Below header

ବର୍ଷା ଓ ଅନୁଭବ ଘରୋଇ ହିଂସା ମାମଲା: କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି

ବର୍ଷା ଓ ଅନୁଭବ ଘରୋଇ ହିଂସା ମାମଲାରେ କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ମାମଲାରେ ଅନୁଭବ ଓ ଦୁଇ ସହଯୋଗୀଙ୍କୁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଟାଇମ ପିଟିସନ ଜରିଆରେ ସମୟ ମାଗିଛନ୍ତି ଅନୁଭବ ମହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଲେ ଅନୁଭବ। କୋର୍ଟ ଆବେଦନକୁ ଗ୍ରହଣ କରି ସମୟ ଦେଇଛନ୍ତି।

କଟକ (କେନ୍ୟୁଜ): ବର୍ଷା ଓ ଅନୁଭବ ଘରୋଇ ହିଂସା ମାମଲାରେ କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ମାମଲାରେ ଅନୁଭବ ଓ ଦୁଇ ସହଯୋଗୀଙ୍କୁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଟାଇମ ପିଟିସନ ଜରିଆରେ ସମୟ ମାଗିଛନ୍ତି ଅନୁଭବ ମହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଲେ ଅନୁଭବ। କୋର୍ଟ ଆବେଦନକୁ ଗ୍ରହଣ କରି ସମୟ ଦେଇଛନ୍ତି। ଆସନ୍ତା ସୋମବାର ହାଜର ହେବେ ଅନୁଭବ ମହାନ୍ତି ଓ ତାଙ୍କ ସହଯୋଗୀ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ କଟକ ଜେଏମଏଫସି ସ୍ଵତନ୍ତ୍ର କୋର୍ଟରେ ଆଜି ଚାର୍ଜ ଫ୍ରେମ ହେବାର ଥିଲା ।

ସୂଚନା ଯୋଗ୍ୟ ଏହି ମାମଲା ୨୦୨୦ ମସିହାରେ ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ହୋଇଥିଲା । ଅନୁଭବ ଏବଂ ତାଙ୍କ ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ମାନସିକ,ଶାରୀରିକ, ନିର୍ଯାତନା , ଧମକ ଚମକ ଦେବା ଆଦି ଅଭିଯୋଗ ନେଇ ଏତଲା ଦିଆଯାଇଥିଲା । ଅନୁଭଵଙ୍କ ଡିସଚାର୍ଜ ପିଟିସନକୁ ସରକାରୀ ଆଇନଜୀବୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ବର୍ଷାଙ୍କ ଅଭିଯୋଗ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଥିବା ଦର୍ଶାଇ ଥିଲେ ସରକାରୀ ଏପିପି । ଆଜି ମାମଲାଟିର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.