Below header

ମହିଳାଙ୍କ ନାକରୁ ବାହାରିଲା ଜିଅନ୍ତା ପୋକ, ବହୁ କଷ୍ଟରେ ଜୀବନ ବଞ୍ଚାଇଲେ ଡାକ୍ତର

ଥାଇଲାଣ୍ଡର ଜଣେ ୫୯ ବର୍ଷୀୟା ମହିଳାଙ୍କର ଗତ କିଛି ସପ୍ତାହ ଧରି ନାକ ବନ୍ଦ ହୋଇ ରହିଥିଲା । ସେ ଭାବୁଥିଲେ ଯେ ସାମାନ୍ୟ ଥଣ୍ଡା କାରଣରୁ ଏପରି ହେଉଛି । କିନ୍ତୁ ଯେତେବେଳେ ଡାକ୍ତରମାନେ ତାଙ୍କର ଯାଞ୍ଚ କରିଥିଲେ, ସେମାନେ ନାକ ଭିତର ଅଂଶ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ମଣିଷ ବେଳେବେଳେ ଏମିତି ରୋଗରେ ଆକ୍ରାନ୍ତ ହୁଏ ଯେ, ତାର ଚିକିତ୍ସା ମଧ୍ୟ ଡାକ୍ତରଙ୍କ ଦ୍ୱାରା ସମ୍ଭବ ହୁଏ ନାହିଁ । ଡାକ୍ତରମାନେ ପ୍ରାଣପଣେ ଚେଷ୍ଟା କରି ରୋଗୀଙ୍କ ଜୀବନ ବଞ୍ଚାନ୍ତି । ତେବେ ନିକଟରେ ଜଣେ ମହିଳା ବି ଏମିତି ଏକ ରୋଗରେ ଆକ୍ରାନ୍ତ ହୋଇଥିଲେ ଯେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଥିଲେ । ବହୁ କଷ୍ଟରେ ମହିଳାଙ୍କ ଜୀବନ ବଞ୍ଚାଇଥିଲେ ଡାକ୍ତର ।

ଥାଇଲାଣ୍ଡର ଜଣେ ୫୯ ବର୍ଷୀୟା ମହିଳାଙ୍କର ଗତ କିଛି ସପ୍ତାହ ଧରି ନାକ ବନ୍ଦ ହୋଇ ରହିଥିଲା । ସେ ଭାବୁଥିଲେ ଯେ ସାମାନ୍ୟ ଥଣ୍ଡା କାରଣରୁ ଏପରି ହେଉଛି । କିନ୍ତୁ ଯେତେବେଳେ ଡାକ୍ତରମାନେ ତାଙ୍କର ଯାଞ୍ଚ କରିଥିଲେ, ସେମାନେ ନାକ ଭିତର ଅଂଶ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଡାକ୍ତରମାନେ କହିଛନ୍ତି ଯେ ଯଦି ମହିଳା ଜଣକ ଡାକ୍ତରଖାନାରେ ପହଞ୍ଚିବାକୁ ଆଉ କିଛି ଦିନ ବିଳମ୍ବ କରିଥାନ୍ତେ, ତେବେ ସେ ଆଉ ବଞ୍ଚି ନଥାନ୍ତେ । ତେବେ ଆସନ୍ତୁ ଜାଣିବା ମହିଳାଙ୍କ ସହ ଏପରି କଣ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ଥାଇଲାଣ୍ଡ ବାସିନ୍ଦା ଚିଆଙ୍ଗ ମାଇ ଦୀର୍ଘ ଦିନ ଧରି ନାକ ବନ୍ଦ ହେବା ସମସ୍ୟାରେ ପୀଡିତ ଥିଲେ। ତାଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଥିଲା। ନାକର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା । କିଛି ଦିନ ପରେ ହଠାତ ଦିନେ ମହିଳାଙ୍କ ନାକରୁ ରକ୍ତ ବାହାରିବା ସହିତ କିଛି ଜିଅନ୍ତା ପୋକ ବାହାରିଲେ । ଏହା ଦେଖି ସେ ବହୁତ ଡରି ଯାଇଥିଲେ ଏବଂ ସିଧା ଯାଇ ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଥିଲେ ।

ଯେତେବେଳେ ଡାକ୍ତର ପାଟିମନ୍ ଥାନଚାଇଖାନ୍ ମହିଳାଙ୍କ ଏକ୍ସ-ରେ ପରେ ନାକର ଏଣ୍ଡୋସ୍କୋପି କରିଥିଲେ, ସେତେବେଳେ ନାକ ଭିତରର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତର ଜାଣିବାକୁ ପାଇଥିଲେ ଯେ ମହିଳାଙ୍କ ନାକ ଭିତରେ ଜିଅନ୍ତା ପୋକ ବୁଲୁଛନ୍ତି । ଏହା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ଡାକ୍ତର ଦୀର୍ଘ ଘଣ୍ଟା ପରିଶ୍ରମ କରି ମହିଳାଙ୍କ ନାକ ଭିତରୁ ଜିଅନ୍ତା ପୋକ ଗୁଡ଼ିକୁ ବାହାର କରିଥିଲେ। ସୂଚନା ଅନୁସାରେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଠିକ୍‌ ଅଛି ।

ଡାକ୍ତରଙ୍କ କହିବା ଅନୁସାରେ ଯଦି ସେ ଠିକ୍ ସମୟରେ ଚିକିତ୍ସା କରାଇ ନଥାନ୍ତେ ତେବେ ନାକରେ ଥିବା ପୋକଗୁଡ଼ିକ ମସ୍ତିଷ୍କରେ ପହଞ୍ଚିଥାନ୍ତା । ଏହା ଦ୍ୱାରା ତାଙ୍କୁ ପାରାଲିସିସ୍‌ ଭଳି ରୋଗ ହୋଇଥାନ୍ତା । ଏପରିକି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାନ୍ତା । ମହିଳା ସାଇନ ସାଇଟିସ୍ ପାଇଁ ଚିକିତ୍ସିତ ହେଉଥିଲେ । ତେବେ ମହିଳାଙ୍କ ଏଣ୍ଡୋସ୍କୋପି ସମୟରେ ତାଙ୍କ ନାକ ଭିତରେ ୧୦୦ ରୁ ଅଧିକ ଜିଅନ୍ତା ପୋକ ଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ ଅନୁସାରେ ମହିଳା ଥାଇଲାଣ୍ଡର ଯେଉଁ ଅଞ୍ଚଳରେ ରୁହନ୍ତି, ସେଠାକାର ଲୋକମାନେ ଆଲର୍ଜି, ରାଇନାଇଟିସ୍‌ ଭଳି ଅନ୍ୟ ଶ୍ୱାସ ସମ୍ବନ୍ଧୀୟ ରୋଗରେ ପିଡ଼ିତ ଥିବା ଦେଖିବାକୁ ମିଳେ । ଲୋକମାନେ ଯେତେ ସତର୍କତା ଅବଲମ୍ବନ କଲେ ମଧ୍ୟ ଏଭଳି ରୋଗରେ ପିଡ଼ିତ ହେଉଛନ୍ତି । ଯଦି ଆପଣ ବି ଏପରି କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପିଡ଼ିତ ଅଛନ୍ତି, ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ଠାରୁ ଯାଞ୍ଚ କରନ୍ତୁ । ନଚେତ ଆପଣଙ୍କ ଜୀବନ ବି ବିପଦରେ ପଡ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.