Below header

ଟି-୨୦ ବିଶ୍ୱକପ ପାଇଁ ଆଇସିସି ଜାରି କଲା ଆନ୍ଥେମ, ଦେଖନ୍ତୁ ଭିଡିଓ

ପୁରୁଷ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଅଫିସିଆଲ ଆନ୍ଥେମ ରିଲିଜି ହୋଇଛି । ଗ୍ରାମୀ ଆଓ୍ଵାର୍ଡ ବିଜେତା ସିନ ପଲ୍‌ ଏବଂ ସୋକା ସୁପରଷ୍ଟାର କେସ୍‌ ମିଶି ଟି୨୦ ବିଶ୍ୱକପ ପାଇଁ ଗୀତ ଗାଇଛନ୍ତି । ଯାହାର ଟାଇଟଲ ରହିଛି ‘Out of this World’ । ଗୀତ ରିଲିଜ ହେବା ପରେ ଫ୍ୟାନ୍ସ ଉତ୍ସାହିତ ହୋଇପଡିଛନ୍ତି ।

ପୁରୁଷ ଆଇସିସି ଟି-୨୦ ବିଶ୍ୱକପ ପାଇଁ ଅଫିସିଆଲ ଆନ୍ଥେମ ରିଲିଜି ହୋଇଛି । ଗ୍ରାମୀ ଆଓ୍ଵାର୍ଡ ବିଜେତା ସିନ ପଲ୍‌ ଏବଂ ସୋକା ସୁପରଷ୍ଟାର କେସ୍‌ ମିଶି ଟି୨୦ ବିଶ୍ୱକପ ପାଇଁ ଗୀତ ଗାଇଛନ୍ତି । ଯାହାର ଟାଇଟଲ ରହିଛି ‘Out of this World’ । ଗୀତ ରିଲିଜ ହେବା ପରେ ଫ୍ୟାନ୍ସ ଉତ୍ସାହିତ ହୋଇପଡିଛନ୍ତି ।

୮ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଉସେନ ବୋଲ୍ଟ, ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଆଇକନ୍ କ୍ରିସ୍ ଗେଲ୍, ଶିବନାରାୟଣ ଚନ୍ଦ୍ରପଲ୍ ଏବଂ ଷ୍ଟାଫାନି ଟେଲରଙ୍କ ସମେତ ଆମେରିକା ବୋଲର ଅଲ୍ଲୀ ଖାନଙ୍କ ସମେତ ଅନ୍ୟ ପ୍ରମୁଖ କ୍ୟାରିବିଆନ୍ ବ୍ୟକ୍ତିତ୍ୱ ସାମିଲ ରହିଛି । ଏହାଛଡା ଗୀତରେ ଟି୨୦ ବିଶ୍ୱକପରେ ମେଲବର୍ଣ୍ଣରେ ହାରିସ ରଉଫଙ୍କ ବିପକ୍ଷରେ ବିରାଟ କୋହଲିଙ୍କ ଆଇକନିକ ଛକା ଦେଖିବାକୁ ମିଳିଛି ।

ଟି୨୦ ବିଶ୍ୱକପ ୨୦୨୪ ଜୁନରୁ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ ମ୍ୟାଚ । ଟି-୨୦ର ସମସ୍ତ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳାଯାଇପାରେ ।  ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକାଭୁକ୍ତ କରାଯାଇଛି । ଭାରତୀୟ ସମୟ ଅନୁସାରେ ଟୁର୍ଣ୍ଣାମେଣ୍ଟ ଜୁନ୍‌ ୨ରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକରେ ୨୦ଟିମ ଭାଗ ନେବେ । ଏହି ପ୍ରତିଯୋଗିତାରେ ୨୦ଟି ଦଳ ୫୫ଟି ମ୍ୟାଚ୍ ଖେଳିବେ । ପ୍ରତ୍ୟେକ ଟିମକୁ ୪ଟି ଗ୍ରୁପରେ ବଣ୍ଟାଯିବ । ଭାରତ ଗ୍ରୁପ ଏରେ ରହିବ । ଭାରତ ଛଡା ଗ୍ରୁପ ଏ ରେ ପାକିସ୍ତାନ, ଆୟରଲାଣ୍ଡ, ୟୁଏସଏ ଏବଂ କାନାଡା ରହିବ ।

ଟି୨୦ ବିଶ୍ୱକପ ପାଇଁ ଖେଳିବାକୁ ଥିବା ୨୦ ଟିମ୍‌କୁ ୫-୫ କରି ୪ଟି ଗ୍ରୁପରେ ବଣ୍ଟାଯାଇଛି । ଏହାପରେ ଟପ୍‌-୨ ରେ ରହୁଥିବା ପ୍ରତ୍ୟେକ ଗ୍ରୁପର ଟିମ୍‌ ସୁପର-୮ ପାଇଁ କ୍ୱାଲିଫାଏ କରିବା, ସେମାନଙ୍କୁ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ସେହିପରି ଟପ୍‌-୨ରେ ରହିବା ଟିମକୁ ନିଜ ନିଜ ଗ୍ରୁପରେ ସେମିଫାଇନାଲ ଖେଳିବାକୁ ହେବ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.