ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ, ଚାଲିଗଲା ୬ ନବଜାତ ଶିଶୁଙ୍କ ଜୀବନ

ଛାତିଥରା ଦୃଶ୍ୟ । ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତାହା ପୁଣି ବେବି କେୟାର୍‌ ସେଣ୍ଟରେ। ଫଳରେ ଆଖି ପିଛୁଳାକେ ଚାଲିଗଲା ୬ କଅଁଳ ଶିଶୁଙ୍କ ଜୀବନ। ସେହିପରି ଅନେକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୂଚନା ମିଳିଛି । ସଟ୍‌ ସର୍କିଟ୍‌ ଯୋଗୁ ଏହି ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ନୂଆଦିଲ୍ଲୀ : ଛାତିଥରା ଦୃଶ୍ୟ । ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତାହା ପୁଣି ବେବି କେୟାର୍‌ ସେଣ୍ଟରେ। ଫଳରେ ଆଖି ପିଛୁଳାକେ ଚାଲିଗଲା ୬ କଅଁଳ ଶିଶୁଙ୍କ ଜୀବନ। ସେହିପରି ଅନେକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୂଚନା ମିଳିଛି ।

ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସେଥି ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୫ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଭେଣ୍ଟିଲେଟରରେ ଅଛନ୍ତି । ସେମାନଙ୍କୁ ଇଷ୍ଟ ଦିଲ୍ଲୀ ଆଡଭାନ୍ସଡ୍‌ କେୟାର ହସ୍ପିଟାଲର ଏନ୍‌ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

ଅନ୍ୟପଟେ ଅଗ୍ନିଶମ ବିଭାଗ ନିଜେ ସୂଚନା ଦେଇଛିଯେ ଶନିବାର ଦିନ ରାତି୧୧.୩୨ ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଅଧିକାରୀ କହିଛନ୍ତି ଯେ ୧୨ ନବଜାତ ଶିଶୁଙ୍କୁ କୋଠା ଭିତରୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଏଥିରେ ଆଖପାଖରେ ଥିବା ଦୁଇଟି ବିଲ୍ଡିଂ ପ୍ରଭାବିତ ହୋଇଛି । ଏହି ବେବି କେୟାର୍‌ ସେଣ୍ଟର ପାଖରେ ଥିବା ଏକ ଦୁଇ ମହଲା କୋଠାକୁ ମଧ୍ୟ ନିଆଁ ବ୍ୟାପି ଯାଇଛି। ସଟ୍‌ ସର୍କିଟ୍‌ ଯୋଗୁ ଏହି ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 

 

You might also like