Below header

ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ

ଦେବ ଦମ୍ପତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ପାଇଁ ରବିବାର ନୀତି ନିର୍ଘଣ୍ଟ ହୋଇଛି ।  ପାରମ୍ପରିକ ରୀତିନୀତି ଅନୁସାରେ ଆଜି ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଓ ମୋଦିପଡ଼ାର ଜାଗେଶ୍ୱର ବାବାଙ୍କର ଥାଳ ଉଠିବ ।  ଏହା ସହ କନ୍ୟା ପିତାମାତା ମଧ୍ୟ ଚୟନ ହେବେ ।  ନିଜ ନିଜ ପଡାରେ ପୂଜକ ଏହି ଥାଳ ଧରି ବୁଲିଥାନ୍ତି। 

ସମ୍ବଲପୁର (କେନ୍ୟୁଜ): ଦେବ ଦମ୍ପତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ପାଇଁ ରବିବାର ନୀତି ନିର୍ଘଣ୍ଟ ହୋଇଛି ।  ପାରମ୍ପରିକ ରୀତିନୀତି ଅନୁସାରେ ଆଜି ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଓ ମୋଦିପଡ଼ାର ଜାଗେଶ୍ୱର ବାବାଙ୍କର ଥାଳ ଉଠିବ ।  ଏହା ସହ କନ୍ୟା ପିତାମାତା ମଧ୍ୟ ଚୟନ ହେବେ ।  ନିଜ ନିଜ ପଡାରେ ପୂଜକ ଏହି ଥାଳ ଧରି ବୁଲିଥାନ୍ତି।  ଲୋକେ ଥାଳରେ ଭକ୍ତି ସ୍ୱରୂପ ନିଜ ଇଚ୍ଛାରୁ ଠାକୁରଙ୍କ ଏହି ଯାତ୍ରା ପାଇଁ ଆର୍ଥିକ ସହାୟତା ଦେଇଥାନ୍ତି ।  ଥାଳ ଉଠିବାର ଠିକ ଏକ ମାସ ପରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ ।

ଚଳିତ ବର୍ଷ ବିଭିନ୍ନ ଯାତ୍ରା କମିଟିମାନେ ଏହି ଶୀତଳ ଷଷ୍ଠୀ ଯାତ୍ରାକୁ ଆଡମ୍ବର ସହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।  ଏଥିପାଇଁ ଶିବାଳୟ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇ ଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବସିତ। ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.