Below header

ଗୋପାଳପୁରରେ ସ୍ଥାପନ ହେବ ଭାରତର ସର୍ବ ବୃହତ ସବୁଜ ଇନ୍ଧନ କ୍ଷେତ୍ର, ସ୍ଵାକ୍ଷରିତ ହେଲା ବୁଝାମଣା ପତ୍ର

ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଭାରତର ସର୍ବ ବୃହତ ସବୁଜ ଇନ୍ଧନ କ୍ଷେତ୍ର ସ୍ଥାପନ ହେବ । ଗୋପାଳପୁରରେ ଏହି ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ମାନୁଫାକଚରିଙ୍ଗର ଇଣ୍ଡଷ୍ଟ୍ରିଆଳ ପାର୍କ ସ୍ଥାପନ ନେଇ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ):  ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଭାରତର ସର୍ବ ବୃହତ ସବୁଜ ଇନ୍ଧନ କ୍ଷେତ୍ର ସ୍ଥାପନ ହେବ । ଗୋପାଳପୁରରେ ଏହି ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ମାନୁଫାକଚରିଙ୍ଗର ଇଣ୍ଡଷ୍ଟ୍ରିଆଳ ପାର୍କ ସ୍ଥାପନ ନେଇ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ଭୁବନେଶ୍ୱରରେ ଏନେଇ TATA STEEL ଏବଂ HYGENECO କମ୍ପାନୀ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । HYGENECOର ସହ ପ୍ରତିଷ୍ଠାତା ତଥା ନିର୍ଦେଶକ ଆଶିଷ ଗୁପ୍ତା ଓ ଟାଟା ଷ୍ଟିଲର ପରିଚାଳନା ନିର୍ଦେଶକ ମଣୀକାନ୍ତ ନାୟକ ଉପସ୍ଥିତ ରହି ଏହି ପ୍ରକଳ୍ପ ନେଇ ବୁଝାମଣା ପତ୍ର ସ୍ଵାକ୍ଷରିତ କରିଥିଲେ ।

ଏହି ପ୍ରକଳ୍ପ ସ୍ଥାପନ ହେଲେ ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ଏକ ମିଲିୟନ ଟନ୍ ଓ ପରବର୍ତୀ ପର୍ଯ୍ୟାୟରେ ୨.୬ ମିଲିୟନ ଟନ୍ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି । ଆସନ୍ତା ୨୦୨୬ ରେ କମ୍ପାନୀ କାର୍ଯ୍ୟ ସମାପ୍ତ ହୋଇ ପ୍ରଥମ ଉତ୍ପାଦନ ଆରମ୍ଭ କରିବ ବୋଲି ଉଭୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ହାଇଯେନକୋର ସିଇଓ ଶଶାଙ୍କ ଅଦାଲଖା ଓ ଟାଟା ଷ୍ଟିଲର ସିଏଫଓ ମାନସ ବନ୍ଦୋପାଧ୍ୟାୟ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.