Below header

ଆମେରିକା: ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ, ଅନ୍ତ୍ରିୟନ୍ତ୍ରିତ କାର୍‌ ଗଛରେ ହେଲା ଧକ୍କା

ଗୁଜରାଟର ଆନନ୍ଦ ଜିଲ୍ଲାରେ ରହୁଥିବା ରେଖାବେନ ପଟେଲ, ସଂଗୀତାବେନ ପଟେଲ ଏବଂ ମନୀଷାବେନ ପଟେଲଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆମେରିକାର ଦକ୍ଷିଣ କେରୋଲିନା ଗ୍ରୀନବିଲ କାଉଣ୍ଟିରେ ମହିଳାଙ୍କ ଏସୟୁଭି କାର କାଟେଣୀରେ ବୁଲିଯିବାରୁ ରେଲିଂ ଉପରେ ଚଢି ଗଛରେ ପିଟି ହୋଇଥିଲା ।

ଆମେରିକାରେ ମର୍ମନ୍ତୁଦ ଦୁର୍ଘଟଣାରେ ଗୁଜରାଟର ୩ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁଜରାଟର ଆନନ୍ଦ ଜିଲ୍ଲାରେ ରହୁଥିବା ରେଖାବେନ ପଟେଲ, ସଂଗୀତାବେନ ପଟେଲ ଏବଂ ମନୀଷାବେନ ପଟେଲଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆମେରିକାର ଦକ୍ଷିଣ କେରୋଲିନା ଗ୍ରୀନବିଲ କାଉଣ୍ଟିରେ ମହିଳାଙ୍କ ଏସୟୁଭି କାର କାଟେଣୀରେ ବୁଲିଯିବାରୁ ରେଲିଂ ଉପରେ ଚଢି ଗଛରେ ପିଟି ହୋଇଥିଲା ।

ଖବର ମୁତାବକ, ମୃତ ମହିଳାଙ୍କ କାର ଦ୍ରୁତଗତିରେ ଆସୁଥିବା ବେଳେ ବୁଲାଣି ମୋଡରେ ଗାଡିକୁ ବୁଲେଇବା ଅନିୟନ୍ତ୍ରିତ ହୋଇପଡିଥିଲା । ଫଳରେ କାରଟି ରେଲିଂରେ ମାଡ ହୋଇ ପାଖରେ ଥିବା ଏକ ଗଛ ଉପରେ ୨୦ ଫୁଟ ଉପରକୁ ଚଢିଯାଇଥିଲା । ଏଥିପାଇଁ ୩ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.