Below header

ଝିଅର କାଠ ଫାଳିଆରେ ବୃଦ୍ଧ ମାଆ ମୃତ

ଝିଅର କାଠ ଫାଳିଆ ମାଡରେ ବୃଦ୍ଧ ମାଆର ମୃତ୍ୟୁ ଘଟିଛି । ଏପରି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମଝପାଳ ଗ୍ରାମରେ ।

କାମାକ୍ଷାନଗର : ଝିଅର କାଠ ଫାଳିଆ ମାଡରେ ବୃଦ୍ଧ ମାଆର ମୃତ୍ୟୁ ଘଟିଛି । ଏପରି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମଝପାଳ ଗ୍ରାମରେ । ତେବେ ମାଆକୁ ମାରିଥିବା ଝିଅ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ମଝିପାଳ ଗ୍ରାମରେ ବିଧବା ମା’ ଦୁର୍ଗାବତୀ ଦାଶ ଓ ତାଙ୍କର ମାନସିକ ବିକାରଗ୍ରସ୍ତ ଝିଅ ଆଶାଲତା ଦାଶ ଘରେ ରୁହନ୍ତି  ।

ତେବେ ୨୦୦୭ ମସିହାରୁ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶ୍ୱଶୁର ଘର ଛାଡି ମାଆ ପାଖରେ ରହୁଥିଲେ । ଏକମାତ୍ର ପୁଅ ଆଲୋକ ଦାଶ ନିଜର ପରିବାର ନେଇ ତାଳଚେରରେ ରୁହନ୍ତି । ଆଜି ମାଆଙ୍କ ସହିତ କୈାଣସି ପକ୍ଷେ ଯୋଗାଯୋଗ ନହେବାରୁ ପଡିଶା ଘରକୁ ଫୋନ କରିବାରୁ ଘଟଣା ସଂପର୍କରେ ଜାଣିଥିଲେ ।

ତେବେ ଘଟଣା ସମ୍ପର୍କରେ ଭୁବନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଦୁର୍ଗାବତୀଙ୍କ ଚାରି ଝିଅ ଓ ପୁଅ ପହଞ୍ଚି ପୋଲିସ ତଦନ୍ତରେ ସହଯୋଗ କରିଥିଲେ । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇବା ସହ ମାନସିକ ବିକାରଗ୍ରସ୍ତ ଝିଅକୁ ଅଟକ ରଖି ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.