Below header

ସଞ୍ଜୁ ସାମସନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, କାଟିଲା ୩୦ ପ୍ରତିଶତ ମ୍ୟାଚ୍‌ ଫି

ବିସିସିଆଇ କହିଛି କି, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆଇପିଏଲର ୫୬ତମ ମ୍ୟାଚରେ ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନ କରିବା ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ମ୍ୟାଚ ଫିର ୩୦ ପ୍ରତିଶତ ଜରିମାନା ଲଗାଯାଇଛି । ସାମସନ ଆଇପିଏଲ ଆଚାର ସଂହିତା ଅନୁଚ୍ଛେଦ ୨.୮ ଲେବଲ ୧ ଅପରାଧ କରିଛନ୍ତି ।

ଆଇପିଏଲ୍‌ ୨୦୨୪ ମଧ୍ୟରେ ବିସିସିଆଇ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ରାଜସ୍ଥାନ ରୟାଲ୍ସ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ ସଞ୍ଜୁ ସାମସନ ଅମ୍ପାୟରଙ୍କ ସହିତ ଯୁକ୍ତିତର୍କ କରୁଥିବାର ନଜର ଆସିଥିଲେ । ନିଜ ଓ୍ଵିକେଟ ହରାଇବାକୁ ନେଇ ସଞ୍ଜୁ ସାମସନ ଖୁସି ନଥିଲେ । ତେଣୁ ଅମ୍ପାୟର ସହିତ ଯୁକ୍ତିତର୍କ କରିଥିଲେ । ଆଉ ସଞ୍ଜୁଙ୍କ ଏଭଳି ବ୍ୟବହାର ପାଇଁ ବିସିସିଆଇ ଆକ୍ସନ ନେଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସଞ୍ଜୁ ୪୬ ବଲରେ ୮୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହି ପାଳିରେ ସଞ୍ଜୁ ୮ଟି ଚଉକା ଏବଂ ୬ଟି ଛକା ମାରିଥିଲେ । କିନ୍ତୁ ୧୬ ତମ ଓଭରରେ ଆଉଟ ହୋଇଗଲେ । ମୁକେଶ କୁମାରଙ୍କ ବଲରେ ବଡ ଷ୍ଟ୍ରୋକ ମାରି ବାଉଣ୍ଡ୍ରୀ ଲାଇନରେ କ୍ୟାଚରେ ଆଉଟ ହୋଇଥିଲେ । ଥାର୍ଡ ଅମ୍ପାୟର ତାଙ୍କୁ ଆଉଟ ଦେଇଥିଲେ । କିନ୍ତୁ ଆଉଟ ହେବା ପରେ ସଞ୍ଜୁ ଅମ୍ପାୟର ସହିତ ଯୁକ୍ତି କରୁଥିବାର ନଜର ଆସିଥିଲେ । ଅମ୍ପାୟରଙ୍କ ନିଷ୍ପତ୍ତିରେ ସହମତି ନ ଦେଖାଇବାରୁ ବିସିସିଆଇ ସଞ୍ଜୁଙ୍କ ଉପରେ ମ୍ୟାଚ ଫିର ୩୦ ପ୍ରତିଶତ ଜରିମାନା ଲଗାଇଛି ।

ବିସିସିଆଇ ସଞ୍ଜୁ ସାମସନଙ୍କ ଉପରେ ଜରିମାନା ଲଗାଇ ଏକ ପ୍ରେସ୍‌ ରିଲିଜ ଜାରି କରିଛି । ପ୍ରେସ୍‌ ରିଲିଜରେ ବିସିସିଆଇ କହିଛି କି, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆଇପିଏଲର ୫୬ତମ ମ୍ୟାଚରେ ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନ କରିବା ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ମ୍ୟାଚ ଫିର ୩୦ ପ୍ରତିଶତ ଜରିମାନା ଲଗାଯାଇଛି । ସାମସନ ଆଇପିଏଲ ଆଚାର ସଂହିତା ଅନୁଚ୍ଛେଦ ୨.୮ ଲେବଲ ୧ ଅପରାଧ କରିଛନ୍ତି । ସଞ୍ଜୁ ଭୁଲ ସ୍ୱୀକାର କରିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବିରାଟ କୋହଲିଙ୍କୁ ମଧ୍ୟ ଅମ୍ପାୟର ସହିତ ଯୁକ୍ତିତର୍କ କରିବା ପାଇଁ ଜରିମାନା ଲାଗିଥିଲା । କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ଖେଳାଯାଉଥିବା ମ୍ୟାଚରେ ବିରାଟ କୋହଲି ଅମ୍ପାୟର ସହିତ ଯୁକ୍ତିତର୍କ କରିଥିଲେ । ସେ ଫୁଲଟସ୍‌ ବଲରେ ଆଉଟ ହୋଇଯାଇଥିଲେ । ବିରାଟଙ୍କ କହିବା କଥା, ବଲ୍‌ ଅଣ୍ଟା ଉପରେ ରହିଥିଲା । କିନ୍ତୁ ଅମ୍ପାୟର ତାଙ୍କୁ ଆଉଟ କରିଥିଲେ । ଏହାପରେ ପାଭିଲିୟନ ଫେରୁଥିବା ବେଳେ ବିରାଟ ଅମ୍ପାୟରଙ୍କ ସହିତ ଯୁକ୍ତି କରିଥିଲେ । ଏଥିପାଇଁ ବିସିସିଆଇ ଜରିମାନା ଲଗାଇ ବିରାଟଙ୍କ ମ୍ୟାଚ ଫିର ୫୦ ପ୍ରତିଶତ କାଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.