Below header

ଫିସ୍‌ ସ୍ପା କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି କଥା, ନଚେତ୍‌ ହେବ ଭୟଙ୍କର ରୋଗ

ଚେହେରା ଓ ଚୁଟି ସ୍ପା ବିଷୟରେ ତ ଆପଣମାନେ ଶୁଣିଥିବେ କିନ୍ତୁ ଏବେ ମାର୍କେଟରେ ଫିସ୍‌ ସ୍ପା ବି ଲୋକପ୍ରିୟ ହେଲାଣି । ଏହି ସୁବିଧା ଆପଣଙ୍କୁ ବିଭିନ୍ନ ପାର୍ଲରରେ ମିଳିଯିବ । କିନ୍ତୁ ଏହି ଫିସ୍‌ ସ୍ପା ଦ୍ୱାରା ଲୋକଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ହେଉଛି ।

ସୁନ୍ଦର ତ୍ୱଚା ପାଇଁ ମଣିଷ ବିଭିନ୍ନ ପ୍ରକାର ଟିପ୍ସକୁ ଆପଣାଏ । ଚେହେରା ଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଶରୀରର ସବୁ ଅଙ୍ଗକୁ ସୁନ୍ଦର ରଖିବା ପାଇଁ ଆପଣ ବି ସ୍କିନ୍‌ କେୟାର ପ୍ରଡକ୍ଟକୁ ବ୍ୟବହାର କରୁଥିବେ । ଯେଉଁଭଳି ତ୍ୱଚାକୁ ସୁନ୍ଦର ରଖିବା ପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ଟ୍ରିଟମେଣ୍ଟ ମିଳୁଛି, ଠିକ୍‌ ସେହିପରି ପାଦକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାର ପ୍ରଡକ୍ଟ ମିଳୁଛି । ଚେହେରା ଓ ଚୁଟି ସ୍ପା ବିଷୟରେ ତ ଆପଣମାନେ ଶୁଣିଥିବେ କିନ୍ତୁ ଏବେ ମାର୍କେଟରେ ଫିସ୍‌ ସ୍ପା ବି ଲୋକପ୍ରିୟ ହେଲାଣି । ଏହି ସୁବିଧା ଆପଣଙ୍କୁ ବିଭିନ୍ନ ପାର୍ଲରରେ ମିଳିଯିବ ।

ଫିସ୍‌ ସ୍ପା କୁ ଲୋକମାନେ ଫିସ୍‌ ପେଡିକ୍ୟୁର୍‌ ବି କୁହନ୍ତି । ଏହି ସ୍ପା କରିବା ପରେ ମଣିଷ ମାନସିକ ସ୍ତରରେ ଶାନ୍ତି ପାଏ ଏବଂ ପାଦରେ ମଧ୍ୟ ଚମକ ଆସେ । କିନ୍ତୁ ଆପଣ ଜାଣିଛନ୍ତି କି ଫିସ୍‌ ସ୍ପା କରିବା ଦ୍ୱାରା ଆପଣଙ୍କର କ୍ଷତି ବି ହୋଇପାରେ । ତେବେ ଆସନ୍ତୁ ଜାଣିବା ଫିସ୍‌ ସ୍ପା କରିବାର କୁପ୍ରଭାବ ।

ଫିସ୍‌ ସ୍ପା ରେ ଏକ ପାଣି ଭର୍ତ୍ତି ହୋଇଥିବା ଟ୍ୟାଙ୍କରେ ଆପଣଙ୍କ ପାଦ ରଖିବାକୁ ପଡ଼େ । ଏହି ଟ୍ୟାଙ୍କରେ ଛୋଟ ଛୋଟ ମାଛକୁ ଛଡ଼ା ଯାଇଥାଏ । ଆପଣଙ୍କ ପାଦରେ ଥିବା ଡେଡ୍‌ ସେଲ୍ସକୁ ଏହି ମାଛ ଖାଇବାରେ ଲାଗନ୍ତି । ଯାହା ଦ୍ୱାରା ଆପଣଙ୍କ ପାଦ ସୁନ୍ଦର ଦେଖାଯାଏ । କିନ୍ତୁ ଏହି ଫିସ୍‌ ସ୍ପା ଦ୍ୱାରା ଲୋକଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ହେଉଛି ।

ଫିସ୍‌ ସ୍ପା କରିବା ଦ୍ୱାରା ଆପଣଙ୍କୁ ସୋରୟାସିସ୍‌ ଏବଂ ଏକ୍ଜିମା ଭଳି ରୋଗ ହୋଇପାରେ । ଫିସ୍‌ ସ୍ପା କରିବା ଦ୍ୱାରା ତ୍ୱଚା ସଂକ୍ରମିତ ହେବାର ସମ୍ଭାବନା ବଢ଼ିଯାଏ । ଟ୍ୟାଙ୍କରେ ଥିବା ମାଛକୁ ବହୁତ ଦିନ ପରେ ସଫା କରାଯାଏ, ଯେଉଁ କାରଣରୁ ଟ୍ୟାଙ୍କରେ ବ୍ୟାକ୍ଟେରିଆମାନେ ଜନ୍ମ ନିଅନ୍ତି । ଯଦି ଆପଣଙ୍କ ପାଦରେ କୌଣସି କ୍ଷତ ହୋଇଥିବ ତେବେ ଏହି କ୍ଷତ ମାଧ୍ୟମରେ ବ୍ୟାକ୍ଟେରିଆମାନେ ଆପଣଙ୍କ ଶରୀରରେ ପ୍ରବେଶ କରି ଆପଣଙ୍କୁ ସଂକ୍ରମିତ କରିଥାନ୍ତି ।

ଫିସ୍‌ ସ୍ପା କରିବା ସମୟରେ ଆପଣଙ୍କ ଆଙ୍ଗୁଠି ଏବଂ ଗୋଡ଼କୁ କ୍ଷତି ପହଞ୍ଚିପାରେ । ଅନେକ ଥର ଟ୍ୟାଙ୍କରେ ଥିବା ମାଛଗୁଡ଼ିକ ଆପଣଙ୍କ ନଖକୁ କାମୁଡ଼ିଥାନ୍ତି, ଯାହା ଫଳରେ ଆପଣଙ୍କ ନଖ ଖରାପ ହେବାର ସମ୍ଭାବନା ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.