Below header

ପୁରୁଣା ସ୍ମୃତିକୁ ମନେ ପକାଇବାକୁ ଆସିଲା ନୋକିଆର ଦମଦାର ଫୋନ୍‌, ଦେଖିପାରିବେ ୟୁଟ୍ୟୁବ୍‌ ସର୍ଟସ୍

୨୦୨୪ ବର୍ଷର ଏହି ଫୋନ୍ ପୁରୁଣା ଡିଜାଇନ୍ ଠାରୁ ଟିକିଏ ଭିନ୍ନ, ଏହାର କିଛି ଫିଚର ଅପଡେଟ୍ ହୋଇଛି ଏବଂ ବର୍ତ୍ତମାନ ଆପଣ ଏଥିରେ ୟୁଟ୍ୟୁବ୍ ସର୍ଟସ୍ ଭଳି କିଛି ନୂଆ ଆପ୍ ମଧ୍ୟ ଚଲାଇ ପାରିବେ ।

ପୁଣି ଥରେ ପୁରୁଣା ନୋକିଆ 3210 ଫେରି ଆସିଛି । କମ୍ପାନୀ HMD ଦ୍ୱାରା କୁହାଯାଇଛି ଯେ ୨୫ ବର୍ଷ ପରେ ନୋକିଆ 3210 ଏକ ନୂଆ ଫର୍ମରେ ଲଞ୍ଚ ହୋଇଛି । ୨୦୨୪ ବର୍ଷର ଏହି ଫୋନ୍ ପୁରୁଣା ଡିଜାଇନ୍ ଠାରୁ ଟିକିଏ ଭିନ୍ନ, ଏହାର କିଛି ଫିଚର ଅପଡେଟ୍ ହୋଇଛି ଏବଂ ବର୍ତ୍ତମାନ ଆପଣ ଏଥିରେ ୟୁଟ୍ୟୁବ୍ ସର୍ଟସ୍ ଭଳି କିଛି ନୂଆ ଆପ୍ ମଧ୍ୟ ଚଲାଇ ପାରିବେ । କିନ୍ତୁ ଏହା ଏବେ ବି ଏକ ଫିଚର ଫୋନ୍ । ଏଥିରେ ପୁରୁଣା ନୋକିଆ ଫୋନ୍‌ ଭଳି ସ୍ନେକ୍‌ ଗେମ୍‌ , T9 କୀପ୍ୟାଡ୍, ଟ୍ରାକପ୍ୟାଡ୍ ଏବଂ କ୍ୟାମେରା ଦିଆଯାଇଛି । ଏହାର ଦାମ୍‌ କେତେ ଏବଂ ଆପଣ ଏହି ଫୋନକୁ କେଉଁଠାରେ କିଣି ପାରିବେ ଆସନ୍ତୁ ଜାଣିବା ।

ଏହି ଫୋନ ୟୁରୋପରେ ପାଖାପାଖି ୭,୯୯୦ ଟଙ୍କାରେ ଲଞ୍ଚ କରାଯାଇଛି । ବର୍ତ୍ତମାନ ଏହା କେବଳ ଜର୍ମାନୀ, ସ୍ପେନ୍ ଏବଂ ବ୍ରିଟେନରେ ମିଳିବ । ଆପଣ ଏହାକୁ ଗୋଲ୍ଡ, ବ୍ଲୁ ଏବଂ ବ୍ଲାକ୍‌ ଭଳି ତିନୋଟି କଲର ଅପ୍ସନରେ କିଣିପାରିବେ । ନୋକିଆ ଏହି ଫୋନକୁ ଭାରତ ସମେତ ଅନ୍ୟ ଦେଶରେ ଆଣିବା ବିଷୟରେ କୌଣସି ସୂଚନା ଦେଇନାହିଁ ।

ଏହାର ସ୍କ୍ରିନ୍ ପୂର୍ବ ଫୋନ୍ ଅପେକ୍ଷା ୨.୪ ଇଞ୍ଚ ବଡ଼ ରହିବ । ପୁରୁଣା ଫୋନରେ କେବଳ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ସ୍କ୍ରିନ୍‌ ରହିଥିଲା । ନୂଆ ଫୋନର ପଛ ଭାଗରେ ୨ MPର କ୍ୟାମେରା ଏବଂ ଏଲଇଡି ଫ୍ଲାସ ଦିଆଯାଇଛି । ଏହି ଫୋନରେ ୟୁନିସୋକ T107 ଚିପସେଟ ଏବଂ S30 + ଅପରେଟିଂ ସିଷ୍ଟମ ଦିଆଯାଇଛି ।

ଏଥିରେ କେବଳ ୬୪ MB RAM ଏବଂ ୧୨୮ MB ଷ୍ଟୋରେଜ୍ ଅଛି, କିନ୍ତୁ ଆପଣ ୩୨ GBର ଏକ ମେମୋରୀ କାର୍ଡ ଲଗାଇ ପାରିବେ । ଏହାର ବ୍ୟାଟେରୀ ମଧ୍ୟ ବାହାର କରିହେବ ଏବଂ ଏହା ପ୍ରାୟ ୯.୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିହେବ । ନୂଆ ନୋକିଆ ବ୍ଲୁଟୁଥ୍ 5.0, USB-C ପୋର୍ଟ ଏବଂ ଡୁଆଲ୍ ସିମ୍ 4G କୁ ସପୋର୍ଟ କରେ । ଏହା ବ୍ୟତୀତ ଏଥିରେ MP3 ପ୍ଲେୟାର, ସ୍ପିକର, ମାଇକ୍, 3.5 ମିମି ହେଡଫୋନ୍ ଜ୍ୟାକ୍ ଏବଂ FM ରେଡିଓ ମଧ୍ୟ ଅଛି ।

ନୂଆ ନୋକିଆ 3210 (2024) 4G ରେ ପୁରୁଣା ସ୍ନେକ୍‌ ଗେମ୍‌, ୟୁଟ୍ୟୁବ୍ ସର୍ଟସ୍, ନ୍ୟୁଜ୍ ଏବଂ ପାଣିପାଗ ଭଳି କିଛି ଖାସ୍‌ ଆପ୍ ମଧ୍ୟ ଅଛି । ଏହି ଫୋନର ଆକାର ୧୨୨ x ୫୨ x ୧୩.୧୪ mm ଏବଂ ଏହାର ଓଜନ ୮୭.୮ ଗ୍ରାମ ରହିଛି । ୟୁଜରଙ୍କୁ ଏହି ଫୋନ୍‌ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.