Below header

ଆସିକାରେ ମା’ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଉଦଯାପିତ, କୃପାମୟୀଙ୍କ ଆଶିଷ ଲାଭ କଲେ ବହୁ ଭକ୍ତ

ଗଞ୍ଜାମ ଜିଲ୍ଲା ଆସିକା ସହରର ଅଧିଷ୍ଠାତ୍ରୀ ଦେବୀ ମା' ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ହୋଇଯାଇଛି ଉଦଯାପିତ । ଏହି ବୈଶାଖୀ ଯାତ୍ରାର ଶେଷ ଦିନରେ ଗତକାଲି ବାଜା ବାଜଣାରେ ପରିବେଶ ହୋଇଉଠିଥିଲା ପ୍ରକମ୍ପିତ  ।

ଆସିକା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଆସିକା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ହୋଇଯାଇଛି ଉଦଯାପିତ । ଏହି ବୈଶାଖୀ ଯାତ୍ରାର ଶେଷ ଦିନରେ ଗତକାଲି ବାଜା ବାଜଣାରେ ପରିବେଶ ହୋଇଉଠିଥିଲା ପ୍ରକମ୍ପିତ  ।

ମା’ ଙ୍କ ଏହି ଯାତ୍ରାରେ ଖୁବ ଆତ୍ମବିଭୋର ହୋଇ ମାନସିକଧାରୀ ମାନେ ଆସି ମା’ ଙ୍କ ନଗର ପରିକ୍ରମାରେ ସାମିଲ ହୋଇଥିଲେ । ଏହି ପରିକ୍ରମା ପାଇଁ ଚଳଚଂଚଳ ହୋଇ ଉଠିଥିଲା ସାରା ସହର  । ପରିକ୍ରମା ବେଳେ ପ୍ରତ୍ୟେକ ଦିନ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଯାତ୍ରା ସମୟରେ ମା’ ଙ୍କ ଠାରେ ମାନସିକ ରଖିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ଆବାହମାନ କାଳରୁ ବିଶ୍ୱାସ ରହିଛି ।

ମା’ ଙ୍କ ନଗର ପରିକ୍ରମା ପାଇଁ ପୂର୍ବ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସମସ୍ତ ପ୍ରସ୍ତୁତି ସାଙ୍ଗକୁ ବିଭିନ୍ନ ବେଶଭୂଷାରେ ଭକ୍ତ ଶ୍ରଦ୍ଧାଳୁ ମାନେ ରହିଥିଲେ । ବାଜା ବାଜଣାର ତାଳେ ତାଳେ ନାଚି ଉଠୁଥିଲେ । ମା’ ଙ୍କ ଶେଷ ଯାତ୍ରା ଦିନ ନଗର ପରିକ୍ରମା ପରେ ମା ଖମ୍ବେଶ୍ୱରୀ ଅସ୍ଥାୟୀ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହା ସହିତ ବିଭିନ୍ନ ସାହିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଉଭୟ ପୈାରାଣିକ ନାଟକ,ଭକ୍ତ ପ୍ରହଲ୍ଲାଦ,ଭାରତ ଲୀଳା ଏବଂ ସାମାଜିକ ନାଟକ ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।

ଏହି ଯାତ୍ରା ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । କେଉଁ ଆବାହମାନ କାଳରୁ ଆସିକା ସହରରେ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଯାତ୍ରା ସମୟରେ ଯିଏ ଯେଉଁଠି ଥାଉ ମା’ ଖମ୍ବେଶ୍ୱରୀଙ୍କ ଆର୍ଶିବାଦ ପାଇଁ ଏଠାରେ ଆସି ପହଁଚିଥାନ୍ତି ।

ghoda

ଶୁଭ ଖୁଟିଂ ସ୍ଥାପନା ପରେ ମା’ଙ୍କ ପର୍ବ ଆରମ୍ଭ ହେଲା । ଚୈତ୍ର ପୂର୍ଣ୍ଣିମା ପର ଠାରୁ ମା’ ନଗର ପରିକ୍ରମା କରି ପ୍ରତ୍ୟେକ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦ୍ୱାର ଦ୍ୱାର ବୁଲି ଭକ୍ତଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି । ରିତିନୀତି ଅନୁସାରେ ମା’ଙ୍କ ସେବା କାର୍ଯ୍ୟ ସମାପ୍ତ ହୋଇଛି । ମା’ ଖମ୍ବେଶ୍ୱରୀ ପ୍ରତ୍ୟେକ ଭକ୍ତଙ୍କୁ ଦର୍ଶନ ଦେବା ସହିତ ଆର୍ଶୀବାଦ କରିଛନ୍ତି । ଏପଟେ ବାଦ୍ୟ ବାଜଣା, ଘଣ୍ଟା, ମହୁରୀ, ବାଘ, ଷଣ୍ଡ, ଘୋଡା ନାଚ ଓ ବିଭିନ୍ନ ବେଶଧାରୀଙ୍କ ସହ ସହର ପରିକ୍ରମା କରି ଗମ୍ଭିରାରୁ ବାହାରି ସିଂହରେ ବସି ନଗର ପରିକ୍ରମା କରିଥିଲେ । କିଛି ଏମିତି ଥିଲା ମା’ ଖମ୍ବେଶ୍ୱରୀZds ବୈଶାଖୀ ଯାତ୍ରାର ଶେଷ ପଟୁଆର ।

ବିଭିନ୍ନ ବାଜା ବାଜଣା, ଶଙ୍ଖ, ଘଣ୍ଟ ଘଣ୍ଟା, କାହାଳୀ, ଗିନି, ସଂକୀର୍ତନ, ମୃଦୁଙ୍ଗ, କାହାଳୀ, ଦେବାଦେବୀଙ୍କ ବେଶ, ପଶୁ ମୁଖା ସାଙ୍ଗକୁ ଢୋଲ ଏବଂ ଡିଜେ ଡ୍ୟାନ୍ସରେ ପ୍ରକମ୍ପିତ ହୋଇଉଠିଥିଲା ମା’ ଖମ୍ବେଶ୍ୱରୀଙ୍କ ରାଜଦାଣ୍ଡ । ସେପଟେ ରାଜ୍ୟ ବାହାରୁ ବହୁ କଳାକାର ଆସି ନିଜର ନିଜର କଳା ପ୍ରଦର୍ଶନ କରିଥିଲେ । ଶହ ଶହ ଭକ୍ତ ମା’ଙ୍କୁ ଦର୍ଶନ କରି ଆତ୍ମବିଭୋର ହୋଇ ପଡିଥିଲେ । ତେବେ ମା’ଙ୍କ ବୈଶାଖୀ ଯାତ୍ରା ଗତକାଲି ଶେଷ ହୋଇଯାଇଛି । ତେବେ ମାନସିକଧାରୀଙ୍କ ବେଶଭୂଷା ସାଙ୍ଗକୁ ବହୁ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଯାତ୍ରାରେ ସାମିଲ ହୋଇ ମା’ଙ୍କ କୃପା ଆଶିଷ ଲାଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.