Below header

ଚାହୁଁ ଚାହୁଁ ଜଳିଗଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୩୬ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌ । ହଠାତ୍‌ ବସ୍‌ରେ ଲାଗିଗଲା ନିଆଁ । ଗୋଟିଏ କ୍ଷଣକରେ ହୁତୁ ହୁତୁ ହୋଇ ଜଳିଲା ବସ୍‌ । ଯାହାର ଭିଡିଓ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଏଭଳି ଘଟଣା ମୁମ୍ବାଇ-ପୁଣେ ଏକ୍ସପ୍ରେସ ରେ ଦେଖଇବାକୁ ମିଳିଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସ ରାଜପଥରେ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଥିଲା ।

ସୂଚନା ଅନୁଯାୟୀ, ଏକ ଘରୋଇ କମ୍ପାନୀର ଏହି ବସ୍ ମୁମ୍ବାଇରୁ ପୁଣେ ଯାଉଥିଲା । ବସ୍ ବଡଗାଓଁ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଆଡେ ଗାଁରେ ପହଞ୍ଚିବା ମାତ୍ରେ ଏହାର ଟାୟାର ଫାଟି ଯାଇଥିଲା। ଏହା ବ୍ୟତୀତ ବସ୍‌ରେ ଏକ ସର୍ଟ ସର୍କିଟ ମଧ୍ୟ ଘଟିଥିଲା। ସର୍ଟ ସର୍କିଟ ଯୋଗୁଁ ବସ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ମାତ୍ରେ ବସରେ ଉପସ୍ଥିତ ସମସ୍ତ ଯାତ୍ରୀ ବାହାରକୁ ଆସିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଶନିବାର ସକାଳେ ଏହି ଘଟଣା ଘଟିଛି ।

ବସ୍‌ରେ ନିଆଁ ଲାଗିଥିବା ସୂଚନା ପାଇବା ମାତ୍ରେ, ଆଇଆରବି ପାଟ୍ରୋଲିଂ, ଡେଡଡୁଟ୍ ମେସିନ୍, ଡେଲଟା ଫୋର୍ସ, ବଡଗାଓନ୍ ଟ୍ରାଫିକ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ । ବସ୍‌ରେ ନିଆଁ ଲାଗିବା କାରଣରୁ ମୁମ୍ବାଇ ପୁଣେ ଏକ୍ସପ୍ରେସ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଥିଲା । ନିଆଁ ଲିଭାଇବା ପରେ ରାଜପଥ ଚଳାଚଳ ସ୍ୱାଭାବିକ୍‌ ହୋଇଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.