ମୋଦିଙ୍କ ଗସ୍ତ ନେଇ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । କାଲି ଭୁବନେଶ୍ବରରେ ପହଞ୍ଚିବେ ମୋଦି । ୨୦ ତାରିଖରେ ପୁରୀରେ ରୋଡ୍ ସୋ କରିବେ । ସେହିଦିନ କଟକ ବାଲିଯାତ୍ରା ପଡ଼ିଆରେ ହେବ ମୋଦିଙ୍କ ସାଧାରଣ ସଭା । ଏହାକୁ ଦୃଷ୍ଟିରେ ରଖି ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । କାଲି ଭୁବନେଶ୍ବରରେ ପହଞ୍ଚିବେ ମୋଦି । ୨୦ ତାରିଖରେ ପୁରୀରେ ରୋଡ୍ ସୋ କରିବେ । ସେହିଦିନ କଟକ ବାଲିଯାତ୍ରା ପଡ଼ିଆରେ ହେବ ମୋଦିଙ୍କ ସାଧାରଣ ସଭା । ଏହାକୁ ଦୃଷ୍ଟିରେ ରଖି ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ମୋଦିଙ୍କ ସୁରକ୍ଷା ପ୍ରସଙ୍ଗରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ଲୁ ବୁକ୍ ଅନୁଯାୟୀ ହେବ । ହେଲିପ୍ୟାଡ ଓ ସଭାସ୍ଥଳରେ ଚାଲିଛି କଡ଼ାକଡ଼ି ଯାଞ୍ଚ । ଯାନବାହନ ଯାତାୟାତ ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ମୁତୟନ ହେବେ। କଟକ ଡିସିପିଙ୍କ ନେତୃତ୍ବରେ ୩ ଡିସିପି, ୬ ଏଡିସିପି, ୪୦ ଇନ୍ସପେକ୍ଟର ମୁତୟନ ରହିବେ।

Leave A Reply

Your email address will not be published.