Below header

ଟି-୨୦ ବିଶ୍ୱକପ୍‌ରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ! ପାକିସ୍ତାନରୁ ମିଳିଲା ଧମକ

ଚଳିତବର୍ଷ ଟି-୨୦ ବିଶ୍ୱକପ୍‌କୁ ମିଳିଛି ଆତଙ୍କବାଦୀ ଧମକ । କ୍ରିକ୍‌ବଜ୍‌ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ଟୁର୍ନାମେଣ୍ଟ ସମୟରେ କାରିବିଆନ୍ ଦେଶରେ ଆତଙ୍କୀ ଆକ୍ରମଣର ଧମକ ମିଳିବା ପରେ ସବୁଆଡ଼େ ଭୟର ବାତାବରଣ ଖେଳିଯାଇଛି ।

ଚଳିତବର୍ଷ ଟି-୨୦ ବିଶ୍ୱକପ୍‌କୁ ମିଳିଛି ଆତଙ୍କବାଦୀ ଧମକ । କ୍ରିକ୍‌ବଜ୍‌ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ଟୁର୍ନାମେଣ୍ଟ ସମୟରେ କାରିବିଆନ୍ ଦେଶରେ ଆତଙ୍କୀ ଆକ୍ରମଣର ଧମକ ମିଳିବା ପରେ ସବୁଠି ଭୟର ବାତାବରଣ ଖେଳିଯାଇଛି । ଟି-୨୦ ବିଶ୍ୱକପ୍‌ ୨୦୨୪ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଯାଉଛି । ଏହି ଟୁର୍ନାମେଣ୍ଟ ଜୁନ୍ ୧ରୁ ଆରମ୍ଭ ହେବ, ଯାହା ୨୦ଟି ଦଳ ମଧ୍ୟରେ ଖେଳାଯିବ । ଏହା ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଟି-୨୦ ବିଶ୍ୱକପ ହେବ । ଏଥିପୂର୍ବରୁ ଟି-୨୦ରେ ଅନେକ ଦଳ ଏକାଠି ଅଂଶଗ୍ରହଣ କରି ନ ଥିଲେ ।

ଉତ୍ତର ପାକିସ୍ତାନରେ ଥିବା ଆଇଏସ୍-ଖୋରାସାନ୍ ବିଶ୍ୱକପ୍ ସମୟରେ କାରିବିଆନ୍ ଦେଶଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ ଦେଇଛି । ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ତରଫରୁ ଟି-୨୦ ବିଶ୍ୱକପ୍ ସମେତ ସମଗ୍ର ବିଶ୍ୱରେ ପ୍ରମୁଖ ଆୟୋଜନଗୁଡ଼ିକୁ ଟାର୍ଗେଟ କରିବାକୁ ଧମକ ଦିଆଯାଇଛି ।

କାରିବିଆନ୍ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିଶ୍ୱକପ ପାଇଁ ସମ୍ଭାବ୍ୟ ବିପଦ ସମ୍ପର୍କରେ ଆଇଏସ୍‌ର ମିଡିଆ ଗ୍ରୁପ୍ ‘ନାଶିର ପାକିସ୍ତାନ’ ମାଧ୍ୟମରେ ଗୁଇନ୍ଦା ସୂଚନା ମିଳିଛି । ନାଶିର-ଏ-ପାକିସ୍ତାନ ହେଉଛି ଆଇଏସ୍‌ ସହ ଜଡିତ ଏକ ପ୍ରଚାର ଚ୍ୟାନେଲ ।

ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କାରିବିଆନ୍ ଦେଶ ତ୍ରିନିଦାଦ ଏବଂ ଟୋବାଗୋ ସୁରକ୍ଷା ଆଲର୍ଟ ଜାରି କରିଛି । ଜାରି କରାଯାଇଥିବା ସୁରକ୍ଷା ଆଲର୍ଟରେ କୁହାଯାଇଛି ଯେ ପ୍ରୋ-ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ଗଣମାଧ୍ୟମ ସୋର୍ସ କ୍ରୀଡା ଇଭେଣ୍ଟ ବିରୋଧରେ ହିଂସା ସୃଷ୍ଟି କରିବା ଅଭିଯାନ ଆରମ୍ଭ କରିଛି ।

ଆଇଏସର ଆଫଗାନିସ୍ତାନ-ପାକିସ୍ତାନ ଶାଖା ମଧ୍ୟ ଏକ ଭିଡିଓ ବାର୍ତ୍ତା ଜାରି କରିଛି, ଯେଉଁଥିରେ ଅନେକ ଦେଶରେ ରକ୍ତପାତ ହେବା ବିଷୟରେ କୁହାଯାଇଛି । ଏହା ବ୍ୟତୀତ ଏହା ନିଜ ସମର୍ଥକଙ୍କୁ ନିବେଦନ କରିଛି ଯେ ସେମାନେ ଯେଉଁ ଦେଶରେ ରହୁଛନ୍ତି, ସେଠାରେ ଆକ୍ରମଣକାରୀ ଗୋଷ୍ଠୀରେ ସାମିଲ ହୁଅନ୍ତୁ । ତେବେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ସିଇଓ ଜନି ଗ୍ରେଭ୍ ଆଶ୍ୱସନା ଦେଇ କହିଛନ୍ତି, କୌଣସି ପ୍ରକାରର ବିପଦକୁ କମ୍ କରିବା ପାଇଁ ସେମାନଙ୍କ ପାଖରେ ଏକ ମଜଭୁତ ସୁରକ୍ଷା ପ୍ଲାନ୍‌ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.