Below header

ରୁଦ୍ଧିମନ୍ତ ପୁରୀର ସାହିଯାତ, ବାଲିସାହି ପକ୍ଷରୁ ଅନୁଷ୍ଠିତ ହୋଇଛି ରାବଣ ବଧ ନୀତି

ଗତକାଲି ଶ୍ରୀରାମଙ୍କ ସହ ରାବଣଙ୍କ ସେନା ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ । ଏହା ପରେ ଶେଷରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଶ୍ରୀରାମଙ୍କ ତୀରରେ ରାବଣବଧ ନୀତି ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ମହାକୁମ୍ଭ ତଥା ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମର କଳାର ପ୍ରତୀକ ହେଉଛି ସାହିଯାତ ।

ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ନେଇ ରୁଦ୍ଧିମନ୍ତ ପୁରୀର ସାହିଯାତ । ରାମାବତାର ଲୀଳାର ଅଂଶ ବିଶେଷ ହେଉଛି ସାହିଯାତ । ରାମନବମୀରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମନୀତି ଠାରୁ ଏହା ଆରମ୍ଭ ହୋଇଥାଏ । ତେବେ ଶ୍ରୀକ୍ଷେତ୍ର ସାହିଯାତ ଶୁକ୍ରବାର ରାତିରେ ରାବଣ ଵଧ ନୀତି ପରେ ଶେଷ ହୋଇଛି । ଗତକାଲି ଶ୍ରୀରାମଙ୍କ ସହ ରାବଣଙ୍କ ସେନା ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ । ଏହା ପରେ ଶେଷରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଶ୍ରୀରାମଙ୍କ ତୀରରେ ରାବଣବଧ ନୀତି ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ମହାକୁମ୍ଭ ତଥା ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମର କଳାର ପ୍ରତୀକ ହେଉଛି ସାହିଯାତ । ମହାପ୍ରଭୁଙ୍କ ଶ୍ରୀରାମଲୀଳାର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ସାହିଯାତ । ବାଲିସାହି ପକ୍ଷରୁ ଏହି ରାବଣ ବଧ ନୀତି ଅନୁଷ୍ଠିତ ହୋଇଛି । ତେବେ ଲୁହାଗଡ ଯାଗାପକ୍ଷରୁ ଚଳିତବର୍ଷ ରାବଣ ବାହାରିଥିଲା । ମହାବୀର ସୁବୁଦ୍ଧି ସକାଳେ ରାବଣ ବନ୍ଧାଇ ସାହିଭ୍ରମଣ କରିଥିଲେ ।

ଏଥିପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିଥିଲେ । ଏହା ପରେ ରାତିରେ ବଳଭଦ୍ର ମହାସୁଆର ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ରାବଣଙ୍କ ସହରାକ୍ଷସ ସେନା ହରଚଣ୍ଡୀ ସାହିଭ୍ରମଣ ପରେ ଗୌଡ଼ବାଡସାହି ସ୍ଥିତ ଯମେଶ୍ୱରଙ୍କ ମନ୍ଦିରରେ ଥିବା ନିକୁମ୍ବିଲାବଟ ମୂଳେ ରାବଣ ଯଜ୍ଞକରିଥିଲେ । ଶ୍ରୀମନ୍ଦିର ଭଗବତୀ କୋଟରେ ସ୍ୱର୍ଗ କୁନିଶୁଣି ଓ ଶକ୍ତିପ୍ରାପ୍ତ ହୋଇଥିଲେ । ସେପଟେ ଶ୍ରୀରାମ ଓ ଲକ୍ଷ୍ମଣ ପଟୁଆରରେ ଯାଇ ଜଗନ୍ନାଥ ବଲ୍ଲଭଙ୍କ ମଠରେ ବିଜେ କରିଥିଲେ । ସେଠାରେ ଶ୍ରୀରାମଙ୍କ ସହିତ ଯୁଦ୍ଧରେ ରାବଣବଧ ହୋଇଥିଲା । ଚୈତ୍ରଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣଦ୍ୱିତୀୟା ପର୍ଯ୍ୟନ୍ତ ସାହିଯାତ ଅନୁଷ୍ଠିତ ହୋଇଥାଏ ।

ରାବଣବଧ ଅବସରରେ ବାଲିସାହିର ବିଭିନ୍ନ ଯାଗା, ଅନୁଷ୍ଠାନପକ୍ଷରୁ ନାଗା,ମେଢ଼,ନବଶିରା, ସପ୍ତଶିରା ସାଙ୍ଗକୁଯାଗାର ଭେଣ୍ଡିଆମାନେ ତଲୱାର, ବାଡ଼ିଖେଳ ସହ ପାରମ୍ପରିକ ଖେଳ ପ୍ରଦର୍ଶନ କରିଥିଲେ । ଆଠସାହି ସମନ୍ଵୟ କମିଟିର କର୍ମକର୍ତ୍ତା ଶୃଙ୍ଖଳିତ ଭାବେ ସାହିଯାତ ସମାପନ ପାଇଁ ଜାଗ୍ରତ ରହିଥିଲେ । ଶୁକ୍ରବାର ରାତିରେ ସେତୁବନ୍ଧ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ଅନନ୍ତବର୍ମା ଚୋଡ଼ଗଙ୍ଗଦେବଙ୍କ ସମୟରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ ଅନୁଷ୍ଠିତ ହୋଇଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.