Below header

ପୁଅର ୭୦ ଭାଗ ଜଳିଯାଇଛି, ମାଆ କାନ୍ଦୁଛି କାଳିଆରେ ମୋ ପୁଅକୁ ବଞ୍ଚାଇଦେ

ନୟାଗଡ(କେନ୍ୟୁଜ) : ମାଆ ମୁଣ୍ଡ ବାଡେଇ ବାଡେଇ ଛାତି ଫଟାଇ କାନ୍ଦୁଛି । ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଛି । କହୁଛି କାଳିଆରେ ମୋ ଛୁଆକୁ ସାହା ହ । କାଳିଆ ମୋ ଛୁଆକୁ ବଞ୍ଚାଇଦେ । ଏମିତି କହି କହି ହସ୍ପିଟାଲ ବାହାରେ ଛାତିକୁ ବାଡେଇ ମୁଣ୍ଡ ପିଟି କାନ୍ଦୁଛି ଜଣେ ମାଆ । ଏପଟେ ପୁଅ ଜୀବନ ମରଣ ସହ ଲଢ଼େଇ କରୁଛି । ଶରୀରର ୭୦ ଭାଗ ପୋଡିଯାଇଛି ।

ଏମିତି ଏକ ଛାତିଥରା ଘଟଣା ଘଟିଛି ନୟାଗଡର ମଗରବନ୍ଧ ଗାଁରେ । ସୂଚନା ମୁତାବକ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଦୁଇ ଜଣ ଗୁରୁତର । ଗଛରେ ଚଢି ତାଳ ତୋଳୁଥିବାବେଳେ ୧୧କେଭି ତାର ସଂଷ୍ପର୍ଶରେ ଆସିଥିଲେ ଦୁଇଜଣ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର । ଗୁରୁତର ହେଲେ ମଗରବନ୍ଧ ଗାଁର ଅଶୋକ ନାୟକ ଏବଂ ଲକ୍ଷ୍ମୀଧର ପ୍ରଧାନ ।

ଯାହା ସୂଚନା ରହିଛି ଶରଣକୂଳ ଥାନା ମଗରବନ୍ଧ ଗାଁର ଅଶୋକ ଏବଂ ଲକ୍ଷ୍ମୀଧର ଆଜି ଦ୍ବିପହର ସମୟରେ ତାଳ ତୋଳିବା ପାଇଁ ଗାଁ ନିକଟରେ ଥିବା ତାଳ ଗଛରେ ଚଢିଥିଲେ । ଗଛରେ ଚଢିଥିବା ସମୟରେ ଧରିଥିବା ଏକ କଞ୍ଚା ବାଉଁଶ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିଯାଇଥିଲା । ଫଳରେ ଉଭୟଙ୍କ ଶରିରର ୭୦ପ୍ରତିଶତ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ନୟାଗଡ ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.