Below header

ଖାଦ୍ୟରେ କମ୍‌ ବ୍ୟବହାର କରନ୍ତୁ ଏହି ୫ଟି ଧଳା ଜିନିଷ, ଓଜନ ବଢିବା ସହିତ ସୃଷ୍ଟି ହୋଇପାରେ ଅନେକ ରୋଗ

ଭଲ ସ୍ୱାସ୍ଥ୍ୟ ପାଇଁ, ଏହା ଜରୁରୀ ଯେ ଆପଣଙ୍କ ପୋଷକ ତତ୍ତ୍ୱ ଭରପୂର ଜିନିଷ ଖାଇବା ଉଚିତ । କିନ୍ତୁ ଆଜିକାଲି ଲୋକମାନେ ଜାଣିଶୁଣି କିମ୍ବା ଅଜାଣତରେ ଅଧିକ ଧଳା ଜିନିଷ ଖାଇଥାନ୍ତି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ଆଜିକାଲିର ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ତେବେ ଭଲ ସ୍ୱାସ୍ଥ୍ୟ ପାଇଁ, ଏହା ଜରୁରୀ ଯେ ଆପଣଙ୍କ ପୋଷକ ତତ୍ତ୍ୱ ଭରପୂର ଜିନିଷ ଖାଇବା ଉଚିତ । କିନ୍ତୁ ଆଜିକାଲି ଲୋକମାନେ ଜାଣିଶୁଣି କିମ୍ବା ଅଜାଣତରେ ଅଧିକ ଧଳା ଜିନିଷ ଖାଇଥାନ୍ତି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆପଣ ନିଜ ଖାଦ୍ୟରେ ବହୁତ ଚାଉଳ, ମଇଦା, ଚିନି ଏବଂ ଲୁଣ ବ୍ୟବହାର କରିବା ଆରମ୍ଭ କରିଛନ୍ତି, ତାହେଲେ ଏହାକୁ ବନ୍ଦ କରନ୍ତୁ । ନଚେତ ଆପଣ ଏଥିପାଇଁ ଓଜନ ବଢିବା, ହାଇ ବ୍ଲଡ ପ୍ରେସର, କିଡନୀ ଫେଲ୍‌ ଏବଂ ଡାଇବେଟିସ୍‌ ଭଳି ଅନେକ ବିପଜ୍ଜନକ ରୋଗର ସାମ୍ନା କରିପାରନ୍ତି । ସେଥିପାଇଁ ଏହି ୪ଟି ଧଳା ଜିନିଷକୁ ନିଜ ଖାଦ୍ୟରେ କମ୍‌ ବ୍ୟବହାର କରନ୍ତୁ ।

ଏହି ଧଳା ଜିନିଷଗୁଡ଼ିକର ବ୍ୟବହାରକୁ କମ୍ କରନ୍ତୁ :
ଚିନି : ଚିନିର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ଅନେକ ରୋଗର ଶିକାର କରାଇପାରେ । ଏହାକୁ ଅଧିକ ଖାଇବା କେବଳ ଆପଣଙ୍କ ଏନର୍ଜି ଡାଉନ୍‌ କରେ ନାହିଁ ବରଂ ଡାଇବେଟିସ୍‌ ହେବାର ସମ୍ଭାବନା ମଧ୍ୟ ବଢାଇପାରେ । ଏହା ବ୍ୟତୀତ ଯଦି ଆପଣଙ୍କୁ ଚିନି ବହୁତ ପସନ୍ଦ, ତାହେଲେ ଆପଣ ଏହା ବଦଳରେ ମହୁ ଖାଇପାରିବେ ।

ଧଳା ଲୁଣ : ଧଳା ଲୁଣର ଅତ୍ୟଧିକ ବ୍ୟବହାର ହାଇ ବ୍ଲଡ ପ୍ରେସରର ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ ଅଧିକ ଲୁଣ ଖାଇବା ଦ୍ୱାରା କିଡନୀ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବଢିଥାଏ ଏବଂ ଏହା ହାଡକୁ ମଧ୍ୟ ଦୁର୍ବଳ କରିଥାଏ । ତେଣୁ କମ୍ ପରିମାଣରେ ଧଳା ଲୁଣ ଖାଇବା ଉଚିତ ।

ଚାଉଳ : ଚାଉଳ ବିନା ଲୋକଙ୍କ ଖାଦ୍ୟ ସଂପୂର୍ଣ୍ଣ ନୁହେଁ । କିନ୍ତୁ ଆପଣ ଜାଣନ୍ତି କି ଚାଉଳର ଅତ୍ୟଧିକ ବ୍ୟବହାର ସୁଗାର ସହିତ ଓଜନ ବଢିବା ସମସ୍ୟାକୁ ବଢାଇଥାଏ । ତେଣୁ ଧଳା ଚାଉଳ ବଦଳରେ ଆପଣ ବ୍ରାଉନ୍‌ ଚାଉଳ ଖାଇବା ଉଚିତ୍ ।

ମଇଦା : ସ୍ୱାସ୍ଥ୍ୟ ପାଇଁ ମଇଦା ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । କିଛି ଅନୁସନ୍ଧାନ ଅନୁଯାୟୀ, ମଇଦାରେ ଥିବା ରିଫାଇଡର କାର୍ବସ୍ କାରଣରୁ ଶରୀରକୁ ଅଧିକ ଇନସୁଲିନ୍ ଉତ୍ପାଦନ କରିବାକୁ ପଡିଥାଏ । ଯେଉଁଥିପାଇଁ ଲୋକମାନେ ବହୁତ ଭୋକିଲା ଅନୁଭବ କରନ୍ତି ଏବଂ ଅତ୍ୟଧିକ ଖାଇବା ଖାଆନ୍ତି । ଯେଉଁ କାରଣରୁ କେବଳ ଓଜନ ବଢି ନଥାଏ ବରଂ ହାଇ ବ୍ଲଡ ସୁଗାର ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ମଧ୍ୟ ବଢିଥାଏ । ଏଭଳି ପରିସ୍ଥିତିରେ ମଇଦା ବଦଳରେ ମାଣ୍ଡିଆ ଏବଂ ଜଅ ମଲ୍ଟିଗ୍ରେନ୍ ମଇଦା ବ୍ୟବହାର କରିପାରିବେ ।

ଧଳା ବ୍ରେଡ୍‌ : ଖାଦ୍ୟରେ ଧଳା ବ୍ରେଡ୍‌ର ବ୍ୟବହାର ଆପଣ କମ୍ କରିବା ଉଚିତ୍ । ବାସ୍ତବରେ ଧଳା ବ୍ରେଡ୍‌ ରିଫାଇଡର୍‌ ମଇଦାରୁ ତିଆରି ହୋଇଥାଏ । ତେବେ ରିଫାଇଡର୍‌ରେ ମଇଦା ତିଆରି ହୋଇଥିବା ଯୋଗୁ, ଏଥିରୁ ଭିଟାମିନ୍, ଫାଇବର ଏବଂ ମିନେରାଲ୍ସ ଶସ୍ୟରୁ ଅଲଗା ହୋଇଯାଏ । ଏହାକୁ ଖାଇବା ଦ୍ୱାରା ଓଜନ ବହୁତ ଶୀଘ୍ର ବଢିବାକୁ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.