Below header

ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଘରେ ଇନକମ୍ ଟାକ୍ସର ଚଢାଉ, ଜବତ ହେଲା ୨ କୋଟିରୁ ଅଧିକ ଟଙ୍କା

ନିର୍ବାଚନ ପୂର୍ବରୁ ଆୟକର ବିଭାଗର ବଡ ଚଢ଼ାଉ । ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଜବତ ହେଲା ଦୁଇ କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱରର ବୁଦ୍ଧେଶ୍ୱରୀ କଲୋନୀର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି । ଘର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରୁ ଟଙ୍କା ଜବତ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ଆୟକର ବିଭାଗର ବଡ ଚଢ଼ାଉ । ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଜବତ ହେଲା ଦୁଇ କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱରର ବୁଦ୍ଧେଶ୍ୱରୀ କଲୋନୀର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି । ଘର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରୁ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ଆୟକର ବିଭାଗର ଡେପୁଟି ଡାଇରେକଟରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି । ଜଣେ ଅତିରିକ୍ତ କମିଶନର ଏହାର ମନିଟରିଂ କରୁଛନ୍ତି ।

ଗତକାଲିଠାରୁ ଆୟକର ବିଭାଗ ରେଡ୍ କରୁଛି । ପ୍ରଥମେ ଜିଏସଟି ଅଧିକାରୀ ରେଡ୍ କରିଥିଲେ । ବିପୁଳ ଟଙ୍କା ରଖିଥିବା ଦେଖି ଇନକମ୍ ଟ୍ୟାକ୍ସ ବିଭାଗକୁ ଅବଗତ କରାଯାଇଥିଲା । ନିର୍ବାଚନ ସମୟରେ ଏତେ ଟଙ୍କା କାହିଁକି ରଖିଛନ୍ତି । ଏନେଇ ବ୍ୟବସାୟୀଙ୍କୁ ମାରାଥନ ଜେରା କରାଯାଉଛି । ନିର୍ବାଚନ ସମୟରେ ସେ ଫ୍ଲେକ୍ସ , ପୋଷ୍ଟର ଭଳି କାମ କରିଥାନ୍ତି। ଆୟକର ଟିମ୍ ଜବତ ଟଙ୍କାର ହିସାବ ମାଗିଛନ୍ତି । କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି ବ୍ୟବସାୟୀ ଜଣଙ୍କ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.