ମହାବିନାୟକଙ୍କୁ ଦର୍ଶନ କଲେ ପାଣ୍ଡିଆନ, ପୀଠର ବିକାଶ ପାଇଁ ଦାବିପତ୍ର ପ୍ରଦାନ କଲେ ସେବାୟତ

ଯାଜପୁରର ପ୍ରସିଦ୍ଧ ଶୈବପୀଠରେ ମହାବିନାୟକଙ୍କୁ ଦର୍ଶନ କଲେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତକାଲି 5 T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନମଣ୍ଡଳୀର ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ ସମୟରେ ମହାବିନାୟକ ମନ୍ଦିରରେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।

ଯାଜପୁର (କେନ୍ୟୁଜ): ଯାଜପୁରର ପ୍ରସିଦ୍ଧ ଶୈବପୀଠରେ ମହାବିନାୟକଙ୍କୁ ଦର୍ଶନ କଲେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତକାଲି 5 T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ନିର୍ବାଚନମଣ୍ଡଳୀର ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ ସମୟରେ ମହାବିନାୟକ ମନ୍ଦିରରେ ପହଞ୍ଚି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।

ମନ୍ଦିରର ସେବାୟତ ଓ ଟ୍ରଷ୍ଟ କର୍ମକର୍ତ୍ତାମାନେ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମହାବିନାୟକ ମନ୍ଦିରର ରୂପାନ୍ତରୀକରଣ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ ବରାଦ କରାଯାଇଛି । ଆଗାମୀ ଦିନରେ ଏହି ପୀଠର ଅଧିକ ବିକାଶ ପାଇଁ ସେବାୟତଙ୍କ ପକ୍ଷରୁ ଏକ ଦାବିପତ୍ର କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.