Below header

ଫେସବୁକରେ ଫ୍ରେଣ୍ଡ୍‌ କଲେ, ତାପରେ ହୋଟେଲ ଡାକି ଲୁଟିନେଲେ

ଫେସବୁକରେ ବନ୍ଧୁତା ସ୍ଥାପନ ପରେ ଠକିନେଇଛନ୍ତି ୧୫ ଲକ୍ଷ । ଆଉ ଏହି ଠକେଇ ଗ୍ୟାଙ୍ଗରେ ଅଛନ୍ତି ସ୍ୱାମୀ ସ୍ତ୍ରୀ ଓ ଭାଇ ଭଉଣୀ । ଏହିଭଳି ଏକ ଠକେଇର ପର୍ଦ୍ଦାଫାସ କରିଛି ସୁନ୍ଦରଗଡ ଟାଉନ ଥାନା ପୋଲିସ।

ସୁନ୍ଦରଗଡ (କେନ୍ୟୁଜ) : ଫେସବୁକରେ ବନ୍ଧୁତା କରି ଭଲ ବନ୍ଧୁ ହେବାର ଅନେକ ନଜିର ରହିଛି ଏପରିକି ଫେସବୁକରେ ପ୍ରେମ ପରେ ଅନେକ ବାହା ହୋଇ ଖୁସିରେ ନିଜ ସଂସାର ଗଢିଛନ୍ତି ମାତ୍ର ଏଠି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି। ଫେସବୁକରେ ବନ୍ଧୁତା ସ୍ଥାପନ ପରେ ଠକିନେଇଛନ୍ତି ୧୫ ଲକ୍ଷ । ଆଉ ଏହି ଠକେଇ ଗ୍ୟାଙ୍ଗରେ ଅଛନ୍ତି ସ୍ୱାମୀ ସ୍ତ୍ରୀ ଓ ଭାଇ ଭଉଣୀ । ଏହିଭଳି ଏକ ଠକେଇର ପର୍ଦ୍ଦାଫାସ କରିଛି ସୁନ୍ଦରଗଡ ଟାଉନ ଥାନା ପୋଲିସ।

ନାଁ ଝରଣା ବାଦୀ । ଫେସବୁକରେ ଏକ ଆକାଉଣ୍ଟ ଖୋଲିଲେ ନିଜ ପ୍ରୋଫାଇଲରେ ଲେଖିଲେ ସୁନା ବ୍ୟବସାୟୀ,ଟ୍ରକମାଲିକ ତଥା ଅଟୋମୋବାଇଲ ମାଲିକ । ଏହା ଦେଖି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ଅଂଚଳର ସୁମିତ ମିଶ୍ର ନାମକ ଜଣେ ଠିକାଦାର ତଥା ଗାଡି ମାଲିକ ଫେସବୁକରେ ଝରଣା ବାଦୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ମୋବାଇଲରେ କଥାବାର୍ତ୍ତା ଅ।ରମ୍ଭ ହେଲା । ସୁମିତଙ୍କ ସରଳତାର ସୁଯୋଗ ନେଇ ଝରଣା ଏଣ୍ଡ କୋ ତାଙ୍କୁ ନିଜ ଠକାମୀର ଜାଲରେ ପକାଇବାକୁ ସୁଚିନ୍ତି ଯୋଜନା କରିଥିଲେ।

ଏହା ପରେ ସ୍ଵାମୀ,ସ୍ତ୍ରୀ ଓ ଭାଇ ଭଉଣୀ ୪ ଜଣ ଯାକ ମିଶି ସୁନ୍ଦରଗଡ ଆସି ସ୍ଥାନୀୟ ଜେଡିଆର ହୋଟେଲରେ ରୁମ ବୁକ କରି ରହିଥିଲେ। ଏହା ପରେ ସୁମିତକୁ ହୋଟେଲକୁ ଡାକି ବିଭିନ୍ନ ପ୍ରକାରର ବ୍ୟବସାୟ ତଥା କିଭଳି ଭାବରେ ଅତି ସହଜରେ ଶିଘ୍ର ଟଙ୍କା ବଢିବ ସେହି ଭଳି ଲୋଭନୀୟ ଅଫର ଦେଇଥିଲେ। ଆଉ ସୁମିତ ମଧ୍ୟ ତାଙ୍କ ଜାଲରେ ପଡି ୧୫ ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି ଆସି ସିଧା ହୋଟେଲରେ ପହଂଚିଥିଲେ। ଏହା ପରେ ସ୍ୱାମୀ-ସ୍ତ୍ରୀ ଓ ଭାଇ ଭଉଣୀ ମିଶି ଆରମ୍ଭ କରିଥିଲେ ଠକେଇର ପ୍ଲାନିଙ୍ଗ। ସୁମିତ ଧରିଥିବା ବ୍ୟାଗ ଭଳି ଆଉ ଏକ ବ୍ୟାଗକୁ ଅତି ଚତୁରତାର ସହିତ ପାଖରେ ରଖି ଅସଲ ଟଙ୍କା ବ୍ୟାଗକୁ ବଦଳାଇ ଦେଇ ସେଠାରୁ ଚମ୍ପଟ ମାରିଥିଲେ। ପରେ ସନ୍ଦେହ ହେବାରୁ ସୁମିତ ଯେତେବେଳେ ବ୍ୟାଗ ଖୋଲିଥିଲେ ସେଥିରୁ ଟଙ୍କା ନୁହେଁ ବରଂ ବାହାରିଥିଲା କାଗଜ ବିଡା। ଏହାପରେ ଯେତେବେଳେ ସୁମିତ ଏହି ବିଷୟରେ ଜାଣିପାରିଲେ ତୁରନ୍ତ ସୁନ୍ଦରଗଡ ଟାଉନ ଥାନାରେ ଲିଖିତ ଭାବେ ଜଣାଇଥିଲେ।

