ଫୋନରେ ବ୍ୟାକ୍ କଭର ଲଗାଇବା ଉଚିତ କି ନୁହେଁ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆମେ ଯେତେବେଳେ ବି ଏକ ନୂଆ ସ୍ମାର୍ଟଫୋନ କିଣିଥାଉ ଏହା ସହିତ ଆମେ ନିଜ ଫୋନ୍ ପାଇଁ ଏକ ବ୍ୟାକ୍ କଭର ମଧ୍ୟ କିଣିଥାଉ । ଏହି ଦୁଇଟି ଜିନିଷ କିଣିବା ପଛରେ ଏକମାତ୍ର କାରଣ ହେଉଛି ଫୋନର ସୁରକ୍ଷା, କିନ୍ତୁ ଯଦି ଆମେ କହିବୁ ଯେ ଏଭଳି କରିବା ଆପଣଙ୍କ ଫୋନକୁ ବିପଦରେ ପକାଇଥାଏ, ତେବେ ଆପଣ ଏ କଥା ବିଶ୍ୱାସ କରିବେ କି?

ଆମେ ଯେତେବେଳେ ବି ଏକ ନୂଆ ସ୍ମାର୍ଟଫୋନ କିଣିଥାଉ ଏହା ସହିତ ଆମେ ନିଜ ଫୋନ୍ ପାଇଁ ଏକ ସ୍କ୍ରିନ୍ ଗାର୍ଡ ଏବଂ ବ୍ୟାକ୍ କଭର ମଧ୍ୟ କିଣିଥାଉ । ଏହି ଦୁଇଟି ଜିନିଷ କିଣିବା ପଛରେ ଏକମାତ୍ର କାରଣ ହେଉଛି ଫୋନର ସୁରକ୍ଷା, କିନ୍ତୁ ଯଦି ଆମେ କହିବୁ ଯେ ଏଭଳି କରିବା ଆପଣଙ୍କ ଫୋନକୁ ବିପଦରେ ପକାଇଥାଏ, ତେବେ ଆପଣ ଏ କଥା ବିଶ୍ୱାସ କରିବେ କି? ଫୋନରେ ବ୍ୟାକ୍ କଭର ଲଗାଇ ଆପଣ ନିଜ ଫୋନକୁ ସ୍କ୍ରାଚ୍ ଏବଂ ବ୍ରେକେଜରୁ ବଞ୍ଚାଇ ପାରନ୍ତି କିନ୍ତୁ ଏହାଦ୍ୱାରା ଫୋନର ଲାଇଫ ଟାଇମ କମ୍ ହୋଇଯାଏ । ଯାହାର ସ୍ମାର୍ଟଫୋନ୍ ଅଛି, ସେ ବ୍ୟାକ୍ କଭର ଲଗାଇବାର ଅନେକ ଲାଭ ବିଷୟରେ ଭଲ ଭାବରେ ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଫୋନରେ ବ୍ୟାକ୍ କଭର ଲଗାଇବାର ଅସୁବିଧା ବିଷୟରେ କହିବୁ ।

ଫୋନରେ ବ୍ୟାକ୍ କଭର ଲଗାଇବାର ଅସୁବିଧା:
ଫୋନରେ ବ୍ୟାକ୍ କଭର ଲଗାଇବାର ପ୍ରଥମ ଅସୁବିଧା ହେଉଛି ଏହାଦ୍ୱାରା ଆପଣଙ୍କ ଫୋନ୍ ଗରମ ହେବା ଆରମ୍ଭ କରେ । ଯଦି ଆପଣ ନିଜ ଫୋନକୁ ଏକ ମୋଟା ବ୍ୟାକ୍ କଭର ସହିତ ଚାର୍ଜରେ ବସାନ୍ତି ତେବେ ଏହା ଶୀଘ୍ର ଗରମ ହେବା ଆରମ୍ଭ କରେ । ଫୋନରେ କଭର ବ୍ୟବହାର କରିବା ଦ୍ୱାରା ଫୋନର ଉତ୍ତାପ ବାହାରକୁ ଯାଏ ନାହିଁ । ଏହି କାରଣରୁ, ଫୋନ୍ ହ୍ୟାଙ୍ଗ ହେବା ସମସ୍ୟା ଆରମ୍ଭ ହୁଏ ଏବଂ ଏହାର ପରଫରମାନ୍ସ ମଧ୍ୟ ପ୍ରଭାବିତ ହୁଏ । ଏହି କାରଣରୁ ଫୋନରେ ବ୍ୟାକ୍ କଭର ଲଗାଇବା କେବଳ ଲାଭଦାୟକ ନୁହେଁ ବରଂ ଏହା କ୍ଷତିକାରକ ମଧ୍ୟ ହୋଇପାରେ ।

ବ୍ୟାକ୍ କଭର ଲଗାଇବା ଉଚିତ କି ନୁହେଁ?
ଫୋନରେ ବ୍ୟାକ୍ କଭର ଲଗାଯିବ କି ନାହିଁ ଏହା ଆପଣଙ୍କ ବ୍ୟକ୍ତିଗତ ପସନ୍ଦ । ଯଦି ଫୋନ୍ ବାରମ୍ବାର ଆପଣଙ୍କ ହାତରୁ ଖସିଯାଏ, ତେବେ ଫୋନରେ ବ୍ୟାକ୍ କଭର ଲଗାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କିନ୍ତୁ ଗୋଟିଏ କଥା ମନେରଖନ୍ତୁ ଆପଣ ଫୋନକୁ ଚାର୍ଜରେ ଲଗାଇବା ସମୟରେ ଏହାର ବ୍ୟାକ୍ କଭର କାଢି ଦିଅନ୍ତୁ ଏବଂ ଏହା ପରେ ହିଁ ଚାର୍ଜ କରନ୍ତୁ ।

ଯଦି ଆପଣଙ୍କ ଫୋନର ପଛ ଭାଗରେ ଏକ ମ୍ୟାଗନେଟ୍ କଭର ଅଛି, ଏହା ଆପଣଙ୍କ ଜିପିଏସ୍ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଆପଣଙ୍କୁ କହି ରଖୁଛୁ ଫୋନର କଭର ଯେତେ ମୋଟା ହେବ, ଫୋନ ଗରମ ହେବାର ସମସ୍ୟା ସେତେ ଅଧିକ ହେବ । ଯଦି ଆପଣ ଫୋନରେ କଭର ଲଗାଇଛନ୍ତି, ତେବେ ଗେମିଙ୍ଗ କିମ୍ବା ଭିଡିଓ ସୁଟିଂ କରିବା ସମୟରେ କଭରକୁ ବାହାର କରିଦିଅନ୍ତୁ, ଏହା ଆପଣଙ୍କ ଫୋନକୁ ଗରମ ହେବାରୁ ରକ୍ଷା କରିବ । ସବୁବେଳେ ନିଜ ଫୋନ୍ ପଛରେ ଏକ ନରମ ଏବଂ ଭେଣ୍ଟିଲେଟେଡ୍ କଭର ଲଗାଇବାକୁ ଚେଷ୍ଟା କରନ୍ତୁ, ଯାହା ଦ୍ୱାରା ବାୟୁ ଚଳାଚଳ ହୋଇପାରିବ ଏବଂ ଫୋନରେ ହିଟିଂ ସମସ୍ୟା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.