Below header

ବର୍ଷା-ଅନୁଭବ ଘରୋଇ ମାମଲା: କଟକ କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ

ବର୍ଷା-ଅନୁଭବ ଘରୋଇ ମାମଲା । କଟକ ଜେ.ଏମ୍.ଏଫ.ସି ସ୍ଵତନ୍ତ୍ର କୋର୍ଟରେ ଅନୁଭବ ମହାନ୍ତିଙ୍କ ଡିସଚାର୍ଜ ପିଟିସନ ଖାରଜ । ମାମଲାଟିର କୌଣସି ଆଧାର ନ ଥିବା ଅନୁଭବଙ୍କ ପକ୍ଷରୁ ଦର୍ଶାଇ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଏହି ମାମଲା ୨୦୨୦ ମସିହାରେ ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ହୋଇଥିଲା ।

କଟକ (କେନ୍ୟୁଜ): ବର୍ଷା-ଅନୁଭବ ଘରୋଇ ମାମଲା । କଟକ ଜେ.ଏମ୍.ଏଫ.ସି ସ୍ଵତନ୍ତ୍ର କୋର୍ଟରେ ଅନୁଭବ ମହାନ୍ତିଙ୍କ ଡିସଚାର୍ଜ ପିଟିସନ ଖାରଜ । ମାମଲାଟିର କୌଣସି ଆଧାର ନ ଥିବା ଅନୁଭବଙ୍କ ପକ୍ଷରୁ ଦର୍ଶାଇ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଏହି ମାମଲା ୨୦୨୦ ମସିହାରେ ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ହୋଇଥିଲା ।

ଅନୁଭବ ଏବଂ ତାଙ୍କ ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ମାନସିକ,ଶାରୀରିକ, ନିର୍ଯାତନା , ଧମକ ଚମକ ଦେବା ଆଦି ଅଭିଯୋଗ ନେଇ ଏତଲା ଦିଆଯାଇଥିଲା । ଅନୁଭଵଙ୍କ ଡିସଚାର୍ଜ ପିଟିସନକୁ ସରକାରୀ ଆଇନଜୀବୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ବର୍ଷାଙ୍କ ଅଭିଯୋଗ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ପ୍ରମାଣ ଥିବା ଦର୍ଶାଇ ଥିଲେ ସରକାରୀ ଏପିପି । ଆସନ୍ତା ୧୦ ତାରିଖରେ ମାମଲାଟିର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏନେଇ ଏପିପି ଅଫରୋଜ ଅହମ୍ମଦ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.