ସୁନ୍ଦରଗଡ ଟାଉନ ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ହୋଟେଲର ସିସି କ୍ୟାମେରା ଯାଞ୍ଚ୍‌ କରି ସମ୍ଵଲପୁର ହୀରାକୁଦ ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରିଛି । କେବଳ ଏତିକି ନୁହେଁ ଏମାନଙ୍କ ନିକଟରୁ ୧୫ରୁ ଉର୍ଦ୍ଧ ନକଲି ଅ।ଧାର କାର୍ଡ, ପାନ କାର୍ଡ. ବ୍ୟାଙ୍କ ପାସବୁକ,ନକଲି ସୁନା ମୁଦି,ହାର,ଅ।ଦି ଜବତ କରିଛି। ଘଟଣାର ମାଷ୍ଟର ମାଇଣ୍ଡ ହେଲେ ଝରଣା ବାଦୀ ଅ।ଉ ଏଥିରେ ସହଯୋଗ କରୁଥିଲେ ତାଙ୍କ ସ୍ଵାମୀ ସୁବାଶ ତନ୍ତୀ , ଝରଣାଙ୍କ ଭଉଣୀ ରାଜକୁମାରୀ ଓ ଭାଇ ଯୁବରାଜ। ଏହି ୪ ଜଣ ମିଶି ପୁର୍ବରୁ ଝାରସୁଗୁଡା ଜିଲ୍ଲାରେ ଗତ ୨୦୨୧ ମସିହାରେ ମଧ୍ୟ ଏହିଭଳି ଠକେଇ କରି ଧରାପଡିଥିଲେ। ସ୍ୱାମୀ ସ୍ତ୍ରୀ ଭାଇ ଭଉଣୀ ନକଲି ସୁନାହାର ମୁଦି ଆଦି ପିନ୍ଧିବା ସହ ଏକ ହାଇପ୍ରୋଫାଇଲ ବ୍ୟବସାୟୀ ଭଳି ଡ୍ରେସ ପିନ୍ଧି ଏହି ଭଳି ଠକେଇ କରୁଥିଲେ । ଯେ କେହିବି ଦେଖିବ ସହଯରେ ବିଶ୍ଵାସ କରିବ ଯେ ଏମାନେ ଯାହା କହୁଛନ୍ତ ସତ କହୁଛନ୍ତି ମାତ୍ର ଏମାନଙ୍କ ଅସଲ ମୁଖା ବର୍ତ୍ତମାନ ଖୋଲିଛି ସୁନ୍ଦରଗଡ ଟାଉନ ପୋଲିସ।

ପୋଲିସ ଏମାନଙ୍କ ନିକଟରୁ ଠକେଇ କରିଥିବା ୧୫ ଲକ୍ଷ ମଧ୍ୟରୁ ନଗଦ ସାଢେ ଆଠ ଲକ୍ଷ ଜବତ କରିବା ସହ ଏକ କାର,ସ୍କୁଟି, ୫ଟି ଭୁଜାଲି,ମୋବାଇଲ, ସମାନ ଧରଣର ୧୫ଟି ବ୍ୟାଗ ସହ ନକଲି ସୁନା ଅଳଙ୍କାର ଜବତ କରିଛି। ଏପରିକି ଝରଣାଙ୍କ ସ୍ଵାମୀ ନିଜକୁ ବିହାର ପୋଲିସର ଜଣେ କର୍ମଚାରୀ ମଧ୍ୟ ପରିଚୟ ଦେଉଥିଲେ। ଯାହାର ନକଲି ପରିଚୟ ପତ୍ର ମଧ୍ୟ ପୋଲିସ ଜବତ କରିଛି । ଏମାନଙ୍କ ଫଟୋ ଥାଇ ଅନ୍ୟ ନାମ ଲେଖାହୋଇଥିବା ୧୫ ଅ।ଧାର କାର୍ଡ ସହ ଅନେକ ଜିନିଷ ପୋଲିସ ଜବତ କରିଥିବା ନେଇ ଟାଉନଥାନାରେ ଏକ ସାମ୍ଵାଦିକ ସମ୍ମିଳନୀରେ ଅତିରିକ୍ତ ଅ।ରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ଦାଶ ସୁଚନା ଦେଇଥିବା ବେଳେ ଠକାମୀର ଶିକାର ହୋଇଥିବା ସୁମିତ କହିଛନ୍ତି ଫେସବୁକରେ ବନ୍ଧୁତା ସ୍ଥାପନ ହେବା ପରେ ମୋବାଇଲ ନମ୍ଵର ଦେଇଥିଲେ ଏଥିରେ କଥାବାର୍ତ୍ତା ହେବା ପରେ ଏଭଳି ଠକାମୀର ଶିକାର ହୋଇଥିଲି। ଅନ୍ୟ ପକ୍ଷେ ମାଷ୍ଟର ମାଇଣ୍ଡ ଝରଣା ପୁର୍ବରୁ ଝାରସୁଗୁଡାରେ ଏହିଭଳି ଠକାମୀ କରିଥିବା ସ୍ଵୀକାର କରିବା ସହ ଅ।ମେ ଭାଇ ଭଉଣୀ ଓ ମୋ ସ୍ୱାମୀ ମିଶି ଏଭଳି ଠକେଇ କରିଥିଲୁ କହିଛନ୍ତି। ସଂଧ୍ୟାରେ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.