Below header

ରାଞ୍ଚିରେ ଇଡିର ରେଡ୍: ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ଘରେ ଟଙ୍କାର ପାହାଡ଼। ରାଞ୍ଚିରେ ଇଡିର ରେଡ୍ ବେଳେ ମିଳିଲା ପୁଳାପୁଳା ଟଙ୍କା । ଝାଡ଼ଖଣ୍ଡ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲାମଗିରି ଆଲାମଙ୍କ ପିଏସ ସଞ୍ଜିବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ପୁଳାପୁଳା ଟଙ୍କା ଜବତ ହୋଇଛି ।

ରାଞ୍ଚି: ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ଘରେ ଟଙ୍କାର ପାହାଡ଼। ରାଞ୍ଚିରେ ଇଡିର ରେଡ୍ ବେଳେ ମିଳିଲା ପୁଳାପୁଳା ଟଙ୍କା । ଝାଡ଼ଖଣ୍ଡ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲାମଗିରି ଆଲାମଙ୍କ ପିଏସ ସଞ୍ଜିବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ପୁଳାପୁଳା ଟଙ୍କା ଜବତ ହୋଇଛି ।

ବିରେନ୍ଦ୍ର ରାମ ମାମଲାରେ ରାଞ୍ଚିର ଏକାଧିକ ସ୍ଥାନରେ ଇଡିର ରେଡ୍ ବେଳେ ଏହି ଟଙ୍କା ଜବତ ହୋଇଛି । ଜଣେ ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ଘରେ ଏତେ ଟଙ୍କା ଦେଖି ଟେରା ହୋଇ ଯାଇଛନ୍ତି ଇଡି ଅଧିକାରୀ ।  ୨୦ କୋଟି ଗଣା ସରିଲାଣି। ଆହୁରି ଗଣତି ଚାଲିଛି ।

ମେସିନ ସାହାଯ୍ୟରେ ଗଣା ଚାଲିଛି ଟଙ୍କା। ୨୦୨୩ରେ ଝାଡ଼ଖଣ୍ଡ ଗ୍ରାମାଞ୍ଚଳ ବିକାଶ ବିଭାଗର ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର କେ ରାମଙ୍କୁ ଗିରଫ କରିଥିଲା ଇଡି । କେତେକ ଯୋଜନା ଲାଗୁ ହେବାରେ ଅନୀୟମିତତା ଅଭିଯୋଗକୁ ନେଇ ସେତେବେଳେ ବୀରେନ୍ଦ୍ର କେ ରାମଙ୍କୁ ଗିରଫ କରାଯାଇଥିଲା । ସେହି ମାମଲାରେ ରାଞ୍ଚିର ବିଭିନ୍ନ ସ୍ଥାନରେ ରେଡ୍ କରିଛି ଇଡି ଟିମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.