Below header

ହ୍ଵାଟ୍ସଆପ୍‌ ବନ୍ଦ ହୋଇଗଲେ କେଉଁ ଆପ୍‌ ତାର ସ୍ଥାନ ପୂରଣ କରିପାରିବ, ଜାଣନ୍ତୁ ବିକଳ୍ପ

ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଯେ ଯଦି ଭବିଷ୍ୟତରେ ଏମିିତି ହେଲା ଆଉ ହ୍ଵାଟ୍ସଆପ ଭାରତରେ ନିଜର ସେବା ବନ୍ଦ କରିଦେଲା,ତାହେଲେ ତାର ସ୍ଥାନ କେଉଁ କେଉଁ ମେସେଜିଙ୍ଗ ପ୍ଲାଟଫର୍ମ ନେବ । କେଉଁ ଆପ୍‌ ବେଷ୍ଟ ଅପ୍ସନ ହୋଇପାରିବ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଆପ୍ସ ଯାହା ହ୍ଵାଟ୍ସଆପକୁ ରିପ୍ଲେସ କରିପାରିବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ଵାଟ୍ସଆପ ନିକଟରେ ଜଣାଇଛି ଯେ ଯଦି ତାକୁ ଏନକ୍ରିପସନ୍‌ ଭାଙ୍ଗିବା ପାଇଁ ବାଧ୍ୟ କରାଯାଏ, ତାହେଲେ ସେ ଭାରତରେ ନିଜର କାମ ବନ୍ଦ କରିଦେବ ଏବଂ ଏଠାରୁ ଚାଲିଯିବ । ଏମିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଯେ ଯଦି ଭବିଷ୍ୟତରେ ଏମିିତି ହେଲା ଆଉ ହ୍ଵାଟ୍ସଆପ ଭାରତରେ ନିଜର ସେବା ବନ୍ଦ କରିଦେଲା,ତାହେଲେ ତାର ସ୍ଥାନ କେଉଁ କେଉଁ ମେସେଜିଙ୍ଗ ପ୍ଲାଟଫର୍ମ ନେବ । କେଉଁ ଆପ୍‌ ବେଷ୍ଟ ଅପ୍ସନ ହୋଇପାରିବ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଆପ୍ସ ଯାହା ହ୍ଵାଟ୍ସଆପକୁ ରିପ୍ଲେସ କରିପାରିବ ।

Telegram:

ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ଟେଲିଗ୍ରାମ୍‌ । ଯାହା ଭାରତରେ ବହୁତ ଟାଇମ୍‌ ଧରି ନିଜର ଲୋକପ୍ରିୟତା ବଜାୟ ରଖିଛି । ଟେଲିଗ୍ରାମରେ ଚାଟିଙ୍ଗ ବ୍ୟତରତ ଆପଣ ଆହୁରି ବହୁତ ଜିନିଷ କରିପାରିବେ । ଏଥିରେ ହ୍ଵାଟ୍ସଆପ ଭଳି ଅନେକ ସୁବିଧା ରହିଛି । ଯେଉଁଥିରେ ଗ୍ରୁପ୍‌ ଚାଟ୍‌, ଭଏସ୍‌, ଭିଡିଓ କଲ୍‌, ଫାଇଲ ସେୟାର କରିବା ଏବଂ ଅନ୍ୟ ଜିନିଷ ସାମିଲ ରହିଛି । ଏହାବ୍ୟତୀତ ଏକ ବଡ ଜିନିଷ ହେଉଛି ଟେଲିଗ୍ରାମ ଚ୍ୟାନେଲ ବଡ ସଂଖ୍ୟାରେ ଲୋକଙ୍କୁ ଏକାସାଥିରେ ଯୋଡିଥାଏ ।

MX Talk:

ଏମଏକ୍ସ ଟକକୁ ବି ଆପଣ ହ୍ଵାଟ୍ସଆପର ବିଳକ୍ପରେ ବ୍ୟବହାର କରିପାରିବେ । ଏଥିରେ ଆପଣ ମେସେଜ୍‌ କରିବା ସହିତ ଆହୁରି ବି ଅନେକ ସୁବିଧା ପାଇପାରିବେ । ଯେଉଁଥିରେ ସର୍ଟ ଭିଡିଓ ଏବଂ ଗେମ୍ସ ସାମିଲ ରହିଛି । ଏହା ସେହି ଲୋକଙ୍କ ପାଇଁ ବେଷ୍ଟ ରହିବ ଯେଉଁମାନେ ଚାହୁଁଛନ୍ତି ଯେ ମେସେଜ ସହିତ ଯେପରି ତାଙ୍କ ଏକ୍ଦପେରିୟନ୍ସ ବହୁତ ରୋମାଞ୍ଚକର ହେବ ।

Koo:

ତୃତୀୟ ବେଷ୍ଟ ଅପ୍ସନ ହେଉଛି କୁ । ଯାହା ଭାରତୀୟ ସୋସିଆଲ ମିଡିଆ ଏବଂ ମେସେଜିଙ୍ଗ ଆପ୍‌ ଏହି ଆପ୍‌ ଭାରତୀୟ ଭାଷାରେ ଉପଲବ୍ଧ । ଏହାସହିତ ଏହି ଆପ୍‌ ସେହି ଲୋକଙ୍କ ପାଇଁ ବେଷ୍ଟ ଅପ୍ସନ୍‌ ପ୍ରମାଣିତ ହେବ ଯେଉଁମାନେ ନିଜ ମାତୃଭାଷାରେ ଚାଟ୍‌ କରିବାକୁ ଚାହୁଁଛନ୍ତି । ଯଦି ଆପଣ କୁ ଆପ ବ୍ୟବହାର କରୁଛନ୍ତି ଏବଂ ଆପଣ ଅଲଗା ଅଲଗା ପ୍ରକାରର ନୂଆ କଣ୍ଟେଣ୍ଟ କୁ ଆପରେ ପୋଷ୍ଟ କରନ୍ତି, ତାହେଲେ ଆପଣଙ୍କୁ ଏକ ଅଲଗା ପ୍ରକାରର ଏକ୍ସପେରିୟନ୍ସ ଦେବ ।

Signal:

ଏହାବ୍ୟତୀତ ଆପଣଙ୍କ ପାଇଁ ଆଉ ଗୋଟେ ଭଲ ବିକଳ୍ପ ହେଉଛି ସିଗନାଲ୍‌ ଆପ୍‌ । ଏହି ଆପ୍‌ ଭାରତରେ ବହୁତ ଲୋକପ୍ରିୟତା ହରସଲ କରିସାରିଲାଣି । ଯାହା ହ୍ଵାଟ୍ସଆପ ଭଳି ସୁବିଧା ଦେଉଛି । ଏହାସହିତ ଏହା ଏକ ଓପନ୍‌ ସୋର୍ସ ଆପ୍‌ ମଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.