Below header

ଲକ୍ଷ୍ନୌ ହାରିବା ପରେ ସମସ୍ତଙ୍କ ସାମ୍ନାରେ କେଏଲ ରାହୁଲଙ୍କୁ ରାଗିଲେ ମାଲିକ ସଂଜୀବ ଗୋଏଙ୍କା, ଭିଡିଓ ଭାଇରଲ

ହାଇଦ୍ରାବାଦ ଲକ୍ଷ୍ନୌକୁ ୧୦ ଓ୍ଵିକେଟରେ ଲଜ୍ୟାଜନକ ଭାବେ ହରାଇବା ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଫ୍ରାଞ୍ଚାଇଜ ମାଲିକ ସଂଜୀବ ଗୋଏଙ୍କା ସମସ୍ତଙ୍କ ସାମ୍ନାରେ ଅଧିନାୟକ କେଏଲ ରାହୁଲଙ୍କୁ ଗାଳି କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସଂଜୀବ ଗୋଏଙ୍କା କେଏଲ ରାହୁଲଙ୍କୁ ରାଗରେ କିଛି କହୁଛନ୍ତି । ଏହି ସମୟରେ କେଏଲ ରାହୁଲ ଅସହଜ ଦେଖାଯାଉଛନ୍ତି । ତାଙ୍କ ଚେହେରାରେ ନିରାଶା ଦେଖିବାକୁ ମିଳିଛି ।

ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ବରଣ କରିଛି । ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ ୧୬୬ ରନର ଟାର୍ଗେଟ ଦେଇଥିଲା । ଏହାପରେ ହାଇଦ୍ରାବାଦ ଟିମର ଅଭିଷେକ ଶର୍ମା ଏବଂ ଟ୍ରଭିସ ହେଡ ମାତ୍ର ୯.୪ ଓଭରରେ ୧୬୭ ରନ୍‌ କରି ଇତିହାସ ରଚିଥିଲେ । ଏହାର ଲକ୍ଷ୍ନୌର ଲଗାତାର ଦ୍ୱିତୀୟ ପରାଜୟ । ତେବେ ଲକ୍ଷ୍ନୌ ଏହି ମ୍ୟାଚ ହାରିବା ପରେ ପ୍ଲେଅଫରେ ପହଞ୍ଚିବା କଷ୍ଟକର ହୋଇପଡିଛି । ତେବେ ହାଇଦ୍ରାବାଦ ଲକ୍ଷ୍ନୌକୁ ୧୦ ଓ୍ଵିକେଟରେ ଲଜ୍ୟାଜନକ ଭାବେ ହରାଇବା ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଫ୍ରାଞ୍ଚାଇଜ ମାଲିକ ସଂଜୀବ ଗୋଏଙ୍କା ସମସ୍ତଙ୍କ ସାମ୍ନାରେ ଅଧିନାୟକ କେଏଲ ରାହୁଲଙ୍କୁ ଗାଳି କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୋସିଆଲ ମିଡିଆରେ ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି କି, ସଂଜୀବ ଗୋଏଙ୍କା କେଏଲ ରାହୁଲଙ୍କୁ ରାଗରେ କିଛି କହୁଛନ୍ତି । ଏହି ସମୟରେ କେଏଲ ରାହୁଲ ଅସହଜ ଦେଖାଯାଉଛନ୍ତି । ତାଙ୍କ ଚେହେରାରେ ନିରାଶା ଦେଖିବାକୁ ମିଳିଛି । ଏହାପରେ ଟିମ୍‌ର ହେଡ କୋଚ ଜଷ୍ଟିନ ଲେଙ୍ଗର ପହଞ୍ଚିବା ପରେ ରାହୁଲ ଚାଲିଯାଉଛନ୍ତି । ତେବେ ଲେଙ୍ଗର ପହଞ୍ଚିବା ପରେ ମଧ୍ୟ ସଂଜୀବ ଗୋଏଙ୍କା ରାଗ କମୁନି । କୋଚଙ୍କ ସାମ୍ନାରେ ମଧ୍ୟ କିଛି କହୁଥିବାର ନଜର ଆସିଛନ୍ତି । ତେବେ ସଂଜୀବଙ୍କ ଏଭଳି ଅନ୍ଦାଜ ଦେଖି ଫ୍ୟାନ୍ସ ସମାଲୋଚନା କରୁଛନ୍ତି ।

ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଲକ୍ଷ୍ନୌ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୫ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କ ଅପରାଜିତ ୭୫ ଓ ଟ୍ରାଭିସ ହେଡ୍ ଙ୍କ ଅପରାଜିତ ୮୯ ରନ୍ ବଳରେ କୌଣସି ୱିକେଟ ନ ହରାଇ ମାତ୍ର ୫୮ ବଲ୍ ରୁ ୧୬୭ ରନ୍ କରି ବିଜୟ ହାସଲ କରିଥିଲା । ଏହାଫଳରେ ହାଇଦ୍ରାବାଦ ଦ୍ବାଦଶ ମ୍ୟାଚରୁ ସପ୍ତମ ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ।  ହାଇଦ୍ରାବାଦ ଟ୍ରାଭିସ୍ ହେଡ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.