Below header

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଅରୁଣ ଷଡ଼ଙ୍ଗୀ

ନିର୍ବାଚନ ପୂର୍ବରୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜରେ ଡିଜିପିଙ୍କ ସମୀକ୍ଷା । ନୂଆପଡ଼ା ଜିଲ୍ଲା ଗସ୍ତ କରି କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୨୦୨୪ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ପରିଚାଳନା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ ।

ନୂଆପଡ଼ା (କେନ୍ୟୁଜ୍‌): ନିର୍ବାଚନ ପୂର୍ବରୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜରେ ଡିଜିପିଙ୍କ ସମୀକ୍ଷା । ନୂଆପଡ଼ା ଜିଲ୍ଲା ଗସ୍ତ କରି କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୨୦୨୪ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ପରିଚାଳନା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ ।

ନୂଆପଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ବେଦନଶୀଳ ଅଞ୍ଚଳ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ । ନୂଆପଡା ଜିଲ୍ଲାର ୨ଟି ବିଧାନସଭା ଓ କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ଆସନରେ ୨ହଜାରରୁ ଉର୍ଦ୍ଧ୍ୱ ବୁଥ ରହିଛି । ନୂଆପଡା ଓ କଳାହାଣ୍ଡି ଜିଲ୍ଲା ସହ ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ନଜର ରଖିଛି ।

ମାଓ ଗତିବିଧି ଉପରେ ଆନ୍ତଃରାଜ୍ୟ ପୋଲିସ ସମନ୍ୱୟ ବୈଠକରେ ଉଭୟ ରାଜ୍ୟର ଡିଜିଙ୍କ ଆଲୋଚନା କରିବା ସହିତ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି l ଓଡିଶା – ଛତିଶଗଡ଼ ସୀମାନ୍ତରେ ୧୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି l ସୀମାରେ ଆଣ୍ଟି ନକ୍ସଲ ଅପରେସନ ଜାରି ରହିଛି । ସୀମାନ୍ତରେ ୧୩ଟି ଚେକ ପୋଷ୍ଟରେ ଚେକିଂକୁ କଡାକଡି କରାଯାଇଛି । ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ଅବାଧରେ ପରିଚାଳନା କରାଯିବ ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.