Below header

ଲଞ୍ଚ ହେଲା Appleର ସବୁଠୁ ପତଳା ଡିଭାଇସ୍ iPad Pro (2024), ମିଳୁଛି ଦମଦାର ଫିଚର୍ସ

ନୂଆ ଜେନେରେସନ Apple iPad Pro ନୂଆ M4 ଚିପ୍ ଏବଂ OLED ଡିସପ୍ଲେ ସହିତ ଲଞ୍ଚ କରାଯାଇଛି । ଆପଲର ଏହି ନୂଆ ଆଇପ୍ୟାଡ୍ ପ୍ରୋ ମଧ୍ୟ AI ଫିଚର୍ସ ସହିତ ଆସିଛି । ଆଜିଠାରୁ କମ୍ପାନୀ ଏହାର ପ୍ରି-ବୁକିଂ ଆରମ୍ଭ କରିଛି । ଏହା ଭାରତ ସମେତ ୨୯ଟି ଦେଶରେ ୧୫ ମେ'ରୁ ସେଲ ପାଇଁ ଉପଲବ୍ଧ ହେବ ।

ନୂଆ ଜେନେରେସନ Apple iPad Pro ନୂଆ M4 ଚିପ୍ ଏବଂ OLED ଡିସପ୍ଲେ ସହିତ ଲଞ୍ଚ କରାଯାଇଛି । ଆପଲ୍ ଦ୍ୱାରା ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ଏହା ହେଉଛି ସବୁଠାରୁ ପତଳା ଡିଭାଇସ, ଯାହାର ଘନତା ମାତ୍ର ୫. ୧ mm । ଆଇପ୍ୟାଡ୍ ଏୟାର (୨୦୨୪) ପରି, ଏହି ନୂଆ ଆଇପ୍ୟାଡ୍ ପ୍ରୋ ମଧ୍ୟ ଦୁଇଟି ସ୍କ୍ରିନ ସାଇଜ ୧୧ ଇଞ୍ଚ ଏବଂ ୧୩ ଇଞ୍ଚରେ ପରିଚିତ ହୋଇଛି । ଆପଲର ଏହି ନୂଆ ଆଇପ୍ୟାଡ୍ ପ୍ରୋ ମଧ୍ୟ AI ଫିଚର୍ସ ସହିତ ଆସିଛି । ଆଜିଠାରୁ କମ୍ପାନୀ ଏହାର ପ୍ରି-ବୁକିଂ ଆରମ୍ଭ କରିଛି । ଏହା ଭାରତ ସମେତ ୨୯ଟି ଦେଶରେ ୧୫ ମେ’ରୁ ସେଲ ପାଇଁ ଉପଲବ୍ଧ ହେବ ।

iPad Pro (2024) ଫିଚର୍ସ:
ଆପଲର ଏହି ସ୍ପେଶାଲ Let Loose ଇଭେଣ୍ଟରେ ଉପସ୍ଥାପିତ ହୋଇଥିବା ଏହି ନୂଆ ଆଇପ୍ୟାଡ୍ ପ୍ରୋ, ଏକ OLED ଡିସପ୍ଲେ ପ୍ୟାନେଲ୍ ସହିତ ଆସିଥାଏ । ଏହାର ଡିସପ୍ଲେ ୧୬୦୦ ନିଟ୍ସର ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହାର ୧୧-ଇଞ୍ଚ ମଡେଲର ଘନତା ୫.୩ mm ହୋଇଥିବାବେଳେ ୧୩-ଇଞ୍ଚ ମଡେଲର ଘନତା ୫.୧ ଇଞ୍ଚ ପତଳା । ଆପଲ୍ ର ଏହି ନୂଆ ଆଇପ୍ୟାଡ୍ ପ୍ରୋ (୨୦୨୪) ରେ ଅଲଟ୍ରା ରେଟିନା XDR ଡିସପ୍ଲେ ଅଛି ।

