Below header

‘ଜଲଦି ଖେଳ ସାର… ବେବି ହେବାକୁ ଯାଉଛି…’, ଭାଇରଲ ହେଲା ସାକ୍ଷୀ ଧୋନିଙ୍କ ଇନଷ୍ଟା ଷ୍ଟୋରୀ ପୋଷ୍ଟ

ପୋଷ୍ଟରେ ସାକ୍ଷୀ ଅପିଲ କରି ଲେଖିଥିଲେ କି, ପ୍ଲିଜ୍‌ ଜଲଦି ଖେଳ ସାରିଦିଅ ଚେନ୍ନାଇ ସୁପରକିଙ୍ଗସ, ଜଲଦି ବେବି ଆସିବ… ହେବାକୁ ଥିବା ଅପା ଆପଣଙ୍କୁ ଅପିଲ୍‌ କରୁଛି… । ତେବେ ସାକ୍ଷୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଆଇପିଏଲ୍‌ ୨୦୨୪ର ୪୫ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଛି । ଏହି ବିଜୟ ପରେ ପଏଣ୍ଟ ଟେବୁଲର ୩ ନଂ ସ୍ଥାନରେ ରହିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୧୨ ରନ୍‌ କରିଥିଲା । ଏହାପରେ ହାଇଦ୍ରାବାଦ କେବଳ ୧୩୪ ରନ୍‌ କରିପାରିଥିଲା । ହେଲେ ଏହି ମ୍ୟାଚ ସମୟରେ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଇନଷ୍ଟା ଷ୍ଟୋରୀ ସେୟାର ଦେଖି ଫ୍ୟାନ୍ସ ବିଚଳିତ ହୋଇପଡିଥିଲେ ।

ଆଇପିଏଲ ୨୦୨୪ ର ୪୫ତମ ମ୍ୟାଚରେ ଚେନ୍ନାଇରେ ସିଏସକେ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ଏହି ସମୟରେ ସାକ୍ଷୀ ଏକ ଫଟୋ ପୋଷ୍ଟ କରି ଇନଷ୍ଟା ଷ୍ଟୋରୀରେ ସେୟାର କରିଥିଲେ । ଏହି ପୋଷ୍ଟରେ ସାକ୍ଷୀ ଅପିଲ କରି ଲେଖିଥିଲେ କି, ପ୍ଲିଜ୍‌ ଜଲଦି ଖେଳ ସାରିଦିଅ ଚେନ୍ନାଇ ସୁପରକିଙ୍ଗସ, ଜଲଦି ବେବି ଆସିବ… ହେବାକୁ ଥିବା ଅପା ଆପଣଙ୍କୁ ଅପିଲ୍‌ କରୁଛି… । ତେବେ ସାକ୍ଷୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କିନ୍ତୁ ଏଥିରେ ସାକ୍ଷୀ କ୍ଲିଅର ଭାବେ କହିଛନ୍ତି, ଧୋନି ବାପା ନୁହେଁ ବରଂ ପିଉସା ହେବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳାଯାଇଥିବା ୪୬ତମ ଲିଗ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍ ସଂଗ୍ରହ କରିଥିଲା ସିଏସକେ । ଦଳ ପକ୍ଷରୁ ଅଧିନାୟକ ଋତୁରାଜ ଗାଏକ୍ୱାଡ ସର୍ବାଧିକ ୯୮(୫୪) ରନ୍ କରିଥିବା ବେଳେ ଡାରିଲ ମିଚେଲ ୫୨(୩୨), ଅଜିଙ୍କ୍ୟ ରାହାଣେ ୯(୧୨) ଏବଂ ଶିବମ ଦୁବେ ଓ ମହେନ୍ଦ୍ର ସିଂହ ଧୋନି ଅପରାଜିତ ରହି ଯଥାକ୍ରମେ ୩୯(୨୦), ୫(୨) ରନ୍ ସଂଗ୍ରହ କରିଥିଲେ । ଚେନ୍ନାଇ ଦେଇଥିବା ଲକ୍ଷ୍ୟକୁ ପିଛା କରି ଗୋଟିଏ ଓଭର ବାକି ଥାଇ ମଧ୍ୟ ୧୩୪ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ହାଇଦ୍ରାବାଦ। ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଥିଲା ଚେନ୍ନାଇ ସୁପରକିଙ୍ଗସ ।

ଏବେ ପଏଣ୍ଟ ଟେବୁଲର ୩ନଂ ସ୍ଥାନରେ ରହିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମ ସ୍ଥାନରେ ରାଜସ୍ଥାନ, ଦ୍ୱିତୀୟରେ କୋଲକତା, ଚତୁର୍ଥରେ ରେ ସନରାଇଜର୍ସ ହାଇଦ୍ରାବାଦ ଟିମ ରହିଛି । ସେହିପରି ଲକ୍ଷ୍ନୌ ସୁପରଜିଆଣ୍ଟସ ୫ମ ସ୍ଥାନରେ, ଦିଲ୍ଲୀ କ୍ୟାପିଟାଲ୍ସ ୬ଷ୍ଠ ସ୍ଥାନରେ, ଗୁଜରାଟ ଟାଇଟନ୍ସ ୭ମ, ପଞ୍ଜାବ କିଙ୍ଗସ ୮ମ, ମୁମ୍ବାଇ ଇଣ୍ଡିଆନ୍ସ ୯ମ ଏବଂ ଆରସିବି ୧୦ମ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.