ପୋଲସରାରେ ଗୁଳିକାଣ୍ଡ, ଯୁବକ ଆହତ

ପୋଲସରାରେ ରାଜନୈତିକ ହିଂସାରୁ ଘଟିଛି ଗୁଳିକାଣ୍ଡ । ତୋଟାସାହିରେ ଜଣଙ୍କ ଉପରେ ହୋଇଛି ଗୁଳିମାଡ଼ । ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୋଟିଏ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ବେକରେ ଲାଗିଛି ଗୁଳି । ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଏକ ରାଜନୈତିକ ଦଳର ବୋଲି କୁହାଯାଉଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି।

ପୋଲସରା (କେନ୍ୟୁଜ): ପୋଲସରାରେ ରାଜନୈତିକ ହିଂସାରୁ ଘଟିଛି ଗୁଳିକାଣ୍ଡ । ତୋଟାସାହିରେ ଜଣଙ୍କ ଉପରେ ହୋଇଛି ଗୁଳିମାଡ଼ । ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୋଟିଏ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।  ଯୁବକଙ୍କ ବେକରେ ଲାଗିଛି ଗୁଳି ।  ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଏକ ରାଜନୈତିକ ଦଳର ବୋଲି କୁହାଯାଉଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର ରାତିରେ ବିଜେଡି ଓ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଖଣ୍ଡା ଚୋଟରେ ଉଭୟ ଗୋଷ୍ଠୀର ୭ ଜଣ କର୍ମୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.