ଏହା ବ୍ୟତୀତ ଆପଲ୍ ଏହି ନୂଆ ଆଇପ୍ୟାଡ୍ ପ୍ରୋ (୨୦୨୪) ର ସମସ୍ତ ଡିଜାଇନକୁ ମଧ୍ୟ ଅପଗ୍ରେଡ କରିଛି । ଏଥିରେ ଆଣ୍ଟି-ଗ୍ଲେୟର୍ ନାନୋ ଟେକ୍ସଚର ଡିଜାଇନ୍ ଅଛି, ଯାହା ପ୍ରଥମ ଥର ପାଇଁ ଏକ ଆଇପ୍ୟାଡରେ ବ୍ୟବହୃତ ହୋଇଛି । ନୂଆ ଭାବରେ ଉନ୍ମୋଚିତ M4 ଚିପ୍ ବିଷୟରେ କହିବାକୁ ଗଲେ, ଏହା OLED ଡିସପ୍ଲେକୁ ଏକ ଉତ୍ତମ ଉପାୟରେ ନିୟନ୍ତ୍ରଣ କରେ । ଏହାର ସାମଗ୍ରିକ CPU ଏବଂ GPU କୁ ଉନ୍ନତ କରାଯାଇଛି ।

ଏହି ଚିପ୍ ସେକେଣ୍ଡ ଜେନେରେସନ ୩ ନାନୋମିଟର ଫୋବ୍ରିକେସନ ପ୍ରୋସେସରେ କାମ କରେ । ଏହା ବ୍ୟତୀତ ଏହାର ଏକ ନୂତନ ନ୍ୟୁରଲ ଇଞ୍ଜିନ୍ ଅଛି, ଯାହା ଏହାକୁ ଏକ ପାୱାରଫୁଲ AI ଚିପ୍ କରିଥାଏ । ଏହା ଆପଲ୍ ର ଲାଟେଷ୍ଟ iPadOS 17 ରେ ମଧ୍ୟ କାମ କରେ । ୨୫୬ ଜିବି, ୫୧୨ ଜିବି, ୧ ଟିବି ଏବଂ ୨ ଟିବି ଷ୍ଟୋରେଜ୍ ଭାରିଆଣ୍ଟରେ ଆଇପ୍ୟାଡ୍ ପ୍ରୋ (୨୦୨୪) ଲଞ୍ଚ କରାଯାଇଛି ।

ଏହି ନୂତନ ଆଇପ୍ୟାଡ୍ ପ୍ରୋର କ୍ୟାମେରା ମଧ୍ୟ ଅପଗ୍ରେଡ ହୋଇଛି । ଏଥିରେ ଆଡପ୍ଟିଭ୍ ଫ୍ଲାସ୍ ମଧ୍ୟ ବ୍ୟବହୃତ ହୋଇଛି । କେବଳ ଏତିକି ନୁହେଁ, ଏହାର ଫ୍ରଣ୍ଟ ଫେସିଂ କ୍ୟାମେରା ମଧ୍ୟ ଲ୍ୟାଣ୍ଡସ୍କେପ୍ ଏଜରେ ଫିଟ୍ ହୋଇଛି ଯାହା ଦ୍ୱାରା ୟୁଜରମାନେ ଫେସ୍ ଟାଇମ୍ କଲ୍ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

iPad Pro (୨୦୨୪) ଦାମ:
ଆଇପ୍ୟାଡ୍ ପ୍ରୋ (୨୦୨୪) ର ୧୧-ଇଞ୍ଚ୍ ୱାଇ-ଫାଇ ମଡେଲର ପ୍ରାରମ୍ଭିକ ମୂଲ୍ୟ ହେଉଛି ୯୯,୯୦୦ ଟଙ୍କା । ଯେତେବେଳେ କି, ଏହାର ୱାଇ-ଫାଇ + 5G ମଡେଲ ୧,୧୯, ୯୦୦ ରୁ ଆରମ୍ଭ ହୋଇଛି । ଯେତେବେଳେ କି, ଏହାର ୧୩ -ଇଞ୍ଚର ୱାଇ-ଫାଇ ମଡେଲର ମୂଲ୍ୟ ୧,୨୯,୯୦୦ ରୁ ଆରମ୍ଭ ହୋଇଛି । ଏଥିସହିତ ଏହାର ୱାଇ-ଫାଇ + 5G ମଡେଲ ପ୍ରାରମ୍ଭିକ ମୂଲ୍ୟରେ ୧,୪୯,୯୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ । ଆଇପ୍ୟାଡ୍ ପ୍ରୋ (୨୦୨୪)ର ମୂଲ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦,୦୦୦ ଟଙ୍କା କମ୍ ରଖାଯାଇଛି । ଆପଣ ଏହାକୁ ମେ’ ୧୫ ରୁ ଅନଲାଇନ୍ ଏବଂ ଅଫଲାଇନ୍ ଚ୍ୟାନେଲ ମାଧ୍ୟମରେ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.