Below header

ବଲ୍‌ ଭାବି ବୋମା ଉଠାଇଲେ ପିଲା: ବିସ୍ଫୋରଣ ହେବାରୁ ଚାଲିଗଲା ଜଣକ ଜୀବନ, ୩ ଗୁରୁତର

ହୁଗୁଲୀର ପାଣ୍ଡୁଆରେ ବୋମା ବିସ୍ଫୋରଣ ଘଟି ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ପିଲା ଆହତ ହୋଇଛନ୍ତି । ପିଲାମାନେ ଖେଳୁଥିବା ବେଳେ ବଲ୍‌ ଭାବି ବୋମାକୁ ଉଠାଇବା ବେଳେ ବିସ୍ଫୋରଣ ହୋଇଥିଲା । କିନ୍ତୁ ୧୧ ବର୍ଷୀୟ ରାଜ ବିଶ୍ୱାସ ହସପିଟାଲରେ ହିଁ ଜୀବନ ଚାଲିଯାଇଥିଲା । ଘଟଣାରେ ଜଣେ ପିଲାର ହାତ ଚାଲିଯାଇଛି ।

ପଶ୍ଚିମବଙ୍ଗ ହୁଗୁଲୀରେ ବିସ୍ଫୋରଣ । ହୁଗଲୀର ପାଣ୍ଡୁଆରେ ବୋମା ବିସ୍ଫୋରଣ ଘଟି ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ପିଲା ଆହତ ହୋଇଛନ୍ତି । ପିଲାମାନେ ଖେଳୁଥିବା ବେଳେ ବଲ୍‌ ଭାବି ବୋମାକୁ ଉଠାଇବା ବେଳେ ବିସ୍ଫୋରଣ ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ପିଲା ଜଣକ ଏହାକୁ ଭୁଲରେ ବଲ୍‌ ଭାବି ଉଠାଇଥିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ହେବାରୁ ଅନ୍ୟ ପିଲାମାନେ ମଧ୍ୟ ଆହତ ହୋଇଛନ୍ତି । ପିଲାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୧୧ ବର୍ଷୀୟ ରାଜ ବିଶ୍ୱାସ ହସପିଟାଲରେ ହିଁ ଜୀବନ ଚାଲିଯାଇଥିଲା । ଘଟଣାରେ ଜଣେ ପିଲାର ହାତ ଚାଲିଯାଇଛି ।

ତେବେ ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି, ସେଠାରେ କିଛିଦିନ ତଳେ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ହେବ । ହୁଗଳୀ ସିଟରେ ୫ମ ପର୍ଯ୍ୟାୟରେ ୨୦ ମଇରୁ ଭୋଟିଂ ହେବ । ଏଠାରେ ବର୍ତ୍ତମାନ ଲକେଟ ଚାଟାର୍ଜୀ ସାଂସଦ ରହିଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନରେ ଟିଏମସିର ରତ୍ନାଙ୍କୁ ହରାଇଥିଲେ । ଏଥର ପାଇଁ ବିଜେପି ଲକେଟ ଚାଟାର୍ଜୀଙ୍କୁ ଟିକେଟ ଦେଇଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୋଲକତା ଠାରୁ ୩୫ କିମି ଦୂର ଉତ୍ତର ବେରକପୁରରେ ଦୁଇ ଜଣ ପିଲା ଏକ ଦେଶୀ ବୋମାକୁ ବଲ୍‌ ଭାବି ଖେଳୁଥିଲେ । ପିଲାମାନେ ଏହାକୁ ଖେଳୁଥିବା ସମୟରେ ବୋମାଟି ହଠାତ୍‌ ଫାଟିଯାଇଥିଲା । ଫଳରେ ପିଲାମାନେ ଛିଟକି ପଡିଥିଲେ। ବିସ୍ଫୋରଣ ପରେ ପିଲାମାନଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ଭାଟପାରା ସରକାରୀ ମେଡିକାଲକୁ ନେଇଥିଲେ  କିନ୍ତୁ ସେଠାରୁ ସେମାନଙ୍କୁ କୋଲକତା ମେଡିକାଲକୁ ସ୍ଥାନାନ୍ତର କରିଯାଇଥିଲା । ମେଡିକାଲରେ ଡାକ୍ତର ଜଣେ ପିଲାକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ପିଲା ଗୁରୁତର ଥିବା ଜଣାପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.