Below header

ଏଟିଏମରୁ ଟଙ୍କା ଉଠାଇବା ସମୟରେ ଯେଉଁ ଶବ୍ଦ ବାହାରିଥାଏ ତାହା କଣ ଟଙ୍କା ଗଣିବାର ଥାଏ, ଜାଣନ୍ତୁ ଏହା କଣ

ଏମିତିରେ ଅନେକ ଲୋକଙ୍କୁ ଲାଗିଥାଏ ଯେ ଏହି ଶବ୍ଦ ଟଙ୍କା ଗଣିବାର । କିନ୍ତୁ ଏହା ସତ ନୁହେଁ, ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହା ପଛର ସତ କଣ ।

ଯେତେବେଳେ ବତ ଆପଣ ଏଟିଏମରୁ ଟଙ୍କା ଉଠାନ୍ତି, ସେତେବେଳେ ସେଥିରେ ମେସିନ୍‌ ଭିତରେ ଗଣିବା ଭଳି ଶବ୍ଦ ଆସେ । ଯାହାପରେ ଟଙ୍କା ବାହାରିଥାଏ । ଏମିତିରେ ଅନେକ ଲୋକଙ୍କୁ ଲାଗିଥାଏ ଯେ ଏହି ଶବ୍ଦ ଟଙ୍କା ଗଣିବାର । କିନ୍ତୁ ଏହା ସତ ନୁହେଁ, ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହା ପଛର ସତ କଣ ।

ଏଟିଏମରୁ ଯେତେବେଳେ ଟଙ୍କା ବାହାର କରିବା ପାଇଁ ପିନକୋଡ ଦିଆଯାଏ, ସେତେବେଳେ ଏକ ଶବ୍ଦ ଆସିଥାଏ । ଯାହା ଟଙ୍କା ଗଣିବା ଭଳି ଲାଗିଥାଏ । ଅନେକ ଲୋକଙ୍କୁ ଏହା ଲାଗିଥାଏ ଯେ ଏହି ଶବ୍ଦ ଟଙ୍କା ଗଣିବାର ଅଟେ ଏବଂ ମେସିନ୍‌ ଟଙ୍କା ଗଣୁଛି । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଟିଏମ ଭିତରୁ ଆସୁଥିବା ଏହି ଶବ୍ଦ ଏଟିଏମ ଭିତରେ ଲାଗିଥିବା ମୋଟର ଏବଂ ମେସିନ୍‌ କାମ କରିବା ଦ୍ୱାରା ଆସିଥାଏ ।

ଏଥିପାଇଁ କୌଣସି ବିଶେଷ ସ୍ପିକର ଲଗାଯାଇନଥାଏ । ବରଂ ଯେତେବେଳେ ଏଟିଏମକୁ ଡିଜାଇନ କରାଯାଏ ସେହି ସମୟରେ ଏହାର ଡିଜାଇନ ଏହି ଭଳି ତିଆରି କରାଯାଏ । ଯାହା କୃତ୍ରିମ ରୂପରେ ଶବ୍ଦ ବାହାରିଥାଏ ।

ତେବେ କହିବାକୁ ଚାହିଁବୁ ଯେ ଏଟିଏମର ଆବିସ୍କାର ଜନ୍‌ ସେଫର୍ଡ ବୈରନ୍‌ କରିଥିଲେ । ଦୁନିଆରେ ନଗଦ ଟଙ୍କା ବାହାରୁଥିବା ପ୍ରଥମ ଏଟିଏମ ୨୭ ଜୁନ୍‌ ୧୯୬୭ ମସିହା ଲଣ୍ଡନର ବାର୍କଲେଜ ବ୍ୟାଙ୍କରେ ଲଗାଯାଇଥିଲା । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଏଟିଏମରେ ଟଙ୍କା ବାହାର କରିଥିବା ପ୍ରଥମ ବ୍ୟକ୍ତି କମେଡି ଅଭିନେତା ରେଗ ବର୍ଣ୍ଣି ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.