ବାତ୍ୟା ରେମାଲ ପାଇଁ ଏୟାର୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ପଦକ୍ଷେପ, କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ

ବଙ୍ଗୋପ ସାଗରରରେ ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ’ । ଯାହାର ପ୍ରଭାବ ସିଧା ପଶ୍ଚିମବଙ୍ଗ ଉପରେ ପଡ଼ିବ । ଫଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୋଲକାତା ବିମାନ ବନ୍ଦର ପକ୍ଷରୁ ଆଜି ମଧ୍ୟରାତ୍ରରୁ ୯ ଘଣ୍ଟା ପାଇଁ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ’ । ଯାହାର ପ୍ରଭାବ ସିଧା ପଶ୍ଚିମବଙ୍ଗ ଉପରେ ପଡ଼ିବ । ଫଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୋଲକାତା ବିମାନ ବନ୍ଦର ପକ୍ଷରୁ ଆଜି ମଧ୍ୟରାତ୍ରରୁ ୯ ଘଣ୍ଟା ପାଇଁ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ରାତି ୧୨ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ । ବାତ୍ୟା ଯୋଗୁଁ ପ୍ରବଳ ପବନ ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଏୟାରପୋର୍ଟ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି ।

ସେହିପରି ପଶ୍ଚିମବଙ୍ଗରେ କିଛି ଟ୍ରେନ ଚଳାଚଳ ବାତିଲ କରାଯାଇଛି । ୬ଟି ଟ୍ରେନ୍ ବାତିଲ୍ ହୋଇଛି । ଆଜି ଓ କାଲି ପାଇଁ ଦକ୍ଷିଣ-ପୂର୍ବ ରେଳପଥ ୬ଟି ଟ୍ରେନ୍ ବାତିଲ୍ କରିଛନ୍ତି । ଆଜି ପାଇଁ ହାୱଡ଼ା-ଦୀଘା-ହାୱଡ଼ା ଏକ୍ସପ୍ରେସ ବାତିଲ କରାଯାଇଛି । ପଂଶକୁରା-ଦୀଘା ମେମୁ, ପଂଶକୁରା-ଦୀଘା EMU ଟ୍ରେନ୍ ମଧ୍ୟ ବାତିଲ ହୋଇଛି ।

ଆଜି ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ । ସେତେବେଳେ ବାତ୍ୟାର ପବନ ବେଗ ଥିବ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି । ଏହା ୧୩୫ କି.ମି ପର୍ଯ୍ୟନ୍ତ ରହିପାରେ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିବ । ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ । କିନ୍ତୁ ଉପକୂଳ ଓଡ଼ିଶାରେ ପବନର ବେଗ ବଢିବ । ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

ବାତ୍ୟା ‘ରେମାଲ’ ନେଇ ସମୀକ୍ଷା କରିଛନ୍ତି SRC । ୪ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି SRC । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନ ରହିଛି ।

୨୭ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଆଜି କାଲି ପାଇଁ ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସେପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

 

Leave A Reply

Your email address will not be published.