Below header

ମଧ୍ୟପ୍ରଦେଶ : ବେତୁଲରେ ପୁଣି ହେଲା ମତଦାନ, ଭୋଟିଂ ପରେ ଇଭିଏମ ଓ କର୍ମଚାରୀ ଯାଉଥିବା ବସରେ ଲାଗିଯାଇଥିଲା ନିଆଁ

ମଧ୍ୟପ୍ରଦେଶ ବେତୁଲର ୪ଟି ମତଦାନ କେନ୍ଦ୍ରରେ ପୁଣିଥରେ ଭୋଟିଂ ହେଉଛି । ବେତୁଲର ମୁଲତାଇ ବିଧାନସଭାକ୍ଷେତ୍ରର ୪ଟି ମତଦାନ କେନ୍ଦ୍ରରେ ହେଉଛି । ୨୭୫-ରାଜାପୁର, ୨୭୬-ହୁଡର ରେୟତ, ୨୭୯-କୁନ୍ଦ୍ରା ରେୟତ ଏବଂ ୨୮୦-ଚିଖଲୀମାଲ ସାମିଲ ରହିଛି । ତୃତୀୟ ପର୍ଯ୍ୟାୟରେ ଭୋଟିଂ ପରେ ବସ୍‌ରେ ଯାଉଥିବା ସବୁକିଛି ଜିନିଷରେ ନିଆଁ ଲାଗିବା ଯୋଗୁଁ ସବୁକିଛି ଜଳିଯାଇଥିଲା ।

ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଏବେ ଆସନ୍ତା ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟର ୯୬ ଲୋକସଭା ସିଟ ପାଇଁ ଭୋଟି ହେବ । ଚତୁର୍ଥ ଚରଣ ଭୋଟିଂ ପାଇଁ ସମସ୍ତ ଦଳ ନିର୍ବାଚନୀ ପ୍ରଚାର କରୁଛନ୍ତି । ଏଭଳି ସ୍ଥଳରେ ମଧ୍ୟପ୍ରଦେଶ ବେତୁଲର ୪ଟି ମତଦାନ କେନ୍ଦ୍ରରେ ପୁଣିଥରେ ଭୋଟିଂ ହେଉଛି । ବେତୁଲର ମୁଲତାଇ ବିଧାନସଭାକ୍ଷେତ୍ରର ୪ଟି ମତଦାନ କେନ୍ଦ୍ରରେ ହେଉଛି । ୨୭୫-ରାଜାପୁର, ୨୭୬-ହୁଡର ରେୟତ, ୨୭୯-କୁନ୍ଦ୍ରା ରେୟତ ଏବଂ ୨୮୦-ଚିଖଲୀମାଲ ସାମିଲ ରହିଛି । ତୃତୀୟ ପର୍ଯ୍ୟାୟରେ ଭୋଟିଂ ପରେ ବସ୍‌ରେ ଯାଉଥିବା ସବୁକିଛି ଜିନିଷରେ ନିଆଁ ଲାଗିବା ଯୋଗୁଁ ସବୁକିଛି ଜଳିଯାଇଥିଲା ।

ଏହି ବସ୍ ବେତୁଲ ଜିଲ୍ଲାର ୬ଟି ମତଦାନ କେନ୍ଦ୍ରରୁ ଭୋଟ୍ ସାମଗ୍ରୀ ଧରି ଫେରୁଥିଲା । ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀଙ୍କ କହିଛନ୍ତି ଯେ ବସ୍‌ଟି ୬ଟି ମତଦାନ କେନ୍ଦ୍ରର ଭୋଟ୍ ସାମଗ୍ରୀ ଏବଂ କର୍ମଚାରୀଙ୍କୁ ଧରି ବେତୁଲ ଆସୁଥିଲା । ଜିଲ୍ଲାର ସାଇଖେଡ଼ା ଥାନା ଅଧୀନ ବିସନୁର ଓ ପୌନି ଗୋଲା ଗ୍ରାମ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ।

ରାତି ପ୍ରାୟ ୧୧ଟା ସମୟରେ ବସ୍‌ରେ ନିଆଁ ଲାଗିଥିଲା । ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ବେତୁଲ, ମୁଲତାଇ ଏବଂ ଆଠନେରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଯଦିଓ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଲା ବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳିସାରିଥିଲା । ତେବେ ଡ୍ରାଇଭର ଜଳନ୍ତା ବସ୍‌ରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ ।

ଦୁର୍ଘଟଣାରେ ସମସ୍ତ କର୍ମଚାରୀ ମଧ୍ୟ ସୁରକ୍ଷିତ ଥିଲେ ।  ଏହି ବସ୍‌ରେ ଇଭିଏମ୍ ମେସିନ୍, ଭିଭିପାଟ୍‌ ମେସିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଥିଲା । ସେଥିମଧ୍ୟରୁ ୨ଟି ମତଦାନ କେନ୍ଦ୍ରର ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ଅନ୍ୟ ୪ଟି ମତଦାନ କେନ୍ଦ୍ରର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା । ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ପୋଲିଂ କର୍ମଚାରୀଙ୍କୁ ଅନ୍ୟ ବସ୍ ଯୋଗେ ପଠାଇବା ସହ ଅବଶିଷ୍ଟ ସାମଗ୍ରୀକୁ ସୁରକ୍ଷିତ ଭାବରେ ବେତୁଲ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ । ଏହାପରେ ସେମାନେ ଫେରି ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.