ ଭାବେ ଏକ ବଡ କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.