Below header

ଅଯୋଧ୍ୟାରୁ ରାମଲାଲାଙ୍କୁ ଦର୍ଶନ କରି ଫେରୁଥିଲେ, ଡମ୍ପର ସହ ଧକ୍କା ପରେ ଜଳିଗଲା କାର୍‌; ୨ ମୃତ

ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଡମ୍ପର ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ କାର୍‌ରେ ଭୀଷଣ ନିଆଁ ଲାଗିଯାଇଥିଲା । ଏଥିରେ ମୋଟ ୫ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଡମ୍ପର ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ କାର୍‌ରେ ଭୀଷଣ ନିଆଁ ଲାଗିଯାଇଥିଲା । ଏଥିରେ ମୋଟ ୫ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କାର୍‌ରେ ଥିବା ସମସ୍ତ ଲୋକ ପ୍ରୟାଗରାଜର ବାସିନ୍ଦା ଏବଂ ସେମାନେ ଅଯୋଧ୍ୟାରୁ ରାମଲାଲାଙ୍କୁ ଦର୍ଶନ କରି ଘରକୁ ଫେରୁଥିଲେ ।

ମିଳିଥିବା ସୂଚନା ମୁତାବକ, ପ୍ରତାପଗଡ଼ର ନଗର କୋତଓ୍ଵାଲିର ସୋନାଭା ନିକଟସ୍ଥ ପ୍ରୟାଗରାଜ-ଅଯୋଧ୍ୟା ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଏକ ଡମ୍ପର ସହ ମୁହାଁମୁହିଁ ଧକ୍କା ପରେ କାର୍‌ରେ ନିଆଁ ଲାଗିଯାଇଥିଲା । ଫଳରେ କାର୍‌ରେ ଥିବା ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣା ସୋମବାର ସକାଳେ ଘଟିଛି । ପ୍ରୟାଗରାଜ-ଅଯୋଧ୍ୟା ରାଜପଥରେ କାର୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ କାର୍‌ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । କାର୍‌ ଭିତରେ ୫ ଜଣ ଥିଲେ । ନିଆଁରେ ପୋଡ଼ି ହୋଇ ଘଟଣାସ୍ଥଳରେ ହିଁ ୨ ଜଣ ପ୍ରାଣ ହରାଇଥିଲେ । ସେପଟେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପ୍ରୟାଗରାଜ ସ୍ଥାନାନ୍ତର କରାଯାଇଛି ।

ଏହି ଦୁର୍ଘଟଣା ସିଟି କୋତଓ୍ଵାଲି ଅଞ୍ଚଳର ସୋନାଭାର ପଲିଟେକ୍ନିକ୍‌ କଲେଜ ନିକଟ ପ୍ରୟାଗରାଜ-ଅଯୋଧ୍ୟା ରାଜପଥରେ ଘଟିଛି । ସୂଚନା ଅନୁସାରେ, ଆହତମାନେ ହେଲେ, ପ୍ରୟାଗରାଜ ନେନି ଅଞ୍ଚଳର ଚକତାନା ନିବାସୀ ଅଖିଳ ସାହୁ, କରେଲି କରେଡାର ସତ୍ୟମ୍‌ ସାହୁ ଓ ବିବେକ୍‌ । ଏମାନେ ସମସ୍ତେ ଅଯୋଧ୍ୟାରୁ ଫେରୁଥିବା ବେଳେ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.