Below header

ସୋନପୁର–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ପୁଣି ବସ୍ ଦୁର୍ଘଟଣା ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୋନପୁର–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱରରୁ ପାଟଣାଗଡକୁ ୪୦ ଜଣ ଯାତ୍ରୀ ନେଇ ଯାଉଥିବା ଏହି ବସଟି ଭାରସାମ୍ୟ ହରାଇ ଖମ୍ବଶିରିପାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୁବର୍ଣ୍ଣପୁର(କେନ୍ୟୁଜ) : ପୁଣି ବସ୍ ଦୁର୍ଘଟଣା ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୋନପୁର–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଖମ୍ବଶିରିପାଲି ନିକଟରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱରରୁ ପାଟଣାଗଡକୁ ୪୦ ଜଣ ଯାତ୍ରୀ ନେଇ ଯାଉଥିବା ଏହି ବସଟି ଭାରସାମ୍ୟ ହରାଇ ଖମ୍ବଶିରିପାଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ତେବେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେବଳ ୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ୨  ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବର ପାଇ ସୋନପୁର ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.