Below header

ନୋଏଡାରେ ପୁଣି କୁକୁର ଆତଙ୍କ, ଲିଫ୍ଟରେ ପଶି କୁନି ଝିଅକୁ କଲା ଆକ୍ରମଣ : ଦେଖନ୍ତୁ ଭିଡିଓ

ଗ୍ରେଟର ନୋଏଡାର ହାଉସିଂ ସୋସାଇଟିରେ ପୁଣି କୁକୁର କାମୁଡିବା ଘଟିଛି । କୁକୁରଟି ଲିଫ୍ଟ ଭିତରେ ଏକ ଝିଅକୁ ଆକ୍ରମଣ କରିଛି । ଯାହାର ସିସିଟିଭି ଭିଡିଓ ଭାଇରଲ ହୋଇଛି । ଘଟଣାକୁ ନେଇ ଲୋକ ରାଗିଯାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ଦାବି ହୋଇଛି ।

ଉତ୍ତର ପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ନୋଏଡା ଏବଂ ଗ୍ରେଟର ନୋଏଡାର ହାଉସିଂ ସୋସାଇଟିରେ ପୁଣି କୁକୁର କାମୁଡିବା ଘଟିଛି । କୁକୁରଟି ଲିଫ୍ଟ ଭିତରେ ଏକ ଝିଅକୁ ଆକ୍ରମଣ କରିଛି । ଯାହାର ସିସିଟିଭି ଭିଡିଓ ଭାଇରଲ ହୋଇଛି । ଘଟଣାକୁ ନେଇ ଲୋକ ରାଗିଯାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ଦାବି ହୋଇଛି ।

ଖବର ମୁତାବକ, ନୋଏଡାର ସେକ୍ଟର ୧୦୭ ରେ ଲୋଟସ ୩୦୦ ସୋସାଇଟିରେ ଥିବା ଲିଫ୍ଟରେ ଝିଅକୁ ଯାଉଥିବା ବେଳେ ପ୍ରଥମ ମହଲାରେ କିଛି ସେକେଣ୍ଡ ପାଇଁ ଖୋଲିଥିଲା । ଏହି ସମୟରେ ଏକ ପୋଷା କୁକୁର ଲିଫ୍ଟ ଭିତରେ ଥିବା ଝିଅକୁ କାମୁଡି ଦେଇଥିଲା । ଝିଅଟି ଚିତ୍କାର କରିଥିଲେ ମଧ୍ୟ କୁକୁର ଛାଡିନଥିଲା । କୁକୁର ଝିଅର ହାତକୁ କାମୁଡି ଦେଇଥିଲା । ନାବାଳିକା ଝିଅଟି କୁକୁରକୁ ପଛକୁ ଧକ୍କା ମରିବା ସମୟରେ କୁକୁରର ମାଲିକ ଆସି ଦେଖି କୁକୁରକୁ ଘଉଡେଇଥିଲେ । ଏହାପରେ ଲିଫ୍ଟ ବନ୍ଦ ହୋଇଯାଇଥିଲା । ଏହି ଘଟଣାରେ ପରେ ଝିଅକୁ ଭୟଭୀତ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି । ଏହାପରେ ଝିଅଟି ଲିଫ୍ଟ ଭିତରୁ କାନ୍ଦି କାନ୍ଦି ବାହାରୁଥିବାର ସିସିଟିଭି ଫୁଟେଜ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ନୋଏଡା ସେକ୍ଟର ୭୦ ସ୍ଥିତ ହାଇରାଇଜ ହାଉସିଂ ସୋସାଇଟି ପ୍ୟାନ ଆସୋସିଏସନରେ ଘଟିଥିଲା । ଏଠାରେ ବୁଲା କୁକୁରଟି ୬ ବର୍ଷୀୟ ଝିଅ ଉପରେ ଆକ୍ରମଣ କରିଥିଲା । ଫଳରେ ଝିଅଟି ଗୁରୁତର ଭାବେ ଆହତ ହୋଇଥିଲା ।

ଗତ ୨୭ ନଭେମ୍ବରରେ ମୁମ୍ବାଇରେ ଏକ ୧୦ ବର୍ଷ ଝିଅକୁ ତାଙ୍କ ପଡ଼ୋଶୀ ଘରର କୁକୁର ଆକ୍ରମଣ କରିଥିଲା । ଛୋଟ ଝିଅଟିକୁ ଝୁଣି ଝୁଣି କାମୁଡ଼ି ଥିଲା କୁକୁର । ତେବେ କୁନି ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଡାକ୍ତରମାନେ ପାଖାପାଖି ୨ ଘଣ୍ଟା ଧରି ଝିଅର ଅପରେସନ କରିଥିଲେ । ପରେ ଝିଅ ଶରୀରରେ ପାଖାପାଖି ୪୫ଟି ଷ୍ଟିଚ୍‌ ଲଗାଯାଇଥିଲା । ଏହି ମାମଲାଟି ଅନ୍ଧେରୀ ଇଷ୍ଟ ହାଉସିଙ୍ଗ ସୋସାଇଟିରେ ହୋଇଥିଲା । ସମ୍ପୃକ୍ତ ଘଟଣାକୁ ନେଇ ଝିଅର ବାପା କୁକୁର ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଆଇପିସି ଧାରା ୧୫୪ ଅନୁସାରେ ମାମଲା ରୁଜୁ ହୋଇଥିଲା ।

ଝିଅର ବାପା ମା’ଙ୍କ କହିବା ଅନୁସାରେ ତାଙ୍କ ଝିଅ ବିଲ୍ଡିଂ ନମ୍ବର ୫ରେ ରହୁଥିବା ତାର ସାଙ୍ଗକୁ ଦେଖା କରିବାକୁ ଯାଉଥିଲା । ଏହି ସମୟରେ ଝିଅର ସାଙ୍ଗ ଘରେ ଥିବା କୁକୁର ଘର ବାହାରକୁ ଆସି ଝିଅକୁ ଆକ୍ରମଣ କରିଥିଲା । ଝିଅ ଛୋଟ ଥିବାରୁ ନିଜକୁ ବଞ୍ଚାଇବାରେ ଅସମର୍ଥ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.