Below header

ପଦ୍ମପୁର ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ, ୪ ଗିରଫ

ପଦ୍ମପୁର ପୋଲିସକୁ ବଡ଼ ସଫଳତା । ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ। ୪ ଅଭିଯୁକ୍ତ ଗିରଫ । ନିର୍ବାଚନୀ ସମୟରେ ନିଶା କରବାର ଉପରେ କଡା ନଜର ରଖିଛି ପଦ୍ମପୁର ପୋଲିସ୍ ।

ପଦ୍ମପୁର (କେନ୍ୟୁଜ): ପଦ୍ମପୁର ପୋଲିସକୁ ବଡ଼ ସଫଳତା । ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ। ୪ ଅଭିଯୁକ୍ତ ଗିରଫ । ନିର୍ବାଚନୀ ସମୟରେ ନିଶା କରବାର ଉପରେ କଡା ନଜର ରଖିଛି ପଦ୍ମପୁର ପୋଲିସ୍ । ଏନେଇ ଅଞ୍ଚଳର ବିଭିନ୍ନ ସ୍ଥାନରେ କଡା ଯାଞ୍ଚ କରିବା ସହ କିଭଳି ଭାବରେ ନିରପେକ୍ଷ ଭାବରେ ନିର୍ବାଚନ ହେବ ସେ ନେଇ ଏବଂ ସଜାଗ ପଦ୍ମପୁର ପୋଲିସ୍ ।

ତେବେ ଗତକାଲି ପୋଲିସ୍ ପେଟ୍ରୋଲିଙ୍ଗ ସମୟରେ ବିପୁଳ ମାତ୍ରାରେ ନିଶା ସାମଗ୍ରୀ ଜବତ କରିଥିଲା । ୧୪୦୦ ନିଶା ଇଞ୍ଜେକ୍ସନ, ୧୦୦୦ ଖଣ୍ଡ ନିଶା ବଟିକା, ୫୨ ଗୋଟି କଫସିରଫ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ପଦ୍ମପୁର ଉପଖଣ୍ଡ ରାକେଶ ନାୟକଙ୍କୁ ପଚରାଉଚରା ବେଳେ ଆଉ ପ୍ରମୁଖ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ୍ ।

ତେବେ ଆଗକୁ ନିର୍ବାଚନ ଥିବାବେଳେ ଆହୁରୀ କିପରି କଡା ଯାଞ୍ଚ ହେବ, ସେନେଇ ବର୍ତମାନ ପଦ୍ମପୁର ପୋଲିସ୍ ସଜାଗ ଅଛି ବୋଲି କହିଛନ୍ତି ପଦ୍ମପୁର ଏସଡିପିଓ ବିଭୁତିଭୂଷଣ ଭୋଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.